Thursday, April 2, 2026
38.5 C
Odisha

    ବଢ଼ିଲା ଧାନ କିଣା ଡେଡଲାଇନ, ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବଢ଼ିଲା ଧାନ କିଣା ଡେଡଲାଇନ । ୭ ଦିନ ପାଇଁ ଖରିଫ ଧାନକିଣା ଅବଧି ବଢ଼ାଇଲେ ରାଜ୍ୟ ସରକାର । ଚାଷୀଙ୍କ ଟୋକନ ଯେପରି ଲ୍ୟାପ୍ସ ନହୁଏ ସେଥିପ୍ରତି ଗୁରୁତ୍ବ ଦିଆଯାଇଛି । ମାର୍ଚ୍ଚ ୩୧ ତାରିଖ ଧାନକିଣାର ଶେଷ ତାରିଖ ଥିଲା । ହେଲେ ଏବେବି ଅନେକ ଚାଷୀ ଧାନ ବିକ୍ରି କରିପାରିନାହାନ୍ତି । ତେଣୁ ସରକାର ଧାନ ସଂଗ୍ରହ ଅବଧି ଆଉ ୭ଦିନ ବଢାଇଥିବା କହିଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ।

    ପୂର୍ବରୁ ଚାଷୀମାନେ ଟୋକନ ବ୍ୟବସ୍ଥାରେ ଅସୁବିଧା ନେଇ ଧାନ ବିକ୍ରୟ କରିବାରେ ବିଳମ୍ବ ଦେଖା ଦେଇଥିଲା । ବହୁ ଚାଷୀ ଟୋକନ ମଧ୍ୟ କରି ପାରିନଥିଲେ । ଫଳରେ ସେମାନେ ଧାନ ବିକ୍ରୟ କରିବା ନେଇ ଆଶଙ୍କା ସୃଷ୍ଟି ହୋଇଥିଲା । ଏ ନେଇ ବିଭିନ୍ନ ଜିଲ୍ଲାରୁ ଅଭିଯୋଗ ହୋଇଆସୁଥିଲା । ଶେଷରେ ସରକାର ଚାଷୀଙ୍କ କଥା ଶୁଣିଛନ୍ତି । ଫଳରେ ଆଉ ୭ ଦିନ ଧାନ କିଣା ଅବଧି ବଢ଼ାଇଛନ୍ତି ସରକାର । ଏ ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଆଜି ଘୋଷଣା କରିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    38.5 ° C
    38.5 °
    38.5 °
    17 %
    3.1kmh
    51 %
    Thu
    38 °
    Fri
    41 °
    Sat
    39 °
    Sun
    38 °
    Mon
    41 °

    ସମ୍ବନ୍ଧିତ