Tuesday, April 7, 2026
27.6 C
Odisha

    ବର୍ତ୍ତମାନ ସୁଦ୍ଧା ୭୨୦୮ କୋଟି ଟଙ୍କା ଚାଷୀଙ୍କୁ ଦିଆଯାଇଛି: ଯୋଗାଣ ମନ୍ତ୍ରୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର: ଧାନ କିଣା ନେଇ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଧାନ କିଣା ଠିକ ଭାବେ ଚାଲିଛି। କଟନି ଛଟନି ବି ହେଉନି। କାଁ ଭାଁ କେଉଁଠି ଯଦି କିଛି ସମସ୍ୟା ହେଉଛି ତାକୁ ସମାଧାନ କରାଯାଉଛି।  ବର୍ତ୍ତମାନ ସୁଦ୍ଧା ଆମର ୭୨୦୮ କୋଟି ଟଙ୍କା ଚାଷୀ ଙ୍କୁ ଦିଆଯାଇଛି। ୩୪ ଲକ୍ଷ ୨୯ ହଜାର ମେଟ୍ରିକ ଟନ ଧାନ ବର୍ତ୍ତମାନ ସୁଦ୍ଧା ସରକାର କିଣି ସାରିଛନ୍ତି। ଯେଉଁଠି କଟନି ଛଟନି ଅଭିଯୋଗ ହେଉଛି ସେଠି ତୁରନ୍ତ ଆକ୍ସନ ନିଆଯାଉଛି। କଟନି ଛଟନି ଯେଉଁଠି ହେଉଥିବ ସ୍ଥଳ ବିଶେଷରେ ସେମାନେ ସମଝୋତା କରି କଣ କରୁଥିବେ କିନ୍ତୁ ଆମ ଦୃଷ୍ଟିକୁ ତାହା ଆସୁନାହିଁ। ଯେଉଁଠି ଆସୁଛି ତାହା ଉପରେ ଆମେ ଆକ୍ସନ ନେଉଛୁ । ଯେଉଁମାନେ କରୁଛନ୍ତି ତାଙ୍କୁ ନିଲମ୍ବିତ କରିବାକୁ ମୁଁ କଡ଼ା ନିର୍ଦ୍ଦେଶ ଦେଇଛି। ବର୍ଷା କାରଣରୁ କିଛି ସ୍ଥାନରେ ଧାନ ଡିସକଲର ହୋଇଯାଇଛି। କ୍ଷତିପୂରଣ ପାଇଥିବା ଚାଷୀ ସେହି ଧାନକୁ ମଣ୍ଡି ନେଇ ଆସୁଛନ୍ତି ଯେଉଁଥି ପାଇଁ ସମସ୍ୟା ହେଉଛି। ଚାଷୀମାନଙ୍କୁ ନିବେଦନ କରୁଛି ସେହି ଖରାପ ଧାନଗୁଡ଼ିକ ମଣ୍ଡିକୁ ଆଉ ଆଣନ୍ତୁ ନାହିଁ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    27.6 ° C
    27.6 °
    27.6 °
    54 %
    3kmh
    66 %
    Tue
    29 °
    Wed
    38 °
    Thu
    37 °
    Fri
    39 °
    Sat
    39 °

    ସମ୍ବନ୍ଧିତ