Wednesday, April 1, 2026
25.3 C
Odisha

    ବଣାଇରେ ବାଘ ,ବାଘ ପାଦ ଚିହ୍ନକୁ ନେଇ ଆତଙ୍କରେ ଗ୍ରାମବାସୀ

    ଆଗକୁ ପଢନ୍ତୁ

    ସୁନ୍ଦରଗଡ଼  :  ବଣାଇ ରେଞ୍ଜ  ଧରଣୀଧର ପାଲି ସେକ୍ସନ ଅନ୍ତର୍ଗତ ଘୋଷରା ଗ୍ରାମ ନିକଟରେ ଥିବା ପତ୍ରାପାଲି ଜଙ୍ଗଲ ନିକଟରେ ରବିବାର ସକାଳୁ ଏକ ବାଘର  ପାଦ ଚିହ୍ନ ଦେଖିବାକୁ ମିଳିଛି। କିଛି ଲୋକ ଏହାକୁ ମହାବଳ ବାଘର ପାଦ ଚିହ୍ନ ବୋଲି କହିବା ପରେ ବନ ବିଭାଗକୁ ଖବର ଦେଇଥିଲେ। ବନ ବିଭାଗ କର୍ମଚାରୀମାନେ ଜଙ୍ଗଲରେ ପହଞ୍ଚି ପାଦ ଚି଼ହ୍ନର ଯାଞ୍ଚ କରିଛନ୍ତି। ଏକ୍ସପଟ ମାନଙ୍କ ଯାଞ୍ଚ ପରେ ପାଦ ଚି଼ହ୍ନ କେଉଁ ବାଘର ତାହା ସ୍ପଷ୍ଟ ହେବ।ଅନ୍ୟ ପକ୍ଷରେ ବଣାଇ ଫରେଷ୍ଟ ଡିଭିଜନ ର ସୋଲ ରେଞ୍ଜ ଅଞ୍ଚଳରେ କିଛି ଦିନ ତଳେ ଏକ ମହାବଳ ବାଘ ବୁଲୁଥିବା କେମେରାରେ କଏଦ ହୋଇଥିଲା। ଯାହାକୁ ନେଇ ଅଞ୍ଚଳରେ ଭୟରେ ବାତାବରଣ ସୃଷ୍ଟି ହୋଇଛି।କାଳେ ସେହି ମହାବଳବାଘ ଟି  ଫେରି ଆସିଥାଇପାରେ କିମ୍ବା ଏହା ଆଉ କେଉଁ ବାଘର ପାଦ ଚିହ୍ନ ତାହା  ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ ହୋଇ ପାରି ନାହିଁ। ପାଦ ଚିହ୍ନ କୁ ନେଇ  ବନ ବିଭାଗ ପକ୍ଷରୁ ଜଙ୍ଗଲ ନିକଟସ୍ଥ ଗାଁ ଗୁଡିକରେ ଡାକବାଜି ଯନ୍ତ୍ର ଦ୍ବାରା ସତର୍କ ରହିବାକୁ ସୂଚନା ଦିଆଯାଇଛି। ବନ ବିଭାଗ କର୍ମଚାରୀମାନେ ଏବେ ପାଟ୍ରୋଲିଂ କରିବା ସହ ବାଘର ଗତିବିଧି ଉପରେ ତୀକ୍ଷ୍‌ଣ ନଜର ରଖିଛନ୍ତି। ଏ ବାବଦରେ ବନ ବିଭାଗର ରେଞ୍ଜ ଅଧିକାରୀ ଦେବାଶିଷ ନାୟକଙ୍କୁ ପଚାରିବା ପରେ ଆମେ ଯାଞ୍ଚ୍ ଜାରି ରଖିଛୁ ତାହା କଲରା ପତରିଆ ନା ମହାବଳବାଘ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ନଥିବା କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.3 ° C
    25.3 °
    25.3 °
    35 %
    0.8kmh
    5 %
    Wed
    39 °
    Thu
    41 °
    Fri
    41 °
    Sat
    39 °
    Sun
    38 °

    ସମ୍ବନ୍ଧିତ