Saturday, March 14, 2026
28.9 C
Odisha

    ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ, ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ଦେହାନ୍ତ

    ଆଗକୁ ପଢନ୍ତୁ

    ପରଲୋକରେ ହି-ମ୍ୟାନ୍ । ବଲିଉଡର ହି-ମ୍ୟାନ୍ ଧର୍ମେନ୍ଦ୍ରଙ୍କ ପରଲୋକ । ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ବୟସ ହୋଇଥିଲା । ମୁମ୍ବାଇର ବ୍ରିଚ କ୍ୟାଣ୍ଡି ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ତେବେ ସ୍ବାସ୍ଥ୍ୟାବସ୍ଥା ଜଟିଳ ହେବାପରେ ସୋମବାର ଧର୍ମେନ୍ଦ୍ରଙ୍କୁ ଭେଣ୍ଟିଲେଟରରେ ରଖାଯାଇଥିଲା ।  ସ୍ୱାସ୍ଥ୍ୟାବସ୍ଥା ଗୁରୁତର ନଥିଲେ ବି ଧର୍ମେନ୍ଦ୍ରଙ୍କୁ ଅବଜରଭେସନରେ ରଖାଯାଇଥିବା ତାଙ୍କ ଟିମ ପକ୍ଷରୁ କୁହାଯାଇଥିଲା ।  କିନ୍ତୁ ଆଜି ତାଙ୍କର ପରଲୋକ ଘଟିଛି ।

    ଗତ ସପ୍ତାହରେ ମଧ୍ୟ ବଲିଉଡର ହି- ମ୍ୟାନ ଧର୍ମେନ୍ଦ୍ର ଅସୁସ୍ଥ ହୋଇ ମୁମ୍ବାଇର ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଟିମ ପକ୍ଷରୁ କୁହାଯାଇଥିଲା । ନିୟମିତ ଭାବେ ଅଭିନେତା ଧର୍ମେନ୍ଦ୍ର ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ଏହି ହସ୍ପିଟାଲକୁ ଆସିଥାନ୍ତି ।   ତେବେ ଏଥର ଏକାଧିକ ପରୀକ୍ଷା ଥିବାରୁ ବାରମ୍ବାର ମେଡିକାଲକୁ ଯିବା ପରିବର୍ତ୍ତେ ସେ ଡାକ୍ତରଖାନାରେ ଆଡମିଟ୍ ହୋଇଥିଲେ । ଡିସେମ୍ବର ୮ ରେ ଧର୍ମେନ୍ଦ୍ର ତାଙ୍କର ୯୦ ତମ ଜନ୍ମଦିନ ପାଳନ କରିଥାନ୍ତେ  । ୨୦୨୪ରେ ଶେଷ ଥର ପାଇଁ ସେ ‘‘ ତେରୀ ବାତୋଁ ମେଁ ଐସା ଉଲଝା ଜିୟା’’ ଫିଲ୍ମରେ ଶଶୀ କପୁର ଓ କ୍ରିତି ଶାନନଙ୍କ ସହ ଅଭିନୟ କରିଥିଲେ। ଧର୍ମେନ୍ଦ୍ରଙ୍କ ଅପକମିଂ ଫିଲ୍ମ ଇକିସ୍ ଆସନ୍ତା ଡିସେମ୍ବର ମାସରେ ରିଲିଜ ହେବ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    28.9 ° C
    28.9 °
    28.9 °
    23 %
    2.9kmh
    0 %
    Sat
    31 °
    Sun
    38 °
    Mon
    37 °
    Tue
    38 °
    Wed
    38 °

    ସମ୍ବନ୍ଧିତ