ଖବରଦେଶ-ବିଦେଶ ବଦଳିବ PMO ର ଠିକଣା, ପବିତ୍ର ମକର ସଂକ୍ରାନ୍ତିରେ ନୂଆ ଅଫିସକୁ ସ୍ଥାନାନ୍ତର By Hemant January 13, 2026 24 0 ଆଗକୁ ପଢନ୍ତୁ ଲକ୍ଷ୍ନୌ ଷ୍ଟେସନରୁ ୧.୭୨ କୋଟିର ସୁନା ଜବତ, ଜଣେ ଗିରଫ ୨୦୨୬ ପାଇଁ ‘ଚନ୍ଦ୍ରକୁମାର ମହାନ୍ତି କବିତା ପୁରସ୍କାର’ ପାଇବେ ଯୁବକବି ଯୀଶୁ କ୍ରିଷ୍ଣ ଦାସ ୧୩ରେ ଲଘୁଚାପ ; ଦକ୍ଷିଣ, ଉପକୂଳରେ ବେଶି ବର୍ଷିବ ! ଆଜି ଦିଲ୍ଲୀରେ CJPର ବଡ଼ ପ୍ରତିବାଦ, ଜନ୍ତରମନ୍ତରରେ ଆନ୍ଦୋଳନ ଡାକରା Hemant ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅଫିସ୍ ପ୍ରସ୍ତୁତ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଳକରୁ ଏହି ନୂଆ ଅଫିସକୁ ସ୍ଥାନାନ୍ତର ହେବ ବୋଲି କୁହାଯାଉଛି । ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ ମସିହାରୁ ପିଏମ୍ଓ ସାଉଥ୍ ବ୍ଳକରେ କାର୍ଯ୍ୟକ୍ଷମ ହୋଇଆସୁଥିଲା । ନୂଆ ଅଫିସର ଠିକଣା ସେବାତୀର୍ଥ ରଖାଯାଇଛି । ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କରାଯାଇଛି । ଏହି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଚିବାଳୟ ଏବଂ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିଛି । ପ୍ରତିଟି କାର୍ଯ୍ୟାଳୟ ପାଇଁ ପୃଥକ ବିଲ୍ଡିଂ ନିର୍ମାଣ କରାଯାଇଛି । ପିଏମ୍ ଓ ଯେଉଁ କମ୍ପ୍ଲେକ୍ସରେ ରହିବ ତାହାର ନାମ ରଖାଯାଇଛି ସେବାତୀର୍ଥ-୧ । ସେଠାରେ ରହିଛି ଅତ୍ୟାଧୁନିକ କାର୍ଯ୍ୟସ୍ଥଳ ଓ ଭବ୍ୟ ସମାରୋହ ପ୍ରକୋଷ୍ଠ । ୨ ଲକ୍ଷ ୨୬ ହଜାର ୨୦୩ ବର୍ଗଫୁଟ ଜମିରେ ପରିବ୍ୟାପ୍ତ ଏହି ସେବାତୀର୍ଥ ନିର୍ମାଣରେ ମୋଟ ୧ହଜାର ୧୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରି ଛି। ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ । ସାଉଥ୍ ଓ ନର୍ଥ ବ୍ଳକରୁ ସବୁ ସରକାରୀ ଅଫିସ ହଟିବା ପରେ ତାକୁ ସର୍ବସାଧାରଣ ସଂଗ୍ରହାଳୟରେ ପରିଣତ କରାଯିବ । Continue Reading ଖବରଦେଶ-ବିଦେଶ Tagschange PMOnational Share FacebookTwitterPinterestWhatsApp Previous articleଉତ୍ତରାଖଣ୍ଡରେ ଭୂକମ୍ପ ଝଟକା, ତୀବ୍ରତା ୩.୫Next articleଭଙ୍ଗାଯିବ ନ ତାଲା, ସେଚ ସଦନ ଓ ରାଜୀବ ଭବନ : ପୂର୍ତ୍ତମନ୍ତ୍ରୀ ଅନ୍ୟାନ୍ୟ ଖବର ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍ଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ ଏନ୍ଆଇଏ ୧୩ରେ ଲଘୁଚାପ ; ଦକ୍ଷିଣ, ଉପକୂଳରେ ବେଶି ବର୍ଷିବ ! ଭଦ୍ରକରେ ଜଳିଗଲା ଜୋତା ଗୋଦାମ, ଲକ୍ଷାଧିକ ଟଙ୍କାର ସାମଗ୍ରୀ ପୋଡ଼ି ପାଉଁଶ ବିଶ୍ୱର ଶ୍ରେଷ୍ଠ ୨ ପ୍ରତିଶତ ବୈଜ୍ଞାନିକ ତାଲିକାରେ କିଟ୍-କିସ୍ର ୩୪ ଅଧ୍ୟାପକ ଲକ୍ଷ୍ନୌ ଷ୍ଟେସନରୁ ୧.୭୨ କୋଟିର ସୁନା ଜବତ, ଜଣେ ଗିରଫ ପାଣିପାଗ Odisha clear sky enter location 22.8 ° C 22.8 ° 22.8 ° 82 % 0.9kmh 0 % Sat 22 ° Sun 30 ° Mon 29 ° Tue 30 ° Wed 30 ° ସମ୍ବନ୍ଧିତ ଫ୍ଲାଏଦୁବାଇ ବିମାନରେ ଭାରତୀୟ ପାଇଲଟ୍ଙ୍କୁ ଆକ୍ରମଣ ଘଟଣାର ତଦନ୍ତ କରିବ ଏନ୍ଆଇଏ ଶକ୍ତିଶାଳୀ ଭୂକମ୍ପରେ ଥରିଲା ପନାମା ଆଜି ଦିଲ୍ଲୀରେ CJPର ବଡ଼ ପ୍ରତିବାଦ, ଜନ୍ତରମନ୍ତରରେ ଆନ୍ଦୋଳନ ଡାକରା ୨୦୨୬ ନୋବେଲ୍ ଶାନ୍ତି ପୁରସ୍କାର ଘୋଷଣା; ନାଭି ପିଲେଙ୍କୁ ମିଳିବ ସମ୍ମାନ
ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରି ଛି। ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ । ସାଉଥ୍ ଓ ନର୍ଥ ବ୍ଳକରୁ ସବୁ ସରକାରୀ ଅଫିସ ହଟିବା ପରେ ତାକୁ ସର୍ବସାଧାରଣ ସଂଗ୍ରହାଳୟରେ ପରିଣତ କରାଯିବ ।