Wednesday, April 1, 2026
25.3 C
Odisha

    ଫେବ୍ରୁଆରି ୮ରେ ମିଳିବ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ‘ସୁଭଦ୍ରା’ ଟଙ୍କା

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ରାଜ୍ୟ ସରକାରଙ୍କ ବହୁ ପ୍ରତୀକ୍ଷିତ ’ସୁଭଦ୍ରା ଯୋଜନା’ର ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ଆଗାମୀ ଫେବ୍ରୁଆରି ୮ ତାରିଖରେ ମିଳିବ। ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଏଣୁ ଯେଉଁମାନଙ୍କ ପାଖକୁ ବ୍ୟାଙ୍କରୁ ଫୋନ୍ ଯିବ, ସେମାନେ ୩ ଓ ୪ ତାରିଖରେ ବ୍ୟାଙ୍କକୁ ଯାଇ ନିଜର ଇକେୱାଇସି ଠିକ୍ କରିଦେଲେ ସେମାନଙ୍କୁ ବି ସୁଭଦ୍ରା ଟଙ୍କା ଦିଆଯିବ। ଯଦି ୩/୪ରେ ଏନପିସିଆଇ କ୍ଲିଅର୍ ହୋଇଯିବ, ତେବେ ’ସୁଭଦ୍ରା ଯୋଜନା’ରେ ୧ କୋଟି ହିତାଧିକାରୀ ହୋଇଯିବ। ମାର୍ଚ୍ଚ ୮ ତାରିଖ ସୁଦ୍ଧା ଯେତେସଂଖ୍ୟକ ମହିଳାଙ୍କୁ ସମ୍ଭବ ଦିଆଯିବ। ଓଡ଼ିଶା ସରକାର  ଟଙ୍କା ଦେବାରେ ହେଳା କରିବେ ନାହିଁ। ଏଯାଏ ୮୦ଲକ୍ଷ ମହିଳାଙ୍କ ବ୍ୟାଙ୍କ ଏକାଉଣ୍ଟକୁ ସୁଭଦ୍ରା ଟଙ୍କା ଯାଇସାରିଛି।

    ସୂଚନାଯୋଗ୍ୟ, ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ପାଇବା ପାଇଁ ଆବେଦନକାରୀମାନେ ଅପେକ୍ଷାରେ ଅଛନ୍ତି। ଅପେକ୍ଷାରତ ଅବେଦନକାରୀଙ୍କୁ କେବେ ଟଙ୍କା ମିଳିବ ସେନେଇ ବିଧିବଦ୍ଧ ଭାବେ ତାରିଖ ଘୋଷଣା ହେବା ପରେ ହିତାଧିକାରୀମାନେ ଖୁସି। ଗତ ବର୍ଷ ସେପ୍ଟେମ୍ବର ୧୭ ତାରିଖରେ ଶୁଭାରମ୍ଭ ହୋଇଥିବା ଯୋଜନାରୁ ଅନେକ ମହିଳା ଉପକୃତ ହୋଇଛନ୍ତି। ଏଣେ ମାର୍ଚ୍ଚ ୮ ତାରିଖରେ ’ସୁଭଦ୍ରା ଯୋଜନା’ର ଦ୍ବିତୀୟ କିସ୍ତିର ପ୍ରଥମ ପର୍ଯ୍ୟାୟ ଟଙ୍କା ମିଳିବ।

    ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଆହୁରି କହିଛନ୍ତି, ଯାଜପୁରରେ ଚତୁର୍ଥ ପର୍ଯ୍ୟାୟ ଟଙ୍କା ଦେବେ ସରକାର। ଏହା ପୂର୍ବରୁ ଏନପିସିଆଇ ସମସ୍ୟା ଥିବା ହିତାଧିକାରୀଙ୍କୁ ବ୍ୟାଙ୍କ ଯାଇ କ୍ଲିୟର କରନ୍ତୁ। ୩ ଏବଂ ୪ ତାରିଖରେ ବ୍ୟାଙ୍କ ଯାଇ ଏନପିସିଆଇ କ୍ଲିୟର କରନ୍ତୁ। ଏବେ ବି ଅଢେଇ ଲକ୍ଷ ହିତାଧିକାରୀଙ୍କ ଏନପିସିଆଇ ସମସ୍ୟା ଅଛି। ଏକ ଲକ୍ଷରୁ ଅଧିକ ମହିଳାଙ୍କ ଇ କେୱାଇସି ସମସ୍ୟା ରହିଛି। ୮ ତାରିଖ ପୂର୍ବରୁ ଏହାର ସମାଧାନ କଲେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରାରେ ସାମିଲ ହୋଇପାରିବେ।

    1. ଚତୁର୍ଥ ପର୍ଯ୍ୟାୟ ପରେ ବି ଯୋଗ୍ୟ ମହିଳାଙ୍କୁ ପ୍ରଥମ କିସ୍ତି ଟଙ୍କା ଦିଆଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ