Saturday, October 10, 2026
24.4 C
Odisha

    ବଡ଼ଦିନ ପାଇଁ ସଜେଇ ହେଉଛି ଦାରିଙ୍ଗବାଡ଼ି, ପର୍ଯ୍ୟଟକଙ୍କ ଆଗମନକୁ ଦୃଷ୍ଟିରେ ରଖି ସୁରକ୍ଷା କଡାକଡି

    ଆଗକୁ ପଢନ୍ତୁ

    ଦାରିଙ୍ଗବାଡ଼ି: ଆଉ ମାତ୍ର ୨ ଦିନର ଅପେକ୍ଷା ସାରା ବିଶ୍ୱରେ ଦେଖାଦେବ ଖୁସି ଓ ଆନନ୍ଦ। ପ୍ରଭୁ ଯୀଶୁଖ୍ରୀଷ୍ଟ ଜନ୍ମ ନେବେ ଏଥିପାଇଁ ଚାରିଆଡ଼େ ଖ୍ରୀଷ୍ଟ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଦେଖାଯାଇଛି ଉଲ୍ଲାସ, ଖୁସି ଆଉ ଆନନ୍ଦ। ଭାଇଚାରାର ବାର୍ତ୍ତା ନେଇ ଖ୍ରୀଷ୍ଟ ଶ୍ରଦ୍ଧାଳୁମାନେ ଏହି ବଡ଼ଦିନକୁ ପାଳନ କରିବେ। ଏହି କ୍ରମରେ କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ଅଞ୍ଚଳ ମଧ୍ୟ ଉତ୍ସବ ମୁଖର ହୋଇପଡ଼ିଛି। ଗାଁ ଗାଁରେ ଏବେ ଯୀଶୁଖ୍ରୀଷ୍ଟଙ୍କ ଆଗମନ ପାଇଁ ଗୁହାଳ ଘର ପ୍ରସ୍ତୁତି ସହ ରଙ୍ଗ ବେରଙ୍ଗର ଆଲୋକ ମାଳାରେ ସଜ୍ଜିତ କରାଯାଇଛି। ଯାହାକି ଆକର୍ଷଣୀୟ ଭାବେ ଝଲସି ଉଠୁଛି। ଘରେ ଘରେ ପିଠାପଣାର ଆସର ଜମିବ ଆଉ ଚର୍ଚ୍ଚ, ପ୍ରାର୍ଥନା ଗୃହ ମଧ୍ୟ ବରଣ ସହ ରଙ୍ଗ ବେରଙ୍ଗ ଆଲୁଅରେ ଝଲସିବା ଆରମ୍ଭ ହେଲାଣି। ନୂଆ ପୋଷାକ ପାଇଁ ମାର୍କେଟିଂ ଚାଲିଛି। ସେପଟେ ନିଜ ନିଜ ଗୃହକୁ ରଙ୍ଗ ଦିଆଯିବା ସହ ଘରେ ଘରେ ବନ୍ଧୁବାନ୍ଧବଙ୍କ ଭିଡ଼ ଜମିଲାଣି।

    ପ୍ରକାଶ ଯେ, ୨୪ ମଧ୍ୟରାତ୍ରରେ ଯୀଶୁଖ୍ରୀଷ୍ଟଙ୍କ ଆଗମନ ହେବ ୨୫ରେ। ଏହାକୁ ବଡ଼ଦିନ ଭାବେ ପାଳନ କରାଯିବ ସାମୁହିକ ପ୍ରାର୍ଥନା, ଯଜ୍ଞ, ବାଇବଲ ପଠନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ବିଭିନ୍ନ ଚର୍ଚ୍ଚ ଓ ପ୍ରାର୍ଥନା ଗୃହରେ ପାଳନ କରାଯିବ। ସେଥିପାଇଁ ଦାରିଙ୍ଗବାଡ଼ି ଏବେ ଠାରୁ ଉତ୍ସବ ମୁଖର ହୋଇପଡିଛି। ଦାରିଙ୍ଗବାଡ଼ି ସମେତ ସିମନବାଡ଼ି, ବ୍ରାହ୍ମଣୀଗାଁ କାଟିଙ୍ଗିଆ, କିରାମାହା, ତାଜୁଙ୍ଗିଆ, ହାତୀମୁଣ୍ଡା, ଭ୍ରମରବାଡି, ଗଦାପୁର, ପର୍ତ୍ତମାହା, ସିଆଙ୍ଗବାଲି, ବାଡ଼ାବାଙ୍ଗା, ସରାମୁଳି, ଝିଞ୍ଜିରୀଗୁଡ଼ା, କୁମ୍ଭାରୀଗାଁ ଆଦି ପଞ୍ଚାୟତ ଅଞ୍ଚଳରେ ବ୍ୟାପକ ପ୍ରସ୍ତୁତି ଚାଲିଛି। ଏହି ପର୍ବକୁ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ବ୍ରାହ୍ମଣୀଗାଁ ଓ ଦାରିଙ୍ଗବାଡ଼ି ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବା ଡିଏସ୍‌ପି ତଥା ଦାରିଙ୍ଗବାଡ଼ି ଥାନା ଅଧିକାରୀ କନକ ମାଝୀ କହିଛନ୍ତି ପୋଲିସ ଫ୍ଲାଗ୍‌ମାର୍ଚ୍ଚ କରିବା ସହ ଉପସ୍ଥିତ ଜାହିର କରିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    1.5kmh
    0 %
    Sat
    24 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ