Friday, May 15, 2026
26.3 C
Odisha

    ବଢ଼ିଲା ଅଙ୍ଗନବାଡି ଶିଶୁଙ୍କ ପୋଷାକର ସରକାରୀ ମୂଲ୍ୟ, ପିଲା ପିନ୍ଧିବେ ଉଚ୍ଚମାନର ୟୁନିଫର୍ମ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବଢିଲା ଅଙ୍ଗନୱାଡି ପିଲାଙ୍କ ପୋଷାକର ମୂଲ୍ୟ । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନାରେ ପ୍ରିସ୍କୁଲ ପିଲାଙ୍କ ୟୁନିଫର୍ମ ଏବଂ ଶୀତକାଳୀନ ସାମଗ୍ରୀର ମୂଲ୍ୟରେ ସଂଶୋଧନ କରାଯାଇଛି । ଆଜି ମହିଳା ଓ ଶିଶୁ ବିକାଶର ଏକ କାର୍ଯ୍ୟକ୍ରମରେ ବିଭାଗ ପକ୍ଷରୁ ଏନେଇ ଘୋଷଣା କରାଯାଇଛି । ପୂର୍ବରୁ ଛାତ୍ରଙ୍କ ପୋଷାକ ମୂଲ୍ୟ ୧୦୦ ଟଙ୍କା ଥିଲା । ଏବେ ଏହା ବଢ଼ି ୧୭୫ ଟଙ୍କା ହୋଇଛି । ସେହିପରି ଛାତ୍ରୀଙ୍କ ପୋଷାକ ମୂଲ୍ୟ ୧୫୦ ଟଙ୍କାରୁ ବଢ଼ି ୨୫୦ ଟଙ୍କା ହୋଇଛି । ଜୋତା ପାଇଁ ଖର୍ଚ୍ଚ ହେଉଥିବା ୧୦୦ଟଙ୍କାରୁ ବଢ଼ି ୧୫୦ ଟଙ୍କା ହୋଇଛି ।

    ସେହିପରି ସ୍ୱେଟର ପାଇଁ ୧୫୦ ଟଙ୍କା ଥିଲା ଏବେ ତାହା ୨୦୦ ଟଙ୍କା ହୋଇଛି । ଚଳିତ ୨୦୨୬-୨୭ ଆର୍ଥିକ ବର୍ଷରେ ଏହା ଲାଗୁ ହେବ । ଏହା ଦ୍ବାରା ରାଜ୍ୟର ୭୪ ହଜାର ୨୨୪ ଅଙ୍ଗନବାଡ଼ି କେନ୍ଦ୍ରର ୧୪.୭୬ ଲକ୍ଷରୁ ଅଧିକ ଶିଶୁ ଉପକୃତ ହେବେ । ଏହି ଅତିରିକ୍ତ ବ୍ୟୟବରାଦକୁ ସମ୍ପୂର୍ଣ୍ଣ ଭାବେ ରାଜ୍ୟ ସରକାର ବହନ କରିବେ । ମାଳତୀ ଦେବୀ ପ୍ରାକ୍ ବିଦ୍ୟାଳୟ ଯୋଜନା ଅଧୀନରେ ଅଙ୍ଗନବାଡ଼ି କେନ୍ଦ୍ରରେ ନାମ ଲେଖାଇଥିବା ୩ ରୁ ୬ ବର୍ଷ ବୟସର ଶିଶୁମାନଙ୍କୁ ପ୍ରଦାନ କରାଯାଉଥିବା ୟୁନିଫର୍ମ, ଜୋତା ଓ ମୋଜା ଏବଂ ସ୍ବେଟରର ମୂଲ୍ୟରେ ଓଡ଼ିଶା ସରକାର ଏକ ସଂଶୋଧନ ପାଇଁ ଅନୁମୋଦନ କରିଛନ୍ତି । କପଡ଼ାର କ୍ରମାଗତ ବର୍ଦ୍ଦିତ ମୂଲ୍ୟ, ସିଲେଇ ଖର୍ଚ୍ଚ, ପରିବହନ ବ୍ୟୟକୁ ଦୃଷ୍ଟିରେ ରଖି ଏବଂ ପିଲାମାନଙ୍କୁ ପ୍ରଦାନ କରାଯାଉଥିବା ପୋଷାକ ଓ ଆନୁଷଙ୍ଗିକ ସାମଗ୍ରୀର ଗୁଣବତ୍ତା ବଜାୟ ରଖିବା ପାଇଁ ଏହି ସଂଶୋଧନ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    26.3 ° C
    26.3 °
    26.3 °
    78 %
    2.5kmh
    100 %
    Thu
    27 °
    Fri
    42 °
    Sat
    42 °
    Sun
    43 °
    Mon
    46 °

    ସମ୍ବନ୍ଧିତ