Friday, October 2, 2026
22.9 C
Odisha

    ୧୩ରେ ସରିବ ମହାନଦୀ ଜଳବିବାଦ ଟ୍ରାଇବୁନାଲଙ୍କ ଅବଧି ଆଶା-ଆଶଙ୍କାରେ ଓଡ଼ିଶାର ନ୍ୟାଯ୍ୟ ହକ୍‌

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ  : ଚଳିତ ମାସ ୧୩ ତାରିଖରେ ମହାନଦୀ ଜଳବିବାଦ ନ୍ୟାୟାଧିକରଣ(ଟ୍ରାଇବୁନାଲ)ର ଅବଧି ଶେଷ ହେବ। ଯଦିଓ ଟ୍ରାଇବୁନାଲଙ୍କ ଅବଧି ବୃଦ୍ଧି ପାଇଁ ଓଡ଼ିଶା ଓ ଛତିଶଗଡ଼ ତରଫରୁ କେନ୍ଦ୍ର ସରକାରଙ୍କୁ ଅନୁରୋଧ କରାଯାଇଛି; ତଥାପି ଏନେଇ ସ୍ପଷ୍ଟତା ଆସିନାହିଁ। ଅପରପକ୍ଷେ ଅବଧି ଶେଷ ପୂର୍ବରୁ ଟ୍ରାଇବୁନାଲ ଏପ୍ରିଲ ୧୧ରେ ଓଡ଼ିଶା-ଛତିଶଗଡ଼ ମଧ୍ୟରେ ଜଳବିବାଦ ମାମଲାର ଶୁଣାଣି ଧାର୍ଯ୍ୟ କରିଛନ୍ତି। ଯଦି ଟ୍ରାଇବୁନାଲଙ୍କ କାର୍ଯ୍ୟକାଳ ବୃଦ୍ଧି ନ ଘଟେ ତେବେ ଏହି ନ୍ୟାୟିକ ଲଢେଇର ଦିଗ କୁଆଡେ ଯିବ ଏବଂ ଓଡ଼ିଶାର ନ୍ୟାଯ୍ୟ ହକ୍‌‌ ଅନୁଯାୟୀ ରାଜ୍ୟକୁ ମହାନଦୀ ଜଳ ମିଳିବ କି ନାହିଁ ସେନେଇ କଳ୍ପନାଜଳ୍ପନା ବଢିଛି।

    ମାର୍ଚ୍ଚ ୨୮ରେ ଅନୁଷ୍ଠିତ ଟ୍ରାଇବୁନାଲ ଶୁଣାଣି ତଥ୍ୟ ଅନୁଯାୟୀ, ଜଳବିବାଦର ସମାଧାନ ପାଇଁ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ଗଠିତ ଯୁଗ୍ମ ବୈଷୟିକ ସମିତି (ଜଏଣ୍ଟ ଟେକ୍ନିକାଲ କମିଟି) ଆଲୋଚନା ‘ଅଗ୍ରଗତି ରିପୋର୍ଟ’ ଦାଖଲ କରିପାରିନାହିଁ। କେତେକ ପ୍ରସଙ୍ଗରେ ଟେକ୍ନିକାଲ କମିଟିର ଆପତ୍ତି ଯୋଗୁଁଁ ରିପୋର୍ଟ ଦାଖଲ ହୋଇପାରି ନ ଥିବା ଟ୍ରାଇବୁନାଲଙ୍କୁ ଅବଗତ କରାଯାଇଛି। ଓଡ଼ିଶା ସରକାର ଜଳବିବାଦର ଆପୋସ ସମାଧାନ ନିମନ୍ତେଟ୍ରାଇବୁନାଲରେ ସ୍ଥିତି ପତ୍ର ବା ‘ଷ୍ଟାଟସ ନୋଟ’ ଦାଖଲ କରିଛନ୍ତି। ତେବେ ବିବାଦର ସମାଧାନ ତଥା ଆଲୋଚନାର ଅଗ୍ରଗତି ନେଇ ଟ୍ରାଇବୁନାଲ ନିର୍ଦ୍ଧିଷ୍ଟ ଅଗ୍ରଗତି ଅନୁଭବ କରିପାରି ନ ଥିବା ଜଣାପଡ଼ିଛି। ଆସନ୍ତା ଏପ୍ରିଲ ୧୧ ଶୁଣାଣିରେ ଓଡ଼ିଶା ଏବଂ ଛତିଶଗଡ଼ ରାଜ୍ୟ ଶୀର୍ଷସ୍ତରରେ ନେତୃତ୍ୱଙ୍କ ମଧ୍ୟରେ ହେଉଥିବା ଆପୋସ ଆଲୋଚନାର ଅଗ୍ରଗତି ବିଷୟରେ ଟ୍ରାଇବୁନାଲଙ୍କୁ ଜଣାଇବେ। ଜାନୁଆରୀ ତୃତୀୟ ସପ୍ତାହରେ ଟ୍ରାଇବୁନାଲଙ୍କ ଅବଧି ବୃଦ୍ଧି ପାଇଁ କେନ୍ଦ୍ରକୁ ଓଡ଼ିଶା ସରକାର ସୁପାରିସ କରିଥିଲେ। ଟ୍ରାଇବୁନାଲ ଅଧ୍ୟକ୍ଷ ପଦରୁ ବିଚାରପତି ଏ.ଏମ. ଖାୱିଲକରଙ୍କ ମାର୍ଚ୍ଚ ୨୦୨୪ ଇସ୍ତଫାର ୯ ମାସ ପରେ ଡିସେମ୍ବର ୨୦୨୪ରେ ନୂତନ ଅଧ୍ୟକ୍ଷ ଭାବେ ବିଚାରପତି ବେଲା ଏମ. ତ୍ରିବେଦୀଙ୍କୁ ନିଯୁକ୍ତି ମିଳିଥିଲା।

    ତେଣୁ ଅତିକମ୍‌‌ରେ ୯ ମାସ ଅବଧିକାଳ ବୃଦ୍ଧି ପାଇଁ ଓଡ଼ିଶା ସରକାର ଯୁକ୍ତି ବାଢ଼ିଛନ୍ତି। ଜଳବିବାଦର ସମାଧାନ ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକ୍ରମେ କେନ୍ଦ୍ର ସରକାର ୨୦୧୮ରେ ମହାନଦୀ ଜଳବିବାଦ ଟ୍ରାଇବୁନାଲ ଗଠନ କରିଥିଲେ। ପ୍ରାୟ ଆଠ ବର୍ଷ ଅବଧି କାଳରେ ଓଡ଼ିଶାର ଦାବି ମୁତାବକ ଛତିଶଗଡ଼ରେ ମହାନଦୀ ଅବବାହିକା ଅଞ୍ଚଳରେ ଜଳପ୍ରକଳ୍ପ ନିର୍ମାଣକୁ ରୋକିବା ଏବଂ ଅଣମୌସୁମୀ କାଳରେ ମହାନଦୀରେ ଅତିକମ୍‌‌ରେ ୧.୭୨ ଟିଏମସି ଜଳପ୍ରବାହ ସୁନିଶ୍ଚିତ କରିବା ବିଷୟରେ ଟ୍ରାଇବୁନାଲ ଆଦେଶନାମା ଜାରି କରିପାରିନାହାନ୍ତି। ଟ୍ରାଇବୁନାଲଙ୍କ ଅବଧି ମାତ୍ର ୧୨ ଦିନ ବାକି ଥିବା ବେଳେ ଏତେ କମ୍‌‌ ସମୟରେ ଓଡ଼ିଶାର ସ୍ୱାର୍ଥ ସୁରକ୍ଷା ନେଇ ଆଶଙ୍କା ସୃଷ୍ଟି ହୋଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ