Thursday, February 5, 2026
19.4 C
Odisha

    ଫେବ୍ରୁଆରୀ ୧୫ରୁ କଟକରୁ ଆରମ୍ଭ ହେବ ଜନଗଣନା

    ଆଗକୁ ପଢନ୍ତୁ

    କଟକ : ଫେବ୍ରୁଆରୀ ୧୫ରୁ କଟକ ଜିଲ୍ଲାରୁ ଆରମ୍ଭ ହେବ ଜନଗଣନା । ଏପ୍ରିଲ ସୁଦ୍ଧା ଘର ଗଣନା କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖାଯାଇଛି । ଘର କାଉଣ୍ଟିଂ ଶେଷ ହେବା ପରେ ଜନଗଣନା ପ୍ରକ୍ରିୟା ଆରମ୍ଭ ହେବ । ଜନଗଣନା କାର୍ଯ୍ୟକୁ ଡିଜିଟାଲ ପ୍ରକ୍ରିୟାରେ କରାଯିବ । ଏନେଇ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାଓସାହେବ ସିନେ୍ଧ ସୂଚନା ଦେଇଛନ୍ତି ।

    ସୂଚନା ଅନୁସାରେ ଏଥର ଗଣନା ସମୟରେ ଘର ମୁରବୀମାନଙ୍କ ଠାରୁ ୩୩ପ୍ରଶ୍ନର ଉତ୍ତର ତଥ୍ୟ ଗଣନା ଅଧିକାରୀମାନେ ସଂଗ୍ରହ କରିବେ । ସଂଗ୍ରହ କରିଥିବା ତଥ୍ୟ ମଧ୍ୟରେ ଘର ସଂଖ୍ୟା, ଗୃହ, କାନ୍ଥର ନିର୍ମାଣ କେଉଁ ସାମଗ୍ରୀ ହୋଇଛି, ବ୍ୟବହୃତ କୋଠରୀ, ଜାତି, ଲିଙ୍ଗ, ପରିବାର ସଦସ୍ୟ, ରହୁଥିବା ଦମ୍ପତି ତଥ୍ୟ ସଂଗ୍ରହ କରାଯିବ । ସେହିପରି ଭିଡ଼ିଓ, ଲାପଟପ୍‌, ସାଇକେଲ ସ୍କୁଟର, ବାଇକ, ଚାରିଚକିଆ, ଟେଲିଫୋନ୍‌, ମୋବାଇଲ, ସ୍ମାର୍ଟ ଫୋନ ବ୍ୟବହାର ତଥ୍ୟ ସଂଗ୍ରହ କରାଯିବ । ଏହା ବ୍ୟତିତ ଶୌଚାଳୟ ଓ ରୋଷେଇ ଘରେ ଗ୍ୟାସ ସଂଯୋଗ ଅଛି ନା’ ନାହିଁ, ପାନୀୟ ଜଳ ଓ ବିଦ୍ୟୁତ ଶକ୍ତି ଉତ୍ସ ଏବଂ ଜଳନିଷ୍କାସନ ଭଳି ତଥ୍ୟ ସଂଗ୍ରହ କରାଯିବ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    19.4 ° C
    19.4 °
    19.4 °
    44 %
    2.2kmh
    0 %
    Thu
    20 °
    Fri
    31 °
    Sat
    31 °
    Sun
    32 °
    Mon
    32 °

    ସମ୍ବନ୍ଧିତ