Sunday, August 2, 2026
25.6 C
Odisha

    ବଙ୍ଗୋପସାଗରରେ ଭୂକମ୍ପ, ତୀବ୍ରତା ୪.୫

    ଆଗକୁ ପଢନ୍ତୁ

    ବିଶାଖାପାଟଣା : ଆଜି ସକାଳେ ବଙ୍ଗୋପସାଗରରେ ଭୂକମ୍ପ ଅନୁଭୂତ ହୋଇଛି । ଯାହାର ତୀବ୍ରତା ୪.୫ ଥିବା ଜଣାପଡିଛି । ଭୂକମ୍ପ ହେବା ଯୋଗୁଁ ଲୋକମାନେ ଭୟଭୀତ ହୋଇ ଘରୁ ବାହାରକୁ ଦୌଡ଼ି ଆସିଥିଲେ । ହେଲେ ଏପର୍ଯ୍ୟନ୍ତ କୌଣସି ମୃତାହତଙ୍କ ସୂଚନା ମିଳିନାହିଁ ।

    ସୂଚନାନୁଯାୟୀ, ଆଜି ସକାଳେ ଆନ୍ଧ୍ରପ୍ରଦେଶ ଉପକୂଳରେ ବଙ୍ଗୋପସାଗରରେ ୪.୫ ତୀବ୍ରତାର ଏକ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ବିଶାଖାପାଟଣା ସହରର ଅନେକ ସ୍ଥାନରେ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । INCOIS ଅନୁଯାୟୀ, ଆଜି ସକାଳ ୫ଟା ୫ ମିନିଟ୍ ୪୬ ସେକେଣ୍ଡରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଏହାର କେନ୍ଦ୍ରସ୍ଥଳ ବଙ୍ଗୋପସାଗରର କାକିନାଡା ଉପକୂଳରୁ ପ୍ରାୟ ୨୨୫ କିଲୋମିଟର ଦୂରରେ ୧୬.୮୦୫° ଉତ୍ତର ଅକ୍ଷାଂଶ ଏବଂ ୮୪.୩୮୧° ପୂର୍ବ ଦ୍ରାଘିମାରେ ଥିଲା । ଭୂମିକମ୍ପ ଯୋଗୁଁ କୌଣସି ମୃତାହତ, ସମ୍ପତ୍ତି କ୍ଷତି କିମ୍ବା ଅନ୍ୟ କୌଣସି କ୍ଷତିର ରିପୋର୍ଟ ନାହିଁ । ଯାହା ବିଜ୍ଞପ୍ତିରେ କୁହାଯାଇଛି । ଭୂମିକମ୍ପଗୁଡ଼ିକ ମୃଦୁ ଥିଲା ବୋଲି ମଧ୍ୟ ଏହି ବିଜ୍ଞପ୍ତିରେ କୁହାଯାଇଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.6 ° C
    25.6 °
    25.6 °
    89 %
    1.6kmh
    100 %
    Sat
    25 °
    Sun
    31 °
    Mon
    32 °
    Tue
    30 °
    Wed
    28 °

    ସମ୍ବନ୍ଧିତ