Sunday, March 29, 2026
26.3 C
Odisha

    ଫ୍ରାନ୍ସର ସର୍ଜନ୍ ୩୦୦ ଶିଶୁଙ୍କୁ ଦୁଷ୍କର୍ମ କରିଛନ୍ତି! କୋର୍ଟରେ ଦୋଷ ମାନିଲେ

    ଆଗକୁ ପଢନ୍ତୁ

    ପ୍ୟାରିସ: ଫ୍ରାନ୍ସର ଜଣେ ପୂର୍ବତନ ସର୍ଜନଙ୍କ ବିରୋଧରେ ପ୍ରାୟ ୩୦୦ ଶିଶୁଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଦେବା ଅଭିଯୋଗ ହୋଇଛି। କିଛି ଅନୁସନ୍ଧାନରୁ ମିଳିଥିବା ସୂଚନା ଅନୁଯାୟୀ, ହସ୍ପିଟାଲ ରୁମ୍‌ରେ ଏକୁଟିଆ ଥିବାବେଳେ ଡାକ୍ତର ଉଭୟ ପୁଅ ଓ ଝିଅଙ୍କୁ ଯୌନ ନିର୍ଯାତନା ଦେଉଥିଲେ। ଫେବ୍ରୁଆରି ୨୪ ତାରିଖରେ ୭୪ ବର୍ଷୀୟ ଏହି ସର୍ଜନଙ୍କ ବିରୋଧରେ ମାମଲାର ଶୁଣାଣି ହୋଇଥିଲା। ଅନୁସନ୍ଧାନକାରୀମାନେ ତାଙ୍କ ଘରେ ଚଢ଼ଉ କରି ୩ ଲକ୍ଷରୁ ଅଧିକ ଫଟୋ, ୬୫୦ଟି ପିଡୋଫିଲିକ୍, ଜୁଫିଲିକ୍ ଓ ସ୍କାଟୋଲୋଜିକାଲ୍ ଭିଡିଓ ଫାଇଲ୍ ଏବଂ ନିଜକୁ ପେଡୋଫିଲ୍ (ଶିଶୁଙ୍କ ପ୍ରତି ଯୌନ ଆକର୍ଷଣ ଅନୁଭବ କରୁଥିବା ବ୍ୟକ୍ତି) ବୋଲି ବର୍ଣ୍ଣନା କରିଥିବା ନୋଟ୍ ବୁକ୍ ଠାବ କରିଥିଲେ।
    ପୂର୍ବତନ ସର୍ଜନଙ୍କ ନାମ ଲେ ସ୍କୋଆର୍ନେକ୍ ଏବଂ ସେ ତିନି ଦଶନ୍ଧି ଧରି ଦୁଷ୍କର୍ମ ଏବଂ ଯୌନ ନିର୍ଯାତନା କରିଥିବା କୋର୍ଟରେ ସ୍ୱୀକାର କରିଥିଲେ। ଭାନସରେ ଥିବା ଅଦାଲତରେ ଲେ ସ୍କୁଆର୍ନେକ୍ କହିଛନ୍ତି, ମୁଁ ନିନ୍ଦନୀୟ କାର୍ଯ୍ୟ କରିଥିଲି। ତେବେ କିଛି ମାମଲାରେ ସେ ନିଜକୁ ଦୋଷୀ ନୁହନ୍ତି ବୋଲି କୋର୍ଟଙ୍କୁ କହିଛନ୍ତି। ଆସୋସିଏଟେଡ୍ ପ୍ରେସ୍ ଅନୁଯାୟୀ, ଦୋଷୀ ସାବ୍ୟସ୍ତ ହେଲେ ଅଭିଯୁକ୍ତଙ୍କୁ ୨୦ ବର୍ଷ ପର୍ଯ୍ୟନ୍ତ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ୨୦୨୦ରେ ସ୍କୋଆର୍ନେକ୍ ଦୁଇ ଝିଆରୀଙ୍କ ସମେତ ୪ ଜଣ ଶିଶୁଙ୍କୁ ଦୁଷ୍କର୍ମ ଓ ଯୌନ ନିର୍ଯାତନା ଦେବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ୧୫ ବର୍ଷ ଜେଲ୍ ଦଣ୍ଡାଦେଶ ଭୋଗୁଛନ୍ତି। ଏହା ପୂର୍ବରୁ ୨୦୦୫ ମସିହାରେ ଶିଶୁ ଯୌନ ନିର୍ଯାତନା ସାମଗ୍ରୀ ରଖିବା ଓ ଆମଦାନି କରିବା ଅଭିଯୋଗରେ ସ୍କୁଆର୍ନେକ୍ ଦୋଷୀ ସାବ୍ୟସ୍ତ ହୋଇଥିଲେ। ଏହାପରେ ତାଙ୍କୁ ୪ ମାସ ଜେଲ ଦଣ୍ଡାଦେଶ ସହ ଚାକିରିରୁ ନିଲମ୍ବିତ କରାଯାଇଥିଲା। ଦୋଷୀ ସାବ୍ୟସ୍ତ ହେବା ସତ୍ତ୍ୱେ ତାଙ୍କୁ ତା’ ପରବର୍ଷ ହସ୍ପିଟାଲ୍ ପ୍ରାକ୍ଟିସନର ଭାବେ ନିଯୁକ୍ତି ଦିଆଯାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    26.3 ° C
    26.3 °
    26.3 °
    45 %
    2.3kmh
    3 %
    Sat
    26 °
    Sun
    39 °
    Mon
    41 °
    Tue
    38 °
    Wed
    40 °

    ସମ୍ବନ୍ଧିତ