Wednesday, October 7, 2026
31.4 C
Odisha

    ବଦଳିଲା ଝାରପଡ଼ା ଦୂର୍ଗାପୂଜା ମଣ୍ଡପର ଠିକଣା

    ଆଗକୁ ପଢନ୍ତୁ

    ଭୁବନେଶ୍ୱର   :   ଝାରପଡ଼ା ଦୁର୍ଗାପୂଜା ମଣ୍ଡପର ବଦଳିଲା ଠିକଣା। ଲାଗିରହିଥିବା ବିବାଦର ହେଲା ଅନ୍ତ । ଏଥର ମେଳଣ ପଡ଼ିଆରେ ହେବ ଝାରପଡ଼ା ଦୁର୍ଗା ପୂଜା। ଜେଲ୍ ରୋଡ୍ ଛକ ପରିବର୍ତ୍ତେ ମେଳଣ ପଡ଼ିଆରେ ହେବ ପୂଜା। ଝାରପଡ଼ା ଦୁର୍ଗା ପୂଜା ସମିତି ପକ୍ଷରୁ  ସୂଚନା ଦିଆଯାଇଛି। ପ୍ରତିବର୍ଷ ଭଳି ଏଥର ବି ମହାଆଡ଼ମ୍ୱରରେ ହେବ ମାଆଙ୍କ ପୂଜା। ସବୁ ବିବାଦ ତୁଟି ଏବେ ପୁଣି ଥରେ ଝଲସିବ ପୂଜା ମଣ୍ଡପ।

    ଦୁଇପକ୍ଷର ଗଣ୍ଡଗୋଳ ଫଳରେ ୧୪ ବର୍ଷ ଧରି ଚାଲିଥିବା ଦୁର୍ଗାପୂଜା ଚଳିତବର୍ଷ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଥିବାରୁ ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ କରିଛନ୍ତି। ସୂଚନା ଅନୁସାରେ ୨୦୧୧ ମସିହାରେ ପ୍ରଥମ କରି ଝାରପଡ଼ାରେ ଗାଁ ଲୋକଙ୍କ ଦ୍ୱାରା ଦୁର୍ଗ‌ାପୂଜା ଆରମ୍ଭ ହୋଇଥିଲା।

    ଏହାପରେ ୧୪ ବର୍ଷ ଧରି ସୁରୁଖୁରରେ ପୂଜା ହୋଇ ଆସୁଥିଲା। ପୂଜା ସହିତ ପେଣ୍ଡାଲ, ମେଢ଼, ଆକର୍ଷଣୀୟ ତୋରଣ ଓ ସାଜସଜ୍ଜା ପାଇଁ ଝାରପଡ଼ା ପୂଜାମଣ୍ଡପ ସାଧାରଣ ଲୋକଙ୍କୁ ଆକର୍ଷିତ କରୁଥିଲା। ପ୍ରତି ବର୍ଷ ମଧ୍ୟ ବିଭିନ୍ନ କ୍ଷେତ୍ରରେ ଝାରପଡ଼ା ଦୁର୍ଗାପୂଜା ମଣ୍ଡପ ପୁରସ୍କୃତ ହୋଇଆସୁଥିଲା। କିନ୍ତୁ ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ବିବାଦ ଏବେ ଝାରପଡ଼ା ଦୁର୍ଗାପୂଜାକୁ ନେଇ ସଂଶୟ ସୃଷ୍ଟି କରିଛି।

    ଗତବର୍ଷ ଦୁର୍ଗାପୂଜା ପୂର୍ବରୁ ଦୁର୍ଗାପୂଜା କମିଟିର ସାଧାରଣ ପରିଷଦ ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ବିଭିନ୍ନ କାରଣରୁ ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଥିଲା‌। ଝାରପଡ଼ା ଗାଁ’ର କିଛି ଲୋକ ଝାରପଡ଼ା ଦୁର୍ଗାପୂଜା କମିଟି ଉପରେ ଅର୍ଥ ଅନିୟମିତତା ଅଭିଯୋଗ ଆଣି ହୋହଲ୍ଲା କରିଥିଲେ। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    31.4 ° C
    31.4 °
    31.4 °
    52 %
    2.4kmh
    12 %
    Wed
    29 °
    Thu
    30 °
    Fri
    30 °
    Sat
    30 °
    Sun
    30 °

    ସମ୍ବନ୍ଧିତ