Sunday, September 13, 2026
23 C
Odisha

    ବଢ଼ିଲା ଡିଜିପି ଓ୍ବାଇବି ଖୁରାନିଆଙ୍କ କାର୍ଯ୍ୟକାଳ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର: ପୋଲିସ ଡିଜି ଯୋଗେଶ ବାହାଦୂର (ଓ୍ବାଇବି) ଖୁରାନିଆଙ୍କ କାର୍ଯ୍ୟକାଳ ବଢ଼ିଛି। ରାଜ୍ୟ ସରକାର ୨୦୨୬ ପର୍ଯ୍ୟନ୍ତ ତାଙ୍କର କାର୍ଯ୍ୟକାଳ ବଢ଼ାଇଛନ୍ତି। ତେବେ ଏହି କାର୍ଯ୍ୟକାଳକୁ ସରକାର ୧୬ ଅଗଷ୍ଟ ୨୦୨୬ ପର୍ଯ୍ୟନ୍ତ ବଢ଼ାଇଛନ୍ତି। ଖୁରାନିଆ ଅଗଷ୍ଟ ୧୬ରେ ରାଜ୍ୟ ପୋଲିସ ମୁଖ୍ୟାଳୟରେ ନୂତନ ପୋଲିସ ଡିଜି ଭାବେ ବିଧିବଦ୍ଧ ଦାୟିତ୍ୱ ଗ୍ରହଣ କରିଥିଲେ। ତାଙ୍କ କାର୍ଯ୍ୟକାଳକୁ ସରକାର ସର୍ବନିମ୍ନ ୨ ବର୍ଷ ବଢ଼ାଇଛନ୍ତି। ସୂଚନାଯୋଗ୍ୟ, ୧୯୯୦ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଖୁରାନିଆ ହରିୟାଣା ରାଜ୍ୟର ମୂଳବାସିନ୍ଦା। ତାଙ୍କ ଚାକିରି କାଳ ମଧ୍ୟରେ ସେ ସୋନପୁର, ନୟାଗଡ଼, ଯାଜପୁର, ଗଞ୍ଜାମ, ମୟୂରଭଞ୍ଜ, ରାଉରକେଲାର ଆରକ୍ଷୀ ଅଧୀକ୍ଷକ ଭାବେ କାର୍ଯ୍ୟ କରିଛନ୍ତି। ପରେ ସେ ଡିଆଇଜି ଭାବେ ଦକ୍ଷିଣାଞ୍ଚଳ ରେଞ୍ଜ (ବ୍ରହ୍ମପୁର)ରେ କାର୍ଯ୍ୟ କରିଛନ୍ତି। ସେ କଟକ-ଭୁବନେଶ୍ବର କମିଶନରେଟର ଅତିରିକ୍ତ ପୋଲିସ କମିଶନର ଓ ପୋଲିସ କମିଶନର ଏବଂ ଡିଆଇଜି ଭାବେ ଉତ୍ତରାଞ୍ଚଳ (ସମ୍ବଲପୁର)ରେ କାର୍ଯ୍ୟ କରିଛନ୍ତି। ସେହିପରି ଆଇଜିପି (ଉତ୍ତରାଞ୍ଚଳ, ସମ୍ବଲପୁର), ଆଇଜିପି (ଏସ୍‌ଏପି), ଆଇଜିପି (ଅପରେଶନ), ବିପିଏସ୍‌ପିଏରେ ଆଇଜିପି (ଟ୍ରେନିଂ), ଆଇଜିପି (କ୍ରାଇମବ୍ରାଞ୍ଚ), ଆଇଜିପି (ଭିଜିଲାନ୍ସ) ଭାବେ କାର୍ଯ୍ୟ କରିଥିଲେ। ଏହାପରେ ସେ ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ଭିଜିଲାନ୍ସ), କଟକ, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ପ୍ରୋଭିଜନିଂ) ଭାବେ ସଫଳତାର ସହ କାର୍ଯ୍ୟ କରିଛନ୍ତି। ପରେ ସେ କେନ୍ଦ୍ରକୁ ଡେପୁଟେଶନରେ ଯାଇ ବିଏସ୍‌ଏଫ୍‌ର ବିଭିନ୍ନ ଉଚ୍ଚ ପଦବୀରେ ଅବସ୍ଥାପିତ ହୋଇଛନ୍ତି। ସେ ୨୦୨୩ ଜୁନ୍‌ରେ ଆରକ୍ଷୀ ମହାନିର୍ଦ୍ଦେଶକ ପଦବୀକୁ ପଦୋନ୍ନତି ପାଇ ନୂଆଦିଲ୍ଲୀସ୍ଥିତ ବିଏସ୍‌ଫ ମୁଖ୍ୟାଳୟଠାରେ ସ୍ବତନ୍ତ୍ର ଆରକ୍ଷୀ ମହାନିର୍ଦ୍ଦେଶକ ଭାବେ କାର୍ଯ୍ୟରତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    overcast clouds
    23 ° C
    23 °
    23 °
    97 %
    1.5kmh
    100 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    31 °

    ସମ୍ବନ୍ଧିତ