Monday, August 24, 2026
24.2 C
Odisha

    ବରିଷ୍ଠ ଓଏଏସ୍‌ ସ୍ତରରେ ଅଦଳ ବଦଳ

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ବରିଷ୍ଠ ଓଏଏସ୍‌ ଅଧିକାରୀସ୍ତରରେ ଗତକାଲି ସରକାର ଅଦଳ ବଦଳ କରିଛନ୍ତି। ବିଏମ୍‌ସିରେ ଅତିରିକ୍ତ ଆୟୁକ୍ତ ଥିବା ରତ୍ନାକର ସାହୁଙ୍କୁ ସ୍ବାସ୍ଥ୍ୟ ବିଭାଗର ଅତିରିକ୍ତ ସଚିବ ପଦକୁ ବଦଳି କରାଯାଇଛି। ସେ ଏନଏଚଏମର ନୋଡାଲ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ବ ନିର୍ବାହ କରିବେ।

    କିଛି ଦିନ ପୂର୍ବେ ଶ୍ରୀ ସାହୁଙ୍କୁ ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର ଭାବେ ବଦଳି କରାଯାଇଥିଲା। ତାଙ୍କର ଏହି ବଦଳି ଆଦେଶକୁ ବାତିଲ କରାଯାଇଛି। ସେହିପରି ସିଡିଏର ପୂର୍ବତନ ସଚିବ ଶ୍ବେତ କୁମାର ଦାସଙ୍କୁ ଓଡ଼ିଆ ଭାଷା, ସଂସ୍କୃତି ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି ଆଦେଶ ବାତିଲ କରାଯାଇ ତାଙ୍କୁ ଏମକେସିଜି ମେଡିକାଲ କଲେଜର ରେଜିଷ୍ଟ୍ରାର ଭାବେ ନିଯୁକ୍ତି ଦିଆଯାଇଛି।

    ଅପରପକ୍ଷେ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ ସୁଧାକର ନାୟକଙ୍କୁ କ୍ରୀଡ଼ା ବିଭାଗର ଅତିରିକ୍ତ ସଚିବ ନିଯୁକ୍ତ କରାଯାଇଛି। ଗଞ୍ଜାମ ଅତିରିକ୍ତ ଜିଲ୍ଲାପାଳ ପ୍ରମୋଦ କୁମାର ପୃଷ୍ଟିଙ୍କୁ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆଙ୍କୁ ବାଲେଶ୍ବର ଅତିରିକ୍ତ ଜିଲ୍ଲାପାଳ, ଝାରସୁଗୁଡ଼ା ଉପ ଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କୁ ମୟୂରଭଞ୍ଜ ବାମନଘାଟିର ଉପଖଣ୍ଡ ଦଣ୍ଡାଧିକାରୀ, ବୌଦ୍ଧ ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଚାର୍ଲସ୍ ନାୟକଙ୍କୁ ଆନନ୍ଦପୁର ଅତିରିକ୍ତ ଜିଲ୍ଲାପାଳ, କାମାକ୍ଷାନଗର ଉପ ଜିଲ୍ଲାପାଳ ଦିନମଣି ନାଏକଙ୍କୁ ପର୍ଯ୍ୟଟନ ବିଭାଗର ଉପ ଶାସନ ସଚିବ, ଢେଙ୍କାନାଳ ଉପ ଜିଲ୍ଲାପାଳ ବିବୁଧ ଗଡ଼ନାୟକଙ୍କୁ କ୍ରୀଡ଼ା ବିଭାଗର ଉପ ଶାସନ ସଚିବ ଭାବେ ନିଯୁକ୍ତି ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    light rain
    24.2 ° C
    24.2 °
    24.2 °
    97 %
    1.5kmh
    100 %
    Mon
    29 °
    Tue
    30 °
    Wed
    30 °
    Thu
    27 °
    Fri
    28 °

    ସମ୍ବନ୍ଧିତ