Sunday, October 4, 2026
29.6 C
Odisha

    ବନ୍ଧୁକ ମୁନରେ ଲୁଟ୍, ମାଛ ନେବା ବାହାନାରେ ଘରେ ପଶି ଲୁଟିଲେ ଲକ୍ଷାଧିକ ଟଙ୍କା

    ଆଗକୁ ପଢନ୍ତୁ

    ଭଦ୍ରକ : ଭଦ୍ରକ ଜିଲ୍ଲା ଜଗଦଳପୁର ପଞ୍ଚାୟତ ରାଣୀତାଲ ଜୁଡ଼ା ଗଡିଆ ଗାଁରେ ସଶସ୍ତ୍ର ଡକାୟତି ହୋଇଥିବାର ଖବର ମିଳିଛି। ଜୁରାଗଡିଆ ଗ୍ରାମରେ ଗତକାଲି ରାତି ପ୍ରାୟ ୯ଟା ବେଳକୁ ଗ୍ରାମର ନିରଞ୍ଜନ ଶତପଥିଙ୍କ ଘରେ ପ୍ରଥମ ଦୁଇ ଜଣ ଦୁର୍ବୃତ୍ତ ହୋଟେଲ ଓପନିଂ ପାଇଁ ଆକୁଆ ରାମ ମାଛ ଦରକାର କହି ଘରେ ପଶିଥିଲେ। ଫାର୍ମ ଦୂରରେ ଅଛି ମାଛ ନାହିଁ, ନିରଞ୍ଜନ କହିବା ମାତ୍ରେ ଦୁର୍ବୁତ୍ତମାନେ ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇଥିଲେ। ପରେ ଅନ୍ୟ ୩ଜଣ ଦୁର୍ବୁତ୍ତ ଘରେ ପଶିଯାଇଥିଲେ। ବନ୍ଧୁକ ଦେଖାଇ ପରିବାର ଲୋକଙ୍କୁ ଗୋଟିଏ ଘରେ ବନ୍ଦ କରି  ୧୫ ଭରି ସୁନା ଓ ନଗଦ ୬୦ ହଜାର ଟଙ୍କା   ଲୁଟି ନେଇଛନ୍ତି। ଗାଁର ଜଣେ ବ୍ୟକ୍ତି ଏହା ଦେଖି ପାଟି କରିବାରୁ ବୁଲେଟ ଓ ଆପାଚି ଗାଡ଼ି ଛାଡ଼ି ବିଲ ଭିତରକୁ ଦୌଡ଼ି ପଳାଇଲେ ଦୁର୍ବୃତ୍ତ।

    ଫେରାର ହୋଇଯାଇଥିବା ବେଳେ ଭଦ୍ରକ ଗ୍ରାମାଞ୍ଚଳ ପୁଲିସ ଡକାୟତମାନେ ଛାଡ଼ି ଯାଇଥିବା  ୨ ଟି ବୁଲେଟ୍ ମଟର ସାଇକେଲକୁ ଜବଦ କରିଛି। ତେବେ ଗ୍ରମାବାସୀ ଜଣେ ଡକାୟତକୁ କାବୁ କରି ପୁଲିସ୍ ଜିମା ଦେଇଛନ୍ତି। ପୁଲିସ ଘଟଣାର ତଦନ୍ତ ଜାରି ରଖିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ