ନୂଆଦିଲ୍ଲୀ : ଜାନୁଆରୀ ମାସ ଆଜି ଶେଷ ଦିନରେ ପହଞ୍ଚିଛି । ଆସନ୍ତାକାଲିରୁ ଫେବୃଆରୀ ଆରମ୍ଭ ହେବାକୁ ଯାଉଛି । ଯଦି ଆପଣ ଏହି ମାସରେ କୌଣସି ବ୍ୟାଙ୍କ ସମ୍ବନ୍ଧୀୟ କାମ ଶେଷ କରିବାକୁ ଚାହାଁନ୍ତି, ତେବେ ବ୍ୟାଙ୍କ କେତେ ଦିନ ଖୋଲା ରହିବ ତାହା ଜାଣିବା ଜରୁରୀ । ନଚେତ୍ ଜରୁରୀ ବ୍ୟାଙ୍କ କାମ ଅଧା ରହିଯିବ ।
ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଫେବୃଆରୀ ମାସର ବ୍ୟାଙ୍କ ଛୁଟିର ସମ୍ପୂର୍ଣ୍ଣ ତାଲିକା ଘୋଷଣା କରିଛି । ଏଥିରେ ସାପ୍ତାହିକ ଛୁଟି, ମାସର ଦ୍ୱିତୀୟ ଏବଂ ଚତୁର୍ଥ ଶନିବାର ଏବଂ ରାଜ୍ୟ ପର୍ବପର୍ବାଣୀ ପାଇଁ ଛୁଟି ରହିଛି ।
ଫେବୃଆରୀ ୨୦୨୬ର ବ୍ୟାଙ୍କ ଛୁଟିର ତାଲିକା :
ଫେବୃଆରୀ ୧ : ରବିବାର
ଫେବୃଆରୀ ୧୪ : ଦ୍ୱିତୀୟ ଶନିବାର
ଫେବୃଆରୀ ୧୫ : ରବିବାର (ମହାଶିବରାତ୍ରୀ)
ଫେବୃଆରୀ ୧୮ : ତିବ୍ଦତୀୟ ନବବର୍ଷ ପାଳନ ଯୋଗୁଁ ସିକିମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ
ଫେବୃଆରୀ ୧୯ : ଛତ୍ରପତି ଶିବାଜୀ ମହାରାଜ ଜୟନ୍ତୀ ଅବସରରେ ମହାରାଷ୍ଟ୍ରରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ
ଫେବୃଆରୀ ୨୦ : ରାଜ୍ୟ ପ୍ରତିଷ୍ଠା ଦିବସ ଅବସରରେ ଅରୁଣାଚଳ ପ୍ରଦେଶ ଏବଂ ମିଜୋରାମରେ ବ୍ୟାଙ୍କଗୁଡ଼ିକ ବନ୍ଦ ରହିବ
ଫେବୃଆରୀ ୨୨ : ରବିବାର
ଫେବୃଆରୀ ୨୮ : ଚତୁର୍ଥ ଶନିବାର
ବ୍ୟାଙ୍କ ବନ୍ଦ ଥାଉ କି ନଥାଉ, ଅନଲାଇନ୍ ଏବଂ ମୋବାଇଲ୍ ବ୍ୟାଙ୍କିଂ ସେବା 24/7 ଉପଲବ୍ଧ । ବ୍ୟାଙ୍କ ଛୁଟି ସମୟରେ, ଆପଣ UPI କାରବାର, ଇଣ୍ଟରନେଟ୍ ବ୍ୟାଙ୍କିଂ ଏବଂ ମୋବାଇଲ୍ ବ୍ୟାଙ୍କିଂ ଆପ୍ ବ୍ୟବହାର କରିପାରିବେ । ATM ରୁ ନଗଦ ଉଠାଣ ଏବଂ ବାଲାନ୍ସ ଯାଞ୍ଚ ମଧ୍ୟ ଉପଲବ୍ଧ ହେବ ।

