Monday, March 23, 2026
32.9 C
Odisha

    ବଡ଼ଭାଇର ଆକ୍ରମଣରେ ସାନଭାଇ ମୃତ

    ଆଗକୁ ପଢନ୍ତୁ

    ଭଂଜନଗର : ଗଞ୍ଜାମ ଜିଲ୍ଲା ତାରସିଂ ଥାନା ଅନ୍ତର୍ଗତ ବ୍ରାହ୍ମଣପଦର ଗ୍ରାମରେ ଗତକାଲି ରାତିରେ ଏକ ହତ୍ୟାକାଣ୍ଡ ଘଟିଛି। ବଡ଼ଭାଇର ଆକ୍ରମଣରେ ସାନଭାଇର ମୃତ୍ୟୁ ଅଭିଯୋଗ ହୋଇଛି। ମୃତକ ହେଲେ ବଳରାମ ଗୌଡ଼ (୩୫)। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି।

    ଘଟଣାରୁ ପ୍ରକାଶ ଯେ, ବଳରାମ ଭଞ୍ଜନଗରରେ ସ୍ତ୍ରୀ ଏବଂ ଛୁଆଙ୍କୁ ନେଇ ରହୁଥିଲେ। ଭଞ୍ଜନଗରରେ ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିଲେ। ବଳରାମ ଗତକାଲି ରାତିରେ କୌଣସି କାମରେ ଗ୍ରାମକୁ ଆସିଥିଲେ। ମା’ ବାପା ରହୁଥିବା ଘରେ କିଛି ସମୟ ରହିବା ପରେ ପରିସ୍ରା କରିବାକୁ ଯାଉଛି କହି ବାହାରକୁ ଆସିଥିଲେ। ଏହାପରେ ବଡଭାଇଙ୍କ ସହ କୌଣସି କାରଣରୁ ଘର ସମ୍ମୁଖରେ ବଚସା ହୋଇଥିଲା। ଏହାପରେ ବଡ଼ଭାଇ ଏବଂ ଅନ୍ୟମାନେ ତାକୁ ଗାଁ ଦାଣ୍ଡର ଏକ ଗଛରେ ବାନ୍ଧି ନିସ୍ତୁକ ମାଡ଼ ମାରିଥିଲେ। ଏନେଇ ତାଙ୍କ ମା’ ଜାଣିବା ପରେ ସାନପୁଅକୁ ଉଦ୍ଧାର କରିବାକୁ ଯାଇଥିଲେ। କିନ୍ତୁ ସେତେବେଳକୁ ପୁଅର ମୃତ୍ୟୁ ଘଟି ସାରିଥିଲା। ଏନେଇ ରବିବାର ସକାଳେ ବଳରାମଙ୍କ ସ୍ତ୍ରୀ ସୁମିତ୍ରା ମଲ୍ଲିକ ଜାଣିବା ପରେ ଗ୍ରାମରେ ପହଞ୍ଚି ପୁଲିସକୁ ସୂଚନା ଦେଇଥିଲେ। ଏହାପରେ ପୁଲିସ ପହଞ୍ଚି ବଳରାମଙ୍କ ମୃତଦେହ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ଅଭିଯୁକ୍ତ ବଡ଼ଭାଇ ଏବଂ ଅନ୍ୟ ଜଣକୁ ଥାନାକୁ ନେଇ ପଚରାଉଚରା ଚଳାଇଛି। ଏଥିସହ ଘଟଣାର ଅଧିକ ତଦନ୍ତ ଚଳାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.9 ° C
    32.9 °
    32.9 °
    18 %
    2.4kmh
    0 %
    Mon
    33 °
    Tue
    36 °
    Wed
    38 °
    Thu
    38 °
    Fri
    39 °

    ସମ୍ବନ୍ଧିତ