Sunday, March 22, 2026
21.2 C
Odisha

    ବଢ଼ିଲା ଅଙ୍ଗନବାଡି କେନ୍ଦ୍ର ପାଇଁ ଅଣ୍ଡା ଦର

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ଅଙ୍ଗନବାଡି କେନ୍ଦ୍ରକୁ ଦିଆଯାଉଥିବା ଅଣ୍ଡା ଦର ବୃଦ୍ଧି ହୋଇଛି। ଶିଶୁଙ୍କ ପୋଷଣକୁ ଦୃଷ୍ଟିରେ ରଖି ଅଣ୍ଡାର ମୂଲ୍ୟ ୫ ଟଙ୍କାରୁ ୭ ଟଙ୍କାକୁ ବୃଦ୍ଧି କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଏଥିପାଇଁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସାମାଜିକ ଗଣମାଧ୍ୟମ ‘ଏକ୍ସ’ ଜରିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏ ବାବଦରେ ରାଜ୍ୟ ସରକାର ବର୍ଷକୁ ଅଧିକ ୧୭୫.୧୪ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଶ୍ରୀମତୀ ପରିଡ଼ା ସୂଚନା ଦେଇଛନ୍ତି। ସୂଚନାଯୋଗ୍ୟ ଯେ, ଗତ କିଛି ମାସ ହେଲା ବଜାରରେ ଅଣ୍ଡା ଦର ବଢ଼ିଛି। ଦର ବୃଦ୍ଧି ଯୋଗୁ ପିଲାଙ୍କୁ ଅଣ୍ଡା ଦେବାରେ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଅସୁବିଧାର ସମ୍ମୁଖୀନ ହେଉଥିଲେ। ଅଣ୍ଡା ଦର ବଢ଼ାଇବାକୁ ଦାବି ହେଉଥିଲା। ଏହାକୁ ବିଚାର କରି ସରକାର ଅଙ୍ଗନବାଡି କେନ୍ଦ୍ର ପାଇଁ ଅଣ୍ଡା ଦର ବଢାଇଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    21.2 ° C
    21.2 °
    21.2 °
    46 %
    1.9kmh
    53 %
    Sun
    33 °
    Mon
    35 °
    Tue
    37 °
    Wed
    39 °
    Thu
    38 °

    ସମ୍ବନ୍ଧିତ