Saturday, October 10, 2026
29.2 C
Odisha

    ବର୍ଷାରେ ଡ୍ରୋନ ଜଗିବ ନକ୍ସଲ

    ଆଗକୁ ପଢନ୍ତୁ

    ମାଲକାନଗିରି : ବର୍ଷା ଦିନେ ନକ୍ସଲଙ୍କୁ ଟାର୍ଗେଟ କରିବ ଡ୍ରୋନ ।ବର୍ଷାରେ ସୁରକ୍ଷାକର୍ମୀଙ୍କ ପାଇଁ ନକ୍ସଲଙ୍କୁ ଧରିବା ବହୁତ କଷ୍ଟ ହେଉଥିବା ବେଳେ ଯବାନ ଏବେ ଡ୍ରୋନର ସାହାଯ୍ୟ ନେଇଛନ୍ତି। ବର୍ଷାରେ ଜଙ୍ଗଲରେ ଯବାନ କୁମ୍ବିଂ କରୁଥିବା ବେଳେ ଡ୍ରୋନ ନକ୍ସଲଙ୍କର ଠିକଣା ଜଣାଇବ।ପ୍ରାୟ ୧୫୦୦ ଫୁଟ ଉପରେ ଡ୍ରୋନ ଉଡି ନକ୍ସଲଙ୍କ ଗତିବିଧି ସଂପର୍କରେ ସଠିକ ସୂଚନା ପ୍ରଦାନ କରିବ।ଥରେ ଇନ୍ଧନ ଭର୍ତ୍ତି କଲେ ଏହା ପ୍ରାୟ ୧୦ ଘଣ୍ଟା ପର୍ଯ୍ୟନ୍ତ ଆକାଶରେ ଉଡ଼ିପାରିବ। ନୂଆନୂଆ ଟେକନଲୋଜିର ସାହାଯ୍ୟ ନେଇ ପୁଲିସ ନକ୍ସଲ ଦମନ ରଣନୀତିକୁ ଆହୁରି ତୀବ୍ରତର କରୁଛି। ଟେକନଲୋଜି କାରଣରୁ ହିଁ ଆଜି ପର୍ଯ୍ୟନ୍ତ ସୁରକ୍ଷାକର୍ମୀଙ୍କର କୌଣସି ମୃତାହତ ହେଉନାହିଁ।ଡ୍ରୋନକୁ ରିମୋଟ କଣ୍ଟୋଲ ଦ୍ବାରା ଚାଳିତ କରାଯିବ, ଯାହାକୁ ନେଇ ପୁଲିସ ଜଙ୍ଗଲରେ ଏହାର କାର୍ଯ୍ୟ ଆରମ୍ଭ କରିଛି। ଏବେ ସୀମାନ୍ତ ଛତିଶଗଡ଼ରେ ନକ୍ସଲଙ୍କ ହିଂସା ବୃଦ୍ଧି ପାଉଥିବାରୁ ପୁଲିସ ଓ ଯବାନ ଦିନରାତି ଏକ କରି ନକ୍ସଲ ଦମନ ‘ଅପରେସନ କଗାର‘ ଆରମ୍ଭ କରିଛି।ନକ୍ସଲ ଦମନ ପାଇଁ ସରକାର ସୁରକ୍ଷାକର୍ମୀଙ୍କୁ ଅତ୍ୟାଧୁନିକ ଡ୍ରୋନ ପ୍ରଦାନ କରାଯାଇଛି। ସୀମାନ୍ତରେ ସଂପୂର୍ଣ୍ଣ ନକ୍ସଲ ଦମନ ପରେ ହିଁ ଯବାନ ଶାନ୍ତିରେ ବସିବେ ବୋଲି କୁହାଯାଇଛି। ଏନେଇ ଛତିଶଗଡ ମନ୍ତ୍ରୀ ଏବଂ ବସ୍ତର ଆଇଜି ସୁନ୍ଦରରାଜ ପି ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି। ଏହା ପୂର୍ବରୁ ମଧ୍ୟ ବହୁଥର ପୁଲିସ ଡ୍ରୋନ ସାହାଯ୍ୟରେ ନକ୍ସଲଙ୍କର ଗତିବିଧି ଜାଣିବାକୁ ପାଇଥିଲା ଏବଂ ଚଢ଼ାଉ କରିଥିଲା। କିନ୍ତୁ ତାହା ଏତେ ଉନ୍ନତଧରଣର ନଥିଲା, ଯାହାଦ୍ବାରା ନକ୍ସଲ ଅତି ସହଜରେ ଡ୍ରୋନକୁ ମାରି ଉଡ଼ାଇ ଦେଉଥିଲେ। ଏବେ ଏହି ଅତ୍ୟାଧୁନିକ ଡ୍ରୋନ ସଂପର୍କରେ ନକ୍ସଲ ଜାଣି ବି ପାରିବେ ନାହିଁ ବୋଲି କୁହାଯାଇଛି, ଯଦ୍ବାରା ନକ୍ସଲ ସଂପୂର୍ଣ୍ଣ ଦମନ କରାଯାଇପାରିବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.2 ° C
    29.2 °
    29.2 °
    60 %
    1.7kmh
    0 %
    Sat
    30 °
    Sun
    30 °
    Mon
    30 °
    Tue
    30 °
    Wed
    30 °

    ସମ୍ବନ୍ଧିତ