Thursday, October 8, 2026
24.4 C
Odisha

    ବନ୍ଧୁ ସାଜିଲା ହତ୍ୟାକାରୀ,ହତ୍ୟାକାଣ୍ଡ ପରେ ସଡ଼କ ଦୁର୍ଘଟଣାର ରୂପ ଦେବାକୁ କରିଥିଲା ପ୍ରୟାସ

    ଆଗକୁ ପଢନ୍ତୁ

    ରିଆମାଳ ଥାନା ଅନ୍ତର୍ଗତ ତେଲିମୁଣ୍ଡା ଗ୍ରାମରେ ଠିକା କାମର ଲାଭ ଅର୍ଥ ଭାଗ ଓ ସ୍ତ୍ରୀ ସହ ଅନୈତିକ ସମ୍ପର୍କ ସନ୍ଧେହରେ ଜଣେ ବନ୍ଧୁ ଷଡଯନ୍ତ୍ର ପୂର୍ବକ ଅନ୍ୟ ଜଣେ ବନ୍ଧୁଙ୍କୁ ନିର୍ମମ ହତ୍ୟା କରିବା ପରେ ହତ୍ୟାକାଣ୍ଡକୁ ସଡ଼କ ଦୁର୍ଘଟଣାର ରୂପ ଦେଇ ଖସିଯିବାକୁ ଉଦ୍ୟମ କରିଥିଲେ ମଧ୍ୟ ଶେଷରେ ପୁଲିସର ଫାସରେ ପଡ଼ିଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁଯାଇ ଗତ ଅକ୍ଟୋବର ୧୧ ତାରିଖ ରାତି ପ୍ରାୟ ୧୧ ଟା ସମୟରେ ତେଲିମୁଣ୍ଡା ଗ୍ରାମର ସୁଶୀଲ କିଷାନ ପୂର୍ବ ଯୋଜନା ଅନୁଯାଇ ଏକ କାର ରେ ସେହି ଗ୍ରାମର ନିଜ ବନ୍ଧୁ ଅମର ପ୍ରଧାନ,ସମ୍ପର୍କୀୟ ଶଳା ଶ୍ୟାମସୁନ୍ଦର କିଷାନ ଓ ଗାଡି ଚାଳକ ଧବଳ ସହ ମିଶି ତେଲିମୁଣ୍ଡା ଛକ ଠାରୁ ପ୍ରାୟ ପାଞ୍ଚଶହ ମିଟର ଦୂରରେ ତେଲିମୁଣ୍ଡା – ରେଢ଼ାଖୋଲ ରାସ୍ତା କଡ଼ରେ କଥା ହେବା ଆଳରେ ବସି ମଦ୍ୟପାନ କରିଥିଲେ ॥ ତେବେ ଗାଡି ଚାଳକ ଧବଳ ଗାଡି ମଧ୍ୟରେ ବସି ଅନ୍ୟ କାହା ସହ ଫୋନରେ କଥା ବାର୍ତ୍ତା ହେଉଥିବା ବେଳେ ସୁଶୀଲଙ୍କ ସମ୍ପର୍କୀୟ ଶ୍ୟାମସୁନ୍ଦର ଶୌଚ ପାଇଁ ନିକଟସ୍ଥ ପୋଖରୀକୁ ଯାଇଥିବା ସମୟରେ ନିଶା ଗ୍ରସ୍ତ ଥିବା ଅମରର ମୁଣ୍ଡକୁ ବନ୍ଧୁ ସୁଶୀଲ ଗାଡିର ଲୁହା ଜ୍ୟାକ ରଡ଼ ସାହାଯ୍ୟରେ ମାଡ଼ କରିଥିଲା । ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅମର ରାସ୍ତା ଉପରେ ପଡିଯିବାରୁ ସୁଶୀଲ ନିଜ ସାଥିରେ ଥିବା ଅନ୍ୟ ଦୁଇ ଜଣଙ୍କୁ ଡାକିବା ସହ କୌଣସି ଅଜଣା ଗାଡି ଧକ୍କା ଦେଇ ଫେରାର ହୋଇଯାଇଥିବା କହି ୧୦୮ ଆମ୍ବୁଲାନ୍ସକୁ ଫୋନ କରି ଡକାଇଥିଲା। ପୂର୍ବ ଯୋଜନା ଅନୁଯାଇ ଅମରକୁ ମଦ ପିଆଇ ନିଶାସକ୍ତ କରିବା ପରେ ଲୁହା ଜ୍ୟାକ ରଡ଼ ସାହାଯ୍ୟରେ ମୁଣ୍ଡକୁ ପିଟି ମାରିଥିବା ସ୍ୱୀକାର କରିଥିଲା । ସେହିପରି ହତ୍ୟାକାଣ୍ଡ ପରେ ନିକଟସ୍ଥ ପୋଖରୀ ମଧ୍ୟରେ ଲୁହା ରଡ଼କୁ ଲୁଚାଇ ଥିବାବେଳେ ପୁଲିସ ସମ୍ମୁଖରେ ଘଟଣାର ସିନ ରି କ୍ରିଏସନ ବେଳେ ପୋଖରୀ ମଧ୍ୟରୁ ଲୁହା ରଡ଼ ବାହାର କରିଥିବା ବେଳେ ହତ୍ୟାକାଣ୍ଡ ସମୟରେ ବ୍ୟବହୃତ କାରକୁ ମଧ୍ୟ ପୁଲିସ ଜବତ କରିଛି । ଶେଷରେ ଅମର ହତ୍ୟାକାଣ୍ଡ ଘଟଣାର ଅଡୁଆ ସୂତାରୁ ଖିଅ ଖୋଜିବାରେ ରିଆମାଳ ଥାନା ଅଧିକାରୀ ସତ୍ୟବ୍ରତ ରାଉତ ସଫଳ ହୋଇଥିବା ବେଳେ ଆଜି ରିଆମାଳ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀରେ ଏସପି ଅନିଲ କୁମାର ମିଶ୍ର ଘଟଣାର ତଥ୍ୟ ପ୍ରଦାନ କରିଥିଲେ । ସେହିପରି ଆଜି ଅମର ହତ୍ୟାକାଣ୍ଡ ଘଟଣାର ଅଭିଯୁକ୍ତ ସୁଶୀଲ କିଷାନକୁ ପୁଲିସ ହତ୍ୟା ସମେତ ବିଭିନ୍ନ ଧାରାରେ ଗିରଫ କରି କୋର୍ଟ ଚାଲାଣ କରିଥିବା ବେଳେ ଅଦାଲତରେ ଜାମିନ ନାମଞ୍ଜୁର ହେବାରୁ ଅଭିଯୁକ୍ତକୁ ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ଜଣା ପଡିଛି

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    24.4 ° C
    24.4 °
    24.4 °
    79 %
    0.5kmh
    0 %
    Thu
    30 °
    Fri
    30 °
    Sat
    30 °
    Sun
    30 °
    Mon
    30 °

    ସମ୍ବନ୍ଧିତ