ଖବରଦେଶ-ବିଦେଶ ବଦଳିବ PMO ର ଠିକଣା, ପବିତ୍ର ମକର ସଂକ୍ରାନ୍ତିରେ ନୂଆ ଅଫିସକୁ ସ୍ଥାନାନ୍ତର By Hemant January 13, 2026 24 0 ଆଗକୁ ପଢନ୍ତୁ ମୁହଁରେ ବରଫ ଘଷିଲେ କମିଯାଏ କି ଓପନ୍ ପୋର୍ସ? କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଲା ଟ୍ୱିନ୍ ସିଟି, ଯାତାୟାତ ପ୍ରଭାବିତ ଖାଇବା ସମୟରେ ବାରମ୍ବାର ଦାନ୍ତରେ କଟିଯାଉଛି କି ଜିଭ? ଅଣଦେଖା କରନ୍ତୁ ନାହିଁ, ହୋଇପାରେ ଏହି ସମସ୍ୟା ରୋଷେଇ ଘରର ଏହି ଜିନିଷ, ଶରୀର ପାଇଁ ବେଶ୍ ଉପକାରୀ! Hemant ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନୂଆ ଅଫିସ୍ ପ୍ରସ୍ତୁତ । ପବିତ୍ର ମକର ସଂକ୍ରାନ୍ତି ଅବସରରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ସାଉଥ ବ୍ଳକରୁ ଏହି ନୂଆ ଅଫିସକୁ ସ୍ଥାନାନ୍ତର ହେବ ବୋଲି କୁହାଯାଉଛି । ଦେଶ ସ୍ବାଧୀନତା ଲାଭକରିବା ପରଠାରୁ ଅର୍ଥାତ ୧୯୪୭ ମସିହାରୁ ପିଏମ୍ଓ ସାଉଥ୍ ବ୍ଳକରେ କାର୍ଯ୍ୟକ୍ଷମ ହୋଇଆସୁଥିଲା । ନୂଆ ଅଫିସର ଠିକଣା ସେବାତୀର୍ଥ ରଖାଯାଇଛି । ସେଣ୍ଟ୍ରାଲ ଭିଷ୍ଟା ରିଡେଭେଲପମେଣ୍ଟ ପ୍ରୋଜେକ୍ଟ ଅଧୀନରେ ଏହାର ନିର୍ମାଣ କରାଯାଇଛି । ଏହି କମ୍ପ୍ଲେକ୍ସରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ, କେନ୍ଦ୍ରୀୟ ସଚିବାଳୟ ଏବଂ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିଛି । ପ୍ରତିଟି କାର୍ଯ୍ୟାଳୟ ପାଇଁ ପୃଥକ ବିଲ୍ଡିଂ ନିର୍ମାଣ କରାଯାଇଛି । ପିଏମ୍ ଓ ଯେଉଁ କମ୍ପ୍ଲେକ୍ସରେ ରହିବ ତାହାର ନାମ ରଖାଯାଇଛି ସେବାତୀର୍ଥ-୧ । ସେଠାରେ ରହିଛି ଅତ୍ୟାଧୁନିକ କାର୍ଯ୍ୟସ୍ଥଳ ଓ ଭବ୍ୟ ସମାରୋହ ପ୍ରକୋଷ୍ଠ । ୨ ଲକ୍ଷ ୨୬ ହଜାର ୨୦୩ ବର୍ଗଫୁଟ ଜମିରେ ପରିବ୍ୟାପ୍ତ ଏହି ସେବାତୀର୍ଥ ନିର୍ମାଣରେ ମୋଟ ୧ହଜାର ୧୮୯ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରି ଛି। ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ । ସାଉଥ୍ ଓ ନର୍ଥ ବ୍ଳକରୁ ସବୁ ସରକାରୀ ଅଫିସ ହଟିବା ପରେ ତାକୁ ସର୍ବସାଧାରଣ ସଂଗ୍ରହାଳୟରେ ପରିଣତ କରାଯିବ । Continue Reading ଖବରଦେଶ-ବିଦେଶ Tagschange PMOnational Share FacebookTwitterPinterestWhatsApp Previous articleଉତ୍ତରାଖଣ୍ଡରେ ଭୂକମ୍ପ ଝଟକା, ତୀବ୍ରତା ୩.୫Next articleଭଙ୍ଗାଯିବ ନ ତାଲା, ସେଚ ସଦନ ଓ ରାଜୀବ ଭବନ : ପୂର୍ତ୍ତମନ୍ତ୍ରୀ ଅନ୍ୟାନ୍ୟ ଖବର ଆଜି ସାରା ଦେଶ ପାଳୁଛି ଜାତୀୟ ଏକତା ଦିବସ ଆଜିଠୁ OCS ମୁଖ୍ୟ ଲିଖିତ ପରୀକ୍ଷା, ସକାଳ ୯ଟାରୁ ପ୍ରଥମ ସିଟିଂ ଆରମ୍ଭ ଖାଦ୍ୟରେ ସାମିଲ କରନ୍ତୁ ଧନିଆ ପତ୍ର, ଯାହା ସ୍ବାଦ ବଢାଇବା ସହ ଅନେକ ରୋଗରୁ ଦେବ ଉପଶମ କୁହୁଡ଼ିର ଧଳା ଚାଦରରେ ଢାଙ୍କି ହେଲା ଟ୍ୱିନ୍ ସିଟି, ଯାତାୟାତ ପ୍ରଭାବିତ ମୁହଁରେ ବରଫ ଘଷିଲେ କମିଯାଏ କି ଓପନ୍ ପୋର୍ସ? ପାଣିପାଗ Odisha clear sky enter location 23.4 ° C 23.4 ° 23.4 ° 93 % 0.3kmh 3 % Sat 27 ° Sun 28 ° Mon 29 ° Tue 28 ° Wed 28 ° ସମ୍ବନ୍ଧିତ ଆଜି ସାରା ଦେଶ ପାଳୁଛି ଜାତୀୟ ଏକତା ଦିବସ ଭୁଟାନରେ ଫାଟିଲା ଗ୍ଲେସିୟର ହ୍ରଦ, ଆସାମ ଓ ପଶ୍ଚିମବଙ୍ଗରେ ହାଇ ଆଲର୍ଟ ଆଜି ଆସିବ ‘ପିଏମ୍-କିସାନ’ର କିସ୍ତି, ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ ଇସ୍ରୋର ବଡ଼ ମିଶନ୍, ମହାକାଶକୁ ଯିବ NVS-03 ଉପଗ୍ରହ
ସେବାତୀର୍ଥ-୨ରେ କ୍ୟାବିନେଟ ସଚିବାଳୟ ରହିଛି ଯାହାକି ଗତବର୍ଷ ସେପ୍ଟେମ୍ବରରୁ ସେଠାରେ କାର୍ଯ୍ୟକ୍ଷମ ହୋଇସାରି ଛି। ସେବାତୀର୍ଥ-୩ରେ ଜାତୀୟ ସୁରକ୍ଷା ପରାମର୍ଶଦାତାଙ୍କ ଅଫିସ୍ ଓ ଜାତୀୟ ସୁରକ୍ଷା ପରିଷଦ ସଚିବାଳୟ ରହିବ । ସାଉଥ୍ ଓ ନର୍ଥ ବ୍ଳକରୁ ସବୁ ସରକାରୀ ଅଫିସ ହଟିବା ପରେ ତାକୁ ସର୍ବସାଧାରଣ ସଂଗ୍ରହାଳୟରେ ପରିଣତ କରାଯିବ ।