Thursday, October 1, 2026
23.8 C
Odisha

    ଫେବ୍ରୁଆରୀ ୫ରେ ଦିଲ୍ଲୀ ବିଧାନସଭା ନିର୍ବାଚନ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ପ୍ରେସ କନଫରେନ୍ସ ଜରିଆରେ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର। ଫେବ୍ରୁଆରୀ ୫ରେ ଏବଂ ୭୦ ଆସନ ବିଶିଷ୍ଟ ଦିଲ୍ଲୀ ବିଧାନସଭା ନିର୍ବାଚନ ପାଇଁ ଆଜି ଘୋଷଣା ହୋଇଛି ତାରିଖ। ଏହାପରେ ଫେବ୍ରୁଆରୀ ୮ ତାରିଖରେ ଆସିବ ଦିଲ୍ଲୀ ନିର୍ବାଚନ ଫଳାଫଳ।ଦିଲ୍ଲୀରେ ତ୍ରୀମୁଖି ଲଢେଇ ହେବ। ଏଥିପାଇଁ ଆପ୍ ପ୍ରସ୍ତୁତି କରିସାରିଛି। ତୃତୀୟ ଥର କ୍ଷମତା ହାତେଇବାକୁ ଚେଷ୍ଟା କରିବ ଆପ୍। ବ୍ଲୁ ପ୍ରିଣ୍ଟ ସହିତ ମଇଦାନକୁ ଓହ୍ଲାଇବ ବିଜେପି। ରାଜଧାନୀ ଦିଲ୍ଲୀରେ ୧ କୋଟି ୫୫ ଲକ୍ଷରୁ ଅଧିକ ଭୋଟର ଅଛନ୍ତି। ଦିଲ୍ଲୀ ବିଧାନସଭା ପାଇଁ ଆପ-ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି।ଦିଲ୍ଲୀ ବିଧାନସଭା କାର୍ଯ୍ୟକାଳ ୧୫ ଫେବୃଆରୀ ୨୦୨୫ରେ ଶେଷ ହେବ।
    ନିର୍ବାଚନ ଆୟୋଗ (EC) ଚୂଡ଼ାନ୍ତ ଭୋଟର ତାଲିକା ପ୍ରକାଶ କରିଛନ୍ତି। ଆୟୋଗଙ୍କ ମୁତାବକ, ଦିଲ୍ଲୀ ନିର୍ବାଚନରେ ଏଥର ମୋଟ ୧.୫୫ କୋଟିରୁ ଅଧିକ ଭୋଟର ରହିବେ। ସେମାନଙ୍କ ମଧ୍ୟରୁ ପୁରୁଷ ଭୋଟରଙ୍କ ସଂଖ୍ୟା ୮୩,୪୯,୬୪୫ ଥିବା ବେଳେ ମହିଳା ଭୋଟରଙ୍କ ସଂଖ୍ୟା ରହିଛି ୭୧,୭୩,୯୫୨। ଏହିପରି ତୃତୀୟ ଲିଙ୍ଗଙ୍କ ସଂଖ୍ୟା ୧,୨୬୧ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    23.8 ° C
    23.8 °
    23.8 °
    79 %
    1.6kmh
    13 %
    Thu
    24 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ