Sunday, March 9, 2025
30.3 C
Odisha

    ବଜେଟ୍‌ ଅଧିବେଶନ: ବାଚସ୍ପତିଙ୍କ ପୋଡିୟମକୁ ମାଡିଆସିଲେ ବିରୋଧୀ, ପ୍ରବଳ ହଟ୍ଟଗୋଳ ଯୋଗୁଁ ଗୃହ ମୁଲତବୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଦ୍ବିତୀୟ ପର୍ଯ୍ୟାୟ ବଜେଟ୍ ଅଧିବେଶନର ପ୍ରଥମ ଦିନରୁ ହଟ୍ଟଗୋଳ। ଅଧିବେଶନ ଆରମ୍ଭରୁ ବିରୋଧୀ ପ୍ରବଳ ହଟ୍ଟଗୋଳ କରିଥିଲେ । ଫଳରେ ଗୃହ କାର୍ଯ୍ୟ ଚାଲିପାରି ନଥିଲା । ବାଚସ୍ପତି ଦିନ 12ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ।

    ବାତସ୍ପତିଙ୍କ ପୋଡିୟମ ନିକଟକୁ ଆସି ବିରୋଧୀ ହଟ୍ଟଗୋଳ କରିଥିଲେ । ପଞ୍ଚାୟତିରାଜ ଦିବସରେ ବିଜୁବାବୁଙ୍କର ଜୟନ୍ତି ପାଳନ ନକରିବା ପ୍ରସଙ୍ଗକୁ ମୁଦ୍ଦା କରିଥିଲେ ବିରୋଧୀ । ବିଜୁ ବାବୁଙ୍କୁ ଅସମ୍ମାନ ଚଳିବ ନାହିଁ ବୋଲି ବିରୋଧୀ ପୋଡିୟମ ନିକଟକୁ ଆସି ଗର୍ଜିଥିଲେ । ତେବେ ବାଚସ୍ପତି ସମସ୍ତ ବିଧାୟକଙ୍କୁ ଅନୁରୋଧ କରିବା ସତ୍ତ୍ବେ ମଧ୍ୟ ସେମାନେ ଶୁଣି ନଥିଲେ । ଫଳରେ ବାଚସ୍ପତି ବାଧ୍ୟ ହୋଇ 12 ଟା ଯାଏଁ ଗୃହକୁ ମୁଲତବୀ ରଖିଛନ୍ତି ।କହିରଖୁଛୁ କି, ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ବିଧାନସଭା ପରିସରରେ ବିରୋଧ ଦେଖାଯାଇଥିଲା । ନାରୀ ଅସୁରକ୍ଷିତ ଅଭିଯୋଗରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ କରିଥିଲା । ବିଧାନସଭା ପରିସର ଗାନ୍ଧି ମୂର୍ତ୍ତି ତଳେ କଂଗ୍ରେସ କର୍ମୀମାନେ ଧାରଣା ଦେଇଥିଲେ ।ରାଜ୍ୟରେ ନାରୀ ନିର୍ଯାତନା ବୃଦ୍ଧି ପାଉଥିବା ବେଳେ ଅଙ୍କୁଶ ଲଗାଇବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । କଂଗ୍ରେସ ଏହି ମୁଦ୍ଦା ନେଇ ବିରୋଧ କରିଥିବା ବେଳେ ବିଜେଡି ବିଜୁ ବାବୁଙ୍କୁ ଅସମ୍ମାନ କରିଥିବା ଅଭିଯୋଗ ଆଣି ହଙ୍ଗାମା କରିଥିଲା ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.3 ° C
    30.3 °
    30.3 °
    31 %
    1.9kmh
    0 %
    Sun
    36 °
    Mon
    36 °
    Tue
    38 °
    Wed
    40 °
    Thu
    41 °

    ସମ୍ବନ୍ଧିତ