Monday, May 25, 2026
42 C
Odisha

    ବଢିବ MLA ଓ ମନ୍ତ୍ରୀଙ୍କର ଦରମା, ଭତ୍ତା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର  : ବଢିବ ବିଧାୟକ ଓ ମନ୍ତ୍ରୀଙ୍କ ଦରମା । ପୂର୍ବତନ ବିଧାୟକଙ୍କର ବି ବୃଦ୍ଧି ହେବ ପେନସନ । ବିଧାୟକ, ମନ୍ତ୍ରୀ, ଉପବାଚସ୍ପତି ଓ ପୂର୍ବ ବିଧାୟକଙ୍କ ଦରମା, ଭତ୍ତା ବଢିବା ନେଇ ବିଧାନସଭା ଗୃହରେ ଆଜି ଗୁରୁତ୍ୱପୂର୍ଣ୍ଣ ବିଲ ଉପସ୍ଥାପନ କରିବେ ସଂସଦୀୟ ବ୍ୟାପାର ମନ୍ତ୍ରୀ ମୁକେଶ ମହାଲିଙ୍ଗ ।

    ପୂର୍ବରୁ ଏହା ଉପରେ କେତେ ଆଲୋଚନା ଓ ଦାବି ହୋଇ ଆସୁଥିଲା । କିନ୍ତୁ ଆଜି ତାହା କାର୍ଯ୍ୟକାରୀ ହେବାକୁ ଯାଇଛି । ବର୍ତ୍ତମାନ ବିଧାୟକଙ୍କ ଦରମା ୯୯ ହଜାର ଟଙ୍କା ରହିଛି । ଦରମା ଏବଂ ଭତ୍ତା ବାବଦକୁ ନେଇ ବିଧାୟକମାନେ ୯୯ ହଜାର ଟଙ୍କା ପାଉଛନ୍ତି । ତେବେ ଏହାକୁ ଯଦି ସଂଶୋଧନ କରି ଲାଗୁ କରାଯାଏ, ତାହାହେଲେ ବିଧାୟକଙ୍କ ଦରମା ଅଢେଇ ଲକ୍ଷ ଟଙ୍କା ହୋଇପାରେ । ପୂର୍ବତନ ବିଧାୟକ ଯେଉଁମାନେ ପେନସନ ପାଉଛନ୍ତି ସେମାନେ ୭୦ ହଜାର ଟଙ୍କା ପାଇବେ ବୋଲି ସୂଚନା ମିଳିଛି । ଏହାକୁ ବିଚାର ବିମର୍ଶ କରି ରାଜ୍ୟ ସରକାର ଲାଗୁ କରିବା ପାଇଁ ଯାଉଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    42 ° C
    42 °
    42 °
    22 %
    2.2kmh
    11 %
    Mon
    43 °
    Tue
    45 °
    Wed
    45 °
    Thu
    46 °
    Fri
    44 °

    ସମ୍ବନ୍ଧିତ