Thursday, October 8, 2026
21.5 C
Odisha

    ବଡ଼ଦିନ ପାଇଁ ଜି.ଉଦୟଗିରିରେ ଫ୍ଲାଗମାର୍ଚ୍ଚ, ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି

    ଆଗକୁ ପଢନ୍ତୁ

    ଜି.ଉଦୟଗିରି,୨୩/୧୨: ଖ୍ରୀଷ୍ଟ ସମ୍ପ୍ରଦାୟର ସବୁଠାରୁ ବଡ଼ ପର୍ବ ବଡ଼ଦିନ ଖ୍ରୀଷ୍ଟମାସ୍ ଉତ୍ସବ ପାଳନକୁ ଆଉ ଦୁଇ ଦିନ ବାକି ଥିବା ବେଳେ ଜି.ଉଦୟଗିରି ସହରରେ ପୋଲିସ ପ୍ରଶାସନ ତରଫରୁ ଫ୍ଲାଗମାର୍ଚ୍ଚ କରାଯାଇଛି । ବିଭାଗ ତରଫରୁ ଆଜି ସକାଳ ୧୧ ଟା ବେଳେ ଆଇଆଇସି ବିଜୟ କୁମାର ସ୍ଵାଇଁଙ୍କ ନେତୃତ୍ଵରେ ଏସଆଇ ରୂପକ ଦଳେଇ, ଆଇଆରବି ଡେପୁଟି ସୁବେଦାର ବିନୟ ପ୍ରଧାନ,ଏଏସଆଇ ରବିନ୍ଦ୍ର ସେଠୀ, ବୁଲୁ ବେହେରାଙ୍କ ସମେତ ସଶସ୍ତ୍ର ପୋଲିସ ବାହିନୀ ଥାନାରୁ ବାହାରି ସହରରେ ଫ୍ଲାଗମାର୍ଚ୍ଚ କରିଥିଲେ । ଏହି ମାଧ୍ୟମରେ ବିଶୃଙ୍ଖଳାକାରୀଙ୍କ ଉଦ୍ଦେଶ୍ୟରେ ପୋଲିସ ପ୍ରଶାସନର ସତର୍କ ଥିବା ନେଇ ଚେତାବନୀ ଦିଆଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    21.5 ° C
    21.5 °
    21.5 °
    88 %
    1.2kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ