Thursday, September 19, 2024
25.2 C
Odisha

    ବଜ୍ରପାତଜନିତ ମୃତ୍ୟୁରେ ଓଡ଼ିଶା ସବୁଠୁ ଆଗରେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ଗୃହରେ ବଜ୍ରପାତ ଜନିତ ମୃତ୍ୟୁ ନେଇ ଉଦବେଗ ପ୍ରକାଶ କଲେ ରାଜସ୍ୱ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ଦେଶରେ ଓଡ଼ିଶା ଏହି କ୍ଷେତ୍ରରେ ବହୁ ଆଗରେ ଅଛି। ଗତ ପାଞ୍ଚ ବର୍ଷରେ ଓଡ଼ିଶାରେ ୧୧୦୩ ବଜ୍ରପାତ ଜନିତ ମୃତ୍ୟୁ ହୋଇଛି। ହେଲେ ଓଡ଼ିଶା ଠାରୁ ପାଞ୍ଚ ଗୁଣ ବଡ଼ ରାଜ୍ୟ ଉତ୍ତର ପ୍ରଦେଶରେ ଏହା ୫୪୨। ଓଡ଼ିଶାର ସୁନ୍ଦରଗଡ଼, କେନ୍ଦୁଝର ଓ ବାଲେଶ୍ୱରରେ ସର୍ବାଧିକ ବଜ୍ରପାତ ଜନିତ ମୃତ୍ୟୁ ହେଉଛି। ଖଣିଜ ରାଜ୍ୟରେ ଅଧିକ ବଜ୍ରପାତ ହୁଏ। କାରଣ ଖଣି ହେଉଛି ଗୁଡ଼ କାଣ୍ଡକ୍ଟର ଅଫ ଇଲେକ୍ଟ୍ରିସିଟି। ଏହାର ସ୍ଥାୟୀ ନିରାକରଣ ପାଇଁ ଏ ଯାଏଁ କୌଣସି ବ୍ୟବସ୍ଥା ନାହିଁ। ଏଥି ପାଇଁ ଗବେଷଣା ଚାଲିଛି ବୋଲି ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ବଜ୍ରପାତ ପ୍ରାକ ମୌସୁମୀ ଓ ମୌସୁମୀ ସମୟରେ ହୁଏ । ବାଦଲ ଓ ବାଦଲ ଭିତରେ ସଂଘର୍ଷ ଯୋଗୁଁ ଏହା ହୋଇଥାଏ । ସେ ସମୟରେ କେବଳ ଆଲୋକ ଓ ଶବ୍ଦ ହୁଏ। ହେଲେ କ୍ଷତି ହୁଏନି। ହେଲେ ଯେବେ ବାଦଲରୁ ପୃଥିବୀକୁ ମାଡ଼ ହୁଏ, ତାହା କ୍ଷତି ଆଣିଥାଏ। କାରଣ ବଜ୍ରପାତ ନେଗେଟିଭ ଇଲେକ୍ଟ୍ରିସିଟି ହୋଇଥିବା ବେଳେ ପୃଥିବୀ ପଜିଟିଭ ଇଲେକଟ୍ରିସିଟି। ନେଗେଟିଭ ଓ ପଜିଟିଭି ମିଶିଲେ ହିଁ ବିପଦ ଆଣେୟ ସେ ସମୟରେ ୩୦ ହାଜର ଡିଗ୍ରୀ ସେଲସିୟସରେ ତାପମାତ୍ରା ସୃଷ୍ଟି ହୋଇଥାଏ। ମୁଖ୍ୟତଃ ବିଲ ଓ ପାଣିରେ କାମ କରୁଥିବା ଲୋକ ବଜ୍ରପାତର ଶିକାର ହୁଅନ୍ତି। ୧.୪.୨୦୧୫ ରେ ବଜ୍ରପାତକୁ ରାଜ୍ୟ ସ୍ତରୀୟ ବିପର୍ଯୟ ଘୋଷଣା କରାଯାଇଛି। ରାଜ୍ୟସ୍ୱ ପାଣ୍ଠିରୁ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା କ୍ଷତିପୂରଣ ପ୍ରଦାନ କରାଯାଇଛି। ବଜ୍ରପାତ ରୋକିବାକୁ ବ୍ୟାପକ ତାଳ ଗଛ ଲଗାଯିବ। ଏ ନେଇ ରାଜସ୍ୱ ବିଭାଗ ପକ୍ଷରୁ ଜଙ୍ଗଲ ଓ ପରିବେଶ ବିଭାଗକୁ ୭କୋଟି ଟଙ୍କା ଦିଆଯାଇଛି। ସତର୍କ ଆପ ଜରିଆରେ ଲୋକଙ୍କୁ ବଜ୍ରପାତର ପ୍ରାକ ସୂଚନା ଦେବାର ବ୍ୟବସ୍ଥା କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    25.2 ° C
    25.2 °
    25.2 °
    91 %
    1.1kmh
    100 %
    Thu
    25 °
    Fri
    31 °
    Sat
    31 °
    Sun
    30 °
    Mon
    30 °

    ସମ୍ବନ୍ଧିତ