Thursday, September 17, 2026
30.6 C
Odisha

    ବଢ଼ୁଛି ରେଭେନ୍ସା ବିବାଦ, ବାଚସ୍ପତିଙ୍କ ପାଖରେ ଦାଖଲ ଅଭିଯୋଗ ପ୍ରତ୍ୟାହାର ଦାବି

    ଆଗକୁ ପଢନ୍ତୁ

    କଟକ : ତୁଟୁନି ରେଭେନ୍ସା ବିବାଦ । ଗୋଟିଏ ପଟେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ ଆଉ ଗୋଟିଏ ପଟେ ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ। ଇଷ୍ଟ ହଷ୍ଟେଲ ଅନ୍ତେବାସୀଙ୍କ ପ୍ରତିବାଦ ଅନଶନରୁ ଜନ୍ମ ନେଇ ଥିବା ଏହି ବିବାଦରେ ବାହରି ପାରୁନି ସମାଧାନର ସୂତ୍ର । ବିଶ୍ୱବିଦ୍ୟାଳୟ କୁଳପତିଙ୍କ ନିକଟରେ ଶିକ୍ଷକ ସଂଘ ବିଧାୟକଙ୍କ ଆଚରଣ ଏବଂ ଉଚ୍ଚାରଣକୁ ନେଇ ଅଭିଯୋଗ ଆଣିଥିବା ବେଳେ, ବିଧାନସଭା ବାଚସ୍ପତିଙ୍କୁ ପତ୍ର ଲେଖି ହଷ୍ଟେଲ ଚିଫ ୱାର୍ଡେନଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ବିଧାୟକ । କେବଳ ସେତିକି ନୁହେଁ ଘଟଣା ସମ୍ପର୍କରେ କୁଳାଧିପତି ରାଜ୍ୟପାଳଙ୍କୁ ମଧ୍ୟ ଅବଗତ କରାଯିବ ବୋଲି କହିଛନ୍ତି ବିଧାୟକ । ଏସବୁ ଭିତରେ ଏକ ସାମ୍ବାଦିକ ସମ୍ମିଳନୀ କରିଛି ରେଭେନ୍ସା ବିଶ୍ୱବିଦ୍ୟାଳୟ ଶିକ୍ଷକ ସଂଘ । କଟକ ସଦର ବିଧାୟକ ସିନେଟ୍ ସଦସ୍ୟ ବୋଲି ଆମ ପାଖରେ କୌଣସି ତଥ୍ୟ ନାହିଁ । ବିଧାୟକ ନୋମିନେଟ ହୋଇ ଥାଇ ପାରନ୍ତି କିନ୍ତୁ ଏପର୍ଯ୍ୟନ୍ତ ସିନେଟ୍ ଗଠନ ହୋଇ ନାହିଁ ଏ ନେଇ କୌଣସି ବିଜ୍ଞପ୍ତି ପ୍ରକାଶ ପାଇ ନାହିଁ ବୋଲି କହିଛି ସଂଘ ।

    ବିଧାୟକ, ଚିଫ ୱାର୍ଡେନଙ୍କ ବିରୁଦ୍ଧରେ ବାଚସ୍ପତିଙ୍କୁ ଲେଖି ଥିବା ପତ୍ର ଯଦି ପ୍ରତ୍ୟାହାର କରନ୍ତି, ତେବେ ଆଗକୁ ସମାଧାନର ବାଟ ବାହାରିବାର ସମ୍ଭାବନା ରହିଛି ବୋଲି କହିଛି ଶିକ୍ଷକ ସଂଘ । ଅନ୍ୟପଟେ ଏ ସଂପର୍କରେ କୁଳାଧିପତି ତଥା ରାଜ୍ୟପାଳଙ୍କୁ ଭେଟିବି ବୋଲି କହିଛନ୍ତି ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ । ରେଭେନ୍ସାରେ ସୁସ୍ଥ ବାତାବରଣ ଫେରି ଆସୁବୋଲି ସେ କହିଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    moderate rain
    30.6 ° C
    30.6 °
    30.6 °
    69 %
    1.4kmh
    36 %
    Thu
    31 °
    Fri
    32 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ