Sunday, June 1, 2025
27.3 C
Odisha

    ବଜେଟ ପ୍ରଚାର ପାଇଁ କମିଟି ଗଠନ କଲା ବିଜେପି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଜୁଲାଇ ୨୩ରେ ସଂସଦରେ କେନ୍ଦ୍ର ବଜେଟ ଆଗତ କରିଥିଲେ । ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ଦେଶର କୋଟି ଜନତା, ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ବିଭିନ୍ନ ବର୍ଗର ଲୋକଙ୍କ ପାଇଁ ଓ ବିଭିନ୍ନ କ୍ଷେତ୍ର ପାଇଁ ବଜେଟରେ ଅନେକ କିଛି ଘୋଷଣା କରାଯାଇଥିଲା । ୧୪୦ କୋଟି ଜନତାଙ୍କ ପାଇଁ ବଜେଟରେ କିଛି ସାମଗ୍ରୀ ମହଙ୍ଗା ହୋଇଥିବା ବେଳେ ଆଉ କିଛି ସାମଗ୍ରୀ ଶସ୍ତା ହୋଇଥିଲା । ତେବେ ବଜେଟ ୨୦୨୪କୁ ନେଇ ବିଜେପି ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛି । ବଜେଟ ପ୍ରଚାର ପାଇଁ ବିଜେପି ଏକ କମିଟି ଗଠନ କରିଛି । ଅରୁଣ ସିଂହ, ଗୋପାଳ କୃଷ୍ଣ ଅଗ୍ରୱାଲ ଓ ରାଧା ମୋହନ ଅଗ୍ରୱାଲ ଏହି କମିଟିରେ ସ୍ଥାନ ପାଇଛନ୍ତି । ଏହି ବଜେଟକୁ ଐତିହାସିକ ଆଖ୍ୟା ଦେବା ସହ ସାରା ଦେଶରେ ଏହାକୁ ପ୍ରଚାର କରିବା ପାଇଁ ବିଜେପି ପ୍ରଚାର କାର୍ଯ୍ୟକ୍ରମ ଆୟୋଜନ କରିବ । କେନ୍ଦ୍ରମନ୍ତ୍ରୀ ଓ ରାଷ୍ଟ୍ରୀୟ ପଦାଧିକାରୀମାନେ ସମସ୍ତ ରାଜ୍ୟର ରାଜଧାନୀରେ ପ୍ରେସ କନଫରେନ୍ସର ଆୟୋଜନ କରିବେ । ବୌଦ୍ଧିକ ସମ୍ମିଳନୀ ଆୟୋଜନ କରାଯାଇ ବଜେଟର ପ୍ରଚାର କରାଯିବ ବୋଲି ଜଣାପଡ଼ିଛି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    27.3 ° C
    27.3 °
    27.3 °
    74 %
    1.2kmh
    100 %
    Sun
    37 °
    Mon
    40 °
    Tue
    38 °
    Wed
    40 °
    Thu
    40 °

    ସମ୍ବନ୍ଧିତ