Wednesday, May 13, 2026
30.7 C
Odisha

    ଫ୍ଲୋର ଟେଷ୍ଟରେ ଜିତିଲେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ବିଜୟ, ସମର୍ଥନରେ ମିଳିଲା ୧୪୪ ଭୋଟ୍

    ଆଗକୁ ପଢନ୍ତୁ

    ତାମିଲନାଡୁ : ବିଜୟ ଥାଲାପତି ତାମିଲନାଡୁ ବିଧାନସଭାରେ ଫ୍ଲୋର ଟେଷ୍ଟରେ ପାସ୍ କରିଛନ୍ତି । ବିଧାନସଭାରେ ସଂଖ୍ୟା ଗରିଷ୍ଠତା ପ୍ରମାଣ କରିଛନ୍ତି ଥାଲାପତି । ବିଜୟଙ୍କ ସମର୍ଥନରେ ୧୪୪ ଏବଂ ବିରୋଧରେ ମିଳିଲା ୨୨ ଭୋଟ୍ । ଏହି ବିଜୟ ସହ ରାଜ୍ୟରେ ବିଜୟଙ୍କ ନେତୃତ୍ୱାଧୀନ ସରକାର ନିଜର ସ୍ଥିତି ସୁଦୃଢ଼ କରିଛି । AIADMK ର ପ୍ରାୟ ୪୭ ଜଣ ବିଧାୟକଙ୍କ ମଧ୍ୟରୁ ୨୪ ବିଧାୟକ ବିଜୟଙ୍କୁ ସମର୍ଥନ କରିଛନ୍ତି । ୨୩୪ ଆସନ ବିଶିଷ୍ଟ ତାମିଲନାଡୁ ବିଧାନସଭାରେ ମ୍ୟାଜିକ ନମ୍ବର ହେଉଛି ୧୧୮ । ଏବେ ଆସ୍ଥା ଭୋଟରେ ବିଜୟଙ୍କୁ ୧୪୪ ବିଧାୟକଙ୍କ ସମର୍ଥନ ମିଳିଛି ।

    ବୁଧବାର ଅନୁଷ୍ଠିତ ଗୁରୁତ୍ୱପୂର୍ଣ୍ଣ ‘ଫ୍ଲୋର୍ ଟେଷ୍ଟ’ରେ ବିଜୟଙ୍କ ସରକାର ସପକ୍ଷରେ ୧୪୪ଟି ଭୋଟ୍ ପଡ଼ିଛି । ବିଧାନସଭାରେ ଭୋଟିଂ ସମୟରେ ବିରୋଧୀ DMK ଦଳର ବିଧାୟକମାନେ କକ୍ଷତ୍ୟାଗ କରିଥିଲେ । ବିଜୟଙ୍କ ସରକାର ବିରୋଧରେ ମାତ୍ର ୨୨ଟି ଭୋଟ୍ ପଡ଼ିଥିବା ବେଳେ ୫ ଜଣ ବିଧାୟକ ଭୋଟିଂରୁ ବିରତ ରହିଥିଲେ ।

    କଂଗ୍ରେସ, ସିପିଆଇ(ଏମ୍), ଭିସିକେ ଏବଂ ଇଣ୍ଡିଆନ୍ ୟୁନିଅନ୍ ମୁସଲିମ୍ ଲିଗ୍ (ଆଇୟୁଏମଏଲ) ଆସ୍ଥା ଭୋଟରେ ବିଜୟଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମର୍ଥନ କରିଥିଲେ । AMMK ରୁ ବହିଷ୍କୃତ ବିଧାୟକ କାମରାଜ ମଧ୍ୟ ବିଜୟଙ୍କ ସପକ୍ଷରେ ଭୋଟ୍ ଦେଇଛନ୍ତି ।

     

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    30.7 ° C
    30.7 °
    30.7 °
    49 %
    3.4kmh
    32 %
    Wed
    31 °
    Thu
    43 °
    Fri
    44 °
    Sat
    43 °
    Sun
    43 °

    ସମ୍ବନ୍ଧିତ