Monday, August 24, 2026
23.9 C
Odisha

    ଫ୍ରିଜରେ ରଖନ୍ତୁ ନାହିଁ ଏହିସବୁ ଜିନିଷ

    ଆଗକୁ ପଢନ୍ତୁ

     

    ବିଭିନ୍ନ ପ୍ରକାର ଖାଦ୍ୟକୁ ସଂରକ୍ଷିତ ରଖିବା ଏବଂ ଏହାର ସେଲ୍ଫ ଲାଇଫ କୁ ବଢାଇବା ପାଇଁ ଆମେ ସାଧାରଣତଃ ଏହାକୁ ଫ୍ରିଜରେ ରଖିଥାଉ । ଫ୍ରିଜ ବିଶେଷ ଭାବରେ ଏକ ଅତ୍ୟଧିକ ଥଣ୍ଡା ପରିବେଶ ସୃଷ୍ଟି କରିଥାଏ ଯାହା ଖାଦ୍ଯ ଗୁଡିକରେ ମାଇକ୍ରୋଅର୍ଗାନିଜ୍ମ ମାନଙ୍କୁ ବଢିବାକୁ ନଦେଇ ଖାଦ୍ୟକୁ ଅଧିକ ଦିନ ଯାଏଁ ଫ୍ରେଶ ରଖିଥାଏ। ମାତ୍ର ଆମେ ଆଉ ଗୋଟିଏ କଥା ମଧ୍ୟ ଜାଣି ରଖିବା ଉଚିତ ଯେ ସମସ୍ତ ପ୍ରକାରର ଖାଇବା ଜିନିଷ ରେଫରିଜରେସନ ଦ୍ଵାରା ସତେଜ ରହି ନଥାଏ । ଅନେକ ଜିନିଷକୁ ସତେଜ ରଖିବା ପାଇଁ ଫ୍ରିଜ ଏକ ଉତ୍ତମ ଉପକରଣ ହୋଇଥିବା ବେଳେ ଆଉ କିଛି ଖାଦ୍ୟ ଥଣ୍ଡା ତାପମାତ୍ରାରେ ଗଚ୍ଛିତ ରହିଲେ ଏହାର ସ୍ଵାଦ ଏବଂ ଗୁଣବତ୍ତା ହରାଇ ବସିଥାଏ । ଆଜି ଆମେ ଆଣିଛୁ ଏପରି କିଛି ଖାଦ୍ୟର ଏକ ତାଲିକା ଯାହାକୁ ଫ୍ରିଜରେ ରଖିବା ଉଚିତ ନୁହେଁ ।

    1. କଦଳୀ : କଦଳୀକୁ ଫ୍ରିଜରେ ରଖିବା ଫଳରେ ଏହା ଜଲ୍ଦି ଖରାପ ହୋଇଯିବା ସହ ଏହାର ସ୍ଵାଦରେ ମଧ୍ୟ ପରିବର୍ତ୍ତନ ଦେଖାଯାଏ । ତେଣୁ ଏଗୁଡ଼ିକୁ ସାଧାରଣ ରୁମ ତାପମାତ୍ରା ରେ ରଖିବା ଉଚିତ ।
    2. ଆଳୁ : ଅତ୍ୟଧିକ ଥଣ୍ଡା ତାପମାତ୍ରାରେ ରଖିବା ଫଳରେ ଆଳୁରେ ଥିବା ଷ୍ଟାର୍ଚ ଶର୍କରାରେ ପରିଣତ ହୋଇଯାଏ । ଏହାଦ୍ଵାରା ଆଳୁର ସ୍ଵାଦ ବଦଳିଯିବା ସହ ଏହା ସ୍ୱାସ୍ଥ୍ୟ ପାଇଁ ମଧ୍ୟ ଖରାପ ହୋଇପାରେ । ତେଣୁ ଆଳୁ କୁ ଫ୍ରିଜ ରେ ନରଖି ବାହାରେ ଥଣ୍ଡା ଏବଂ ଅନ୍ଧାରୁଆ ଜାଗାରେ ରଖିବା ଭଲ ।
    3. ଟମାଟୋ : ଫ୍ରିଜରେ ରଖିବା ଫଳରେ ଟମାଟୋର ସ୍ୱାଦ ହ୍ରାସ ପାଇ ଏହା ପାଣିଚିଆ ଲାଗିଥାଏ । ତେଣୁ ଟମାଟୋକୁ ଫ୍ରିଜରେ ନରଖି ବାହାରେ ନର୍ମାଲ ତାପମାତ୍ରାରେ ରଖନ୍ତୁ ।
    4. ପିଆଜ : ପିଆଜକୁ ଫ୍ରିଜରେ ରଖିଲେ ଏହା ଶୀଘ୍ର ପଚିଯିବାର ସମ୍ଭାବନା ଥାଏ । ତେଣୁ ଏଗୁଡ଼ିକୁ ଅଧିକ ଦିନ ଯାଏଁ ଭଲ ରଖିବା ପାଇଁ ଫ୍ରିଜରେ ନରଖି ଆପଣ ବାହାରେ ଥଣ୍ଡା ଏବଂ ଶୁଖିଲା ଜାଗାରେ ରଖି ପାରିବେ ।
    5. ରସୁଣ : ରସୁଣ କୁ ଫ୍ରିଜ୍ ର ଅତ୍ୟଧିକ ଥଣ୍ଡା ପରିବେଶରେ ରଖିଲେ ଏଥିରେ ଶୀଘ୍ର ଗଜା ଆସିଯାଏ ଏବଂ ଏହାର ସ୍ୱାଦ ରବର ଭଳି ହୋଇଯାଏ । ତେଣୁ ଏହାକୁ ଫ୍ରିଜରେ ନରଖି ବାହାରେ ଶୁଖିଲା ଜାଗାରେ ରଖିବା ଉଚିତ ।
    6. ପାଉଁରୁଟି : ଫ୍ରିଜ୍ ର ଥଣ୍ଡା ପରିବେଶରେ ପାଉଁରୁଟି ଶୀଘ୍ର ଶୁଖିଯାଇ ବାସି ହୋଇଯାଏ । ତେଣୁ ରୁଟି କିମ୍ବା ପାଉଁରୁଟିକୁ ଅଧିକ ସମୟ ଯାଏଁ ସଫ୍ଟ୍ ଓ ସତେଜ ରଖିବା ପାଇଁ ଏସବୁ ଫ୍ରିଜରେ ନରଖି ବାହାରେ ରଖିବା ଭଲ ।
    7. ମହୁ : ମହୁକୁ ଫ୍ରିଜରେ ରଖିଲେ ଏହା ଖୁବ ଶୀଘ୍ର କ୍ରିଷ୍ଟାଲାଇଜ ହୋଇ ମୋଟା ହୋଇଯାଏ ଏବଂ ଏହାର ସ୍ଵାଦ ତଥା ଗୁଣବତ୍ତା ହ୍ରାସ ପାଇଯାଏ । ତେଣୁ ମହୁକୁ ଫ୍ରିଜ୍ ରେ ନରଖି ବାହାରେ କାଚ ଜାରରେ ରଖିଲେ ଏହାର ସ୍ଵାଦ ଓ ଗୁଣବତ୍ତା ବଜାୟ ରହିଥାଏ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    23.9 ° C
    23.9 °
    23.9 °
    97 %
    1.6kmh
    100 %
    Mon
    27 °
    Tue
    28 °
    Wed
    28 °
    Thu
    26 °
    Fri
    29 °

    ସମ୍ବନ୍ଧିତ