Wednesday, October 7, 2026
23.2 C
Odisha

    ବଦଳିବ ସିଇସି ମନୋନୟନ ପ୍ରକ୍ରିୟା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ମୁଖ୍ୟ ନିର୍ବାଚନ କମିସନର (ସିଇସି) ମନୋନୟନ ପ୍ରକ୍ରିୟାରେ ପରିବର୍ତ୍ତନ ହେବାକୁ ଯାଉଛି। ବର୍ତ୍ତମାନ ସିଇସି ଭାବେ କାର୍ଯ୍ୟରତ ରାଜୀବ କୁମାରଙ୍କ କାର୍ଯ୍ୟକାଳ ଆସନ୍ତା ଫେବୃଆରୀ ୧୮ରେ ଶେଷ ହେବ। ନିର୍ବାଚନ ଆୟୋଗରେ ଅନ୍ୟ ଦୁଇ ନିର୍ବାଚନ କମିସନର ଭାବେ ଜ୍ଞାନେନ୍ଦ୍ର କୁମାର ଓ ସୁଖବୀର ସିଂହ ସାନ୍ଧୁ ଅଛନ୍ତି। ପୂର୍ବରୁ ସିଇସିଙ୍କ କାର୍ଯ୍ୟକାଳ ଶେଷ ହେବା ପରେ ସବୁଠାରୁ ବରିଷ୍ଠ ନିର୍ବାଚନ କମିସନର ଭାବେ କାର୍ଯ୍ୟରତ ବ୍ୟକ୍ତି ପରବର୍ତ୍ତୀ ସିଇସି ହେବାର ପରମ୍ପରା ରହିଥିଲା। ତେବେ ଏଥିରେ ପରିବର୍ତ୍ତନ କରାଯାଇଛି। ମୁଖ୍ୟ ନିର୍ବାଚନ କମିସନର ଏବଂ ଅନ୍ୟ ନିର୍ବାଚନ କମିସନର ନିଯୁକ୍ତି ଆଇନ ୨୦୨୩ ଅନୁଯାୟୀ ପରବର୍ତ୍ତୀ ସିଇସିଙ୍କୁ ନିଯୁକ୍ତ କରାଯିବ। ଏହି ଆଇନର ଧାରା ୬ ଓ ୭ ଅନୁଯାୟୀ କେନ୍ଦ୍ର ଆଇନ ମନ୍ତ୍ରଣାଳୟ ତରଫରୁ ଏକ ୫ଜଣିଆ ମନୋନୟନ କମିଟି ଗଠନ କରାଯିବ। ଏହି କମିଟିରେ ପ୍ରଧାନମନ୍ତ୍ରୀ, ଜଣେ କ୍ୟାବିନେଟ ମନ୍ତ୍ରୀ, ଲୋକସଭାରେ ବିରୋଧୀ ଦଳ ନେତାଙ୍କ ବ୍ୟତୀତ ଆଉ ୨ଜଣ ସଦସ୍ୟ ଭାବେ ରହିବେ। ଏହି କମିଟି ସିଇସି ଏବଂ ଅନ୍ୟ ନିର୍ବାଚନ କମିସନରଙ୍କୁ ମନୋନୀତ କରିବେ। ବର୍ତ୍ତମାନ ନିର୍ବାଚନ କମିସନର ଭାବେ ଦାୟିତ୍ବ ନିର୍ବାହ କରୁଥିବା ଜ୍ଞାନେନ୍ଦ୍ର କୁମାର ସିଇସି ପଦରେ ନିଯୁକ୍ତି ପାଇବାରେ କୌଣସି ବାଧା ନାହିଁ। ତେବେ ୫ଜଣିଆ ମନୋନୟନ କମିଟି ଚାହିଁଲେ ବାହାରୁ ଅନ୍ୟ ବ୍ୟକ୍ତିଙ୍କୁ ସିଇସି ଭାବେ ନିଯୁକ୍ତ କରିପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    23.2 ° C
    23.2 °
    23.2 °
    89 %
    1.8kmh
    0 %
    Wed
    23 °
    Thu
    30 °
    Fri
    29 °
    Sat
    30 °
    Sun
    30 °

    ସମ୍ବନ୍ଧିତ