Monday, June 9, 2025
32.3 C
Odisha

ବର୍ଷା ଦିନରେ ବଢୁଛି ବିଷାକ୍ତ ପଦାର୍ଥର ଖରାପ ପ୍ରଭାବ; ଏହି ଖାଦ୍ୟ ରଖିବ ସୁସ୍ଥ

ଆଗକୁ ପଢନ୍ତୁ

ବର୍ଷାଦିନେ ଆମକୁ ଗରମରୁ ମୁକ୍ତି ମିଳିବା ସହିତ ସବୁଠି ସବୁଜିମାର ବାତାବରଣ ମନକୁ ବେଶ୍ ଆନନ୍ଦ ଦିଏ । କିନ୍ତୁ ଏହି ସମୟରେ ରୋଗ ତଥଶ ସଂକ୍ରମଣର ଆଶଙ୍କା ଅଧିକ ରହିଥାଏ । ଏହି ସମୟରେ ପାଟି ସୁଆଦିଆ ଛଣାଛଣି ଜିନିଷ ଅଧିକ ଖାଇବାକୁ ଇଚ୍ଛା ହୁଏ ଯାହା ଦେହ ଲାଗି ଅତ୍ୟନ୍ତ ଖରାପ ହୋଇଥାଏ । ଏହା ସହିତ ଶରୀରରେ ବିଷାକ୍ତ ପଦାର୍ଥର ପ୍ରଭାବ ମଧ୍ୟ ବଢିଯାଏ । ଏଥିରୁ ମୁକ୍ତି ପାଇବା ଲାଗି ଡାଏଟ୍ ରେ ଆପଣ କିଛି ଏପରି ଖାଦ୍ୟପଦାର୍ଥ ସାମିଲ କରନ୍ତୁ ଯାହା ଶରୀରକୁ ଭିତରୁ ଡିଟକ୍ସ କରିବ । ଏହି କ୍ରମରେ ଆମେ ଆପଣଙ୍କୁ କିଛି ଏପରି ଖାଦ୍ୟ ପଦାର୍ଥ ବିଷୟରେ କହିବାକୁ ଯାଉଛୁ ଯାହା କେବଳ ସ୍ୱାଦରେ ଉତ୍ତମ ନୂହେଁ ବରଂ ଶରୀରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ଲାଭଦାୟକ ।

ସବୁଜ ପନିପରିବା: ବର୍ଷା ଋତୁରେ ସବୁଜ ପନିପରିବା ଖାଇବା ଭଲ । ପନିପରିବାରେ ଆବଶ୍ୟକ ମାତ୍ରାରେ ଭିଟାମିନ୍, ମିନେରାଲ୍ସ ଓ ଆଣ୍ଟିଅକ୍ସିଡାଣ୍ଟ ରହିଛି ଯାହା ଶରୀରରୁ ବିଷାକ୍ତ ପଦାର୍ଥ ସହଜରେ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ । ଖାଦ୍ୟ ପଦାର୍ଥରେ ଭିନ୍ନ ଭିନ୍ନ ପ୍ରକାରର ପନିପରିବା ସାମିଲ କରିବା ଦ୍ୱାରା ରକ୍ତ ପରିଷ୍କାର ହେବା ସହିତ ହଜମ ପ୍ରକ୍ରିୟା ଭଲ ରହିଥାଏ ।

ହଳଦୀ: ଏହା ଏକ ଶକ୍ତିଶାଳୀ ଆଣ୍ଟି ଇନଫ୍ଲାମେଟୋରୀ । ଏଥିରେ ଆଣ୍ଟିଅକ୍ସିଡାଣ୍ଟ ଗୁଣ ମଧ୍ୟ ଭରପୁର ହୋଇ ରହିଛି । ପାରମ୍ପରିକ ଚିକିତ୍ସାରେ କେଉଁ ଯୁଗରୁ ହଳଦୀର ବ୍ୟବହାର କରାଯାଇ ଆସୁଛି । ହଳଦୀରେ କରକ୍ୟୁମିନ୍ ପରି ଯୌଗିକ ରହିଛି ଯାହା ବିଷାକ୍ତ ପଦାର୍ଥକୁ ଶରୀର ମଧ୍ୟରୁ ବାହାରକୁ ବାହାର କରିବାରେ ସହାୟକ ହୋଇଥାଏ । ଏହା ବ୍ୟତିତ ଏହା ଏନଜାଇମ୍ ଉତ୍ପାଦନ ବୃଦ୍ଧିରେ ସହାୟକ ହୋଇ ଆମ ଯକୃତରୁ ବିଷାକ୍ତ ପଦାର୍ଥ ବାହାର କରିବାରେ ସହାୟକ ହୋଇଥାଏ ।

ଅନ୍ୟାନ୍ୟ ଖବର

ପାଣିପାଗ

Odisha
broken clouds
32.3 ° C
32.3 °
32.3 °
41 %
0.4kmh
51 %
Mon
39 °
Tue
43 °
Wed
37 °
Thu
37 °
Fri
39 °

ସମ୍ବନ୍ଧିତ