Wednesday, April 8, 2026
30.6 C
Odisha

    ବସନ୍ତ ନାୟକ ସ୍ମୃତି ସମ୍ମାନ ପାଇବେ ଅପରାଜିତା ମହାନ୍ତି

    ଆଗକୁ ପଢନ୍ତୁ

    ଭୁବନେଶ୍ବର  : ବରିଷ୍ଠ ତଥା ସୁପ୍ରସିଦ୍ଧ ଓଡ଼ିଆ ଚଳଚ୍ଚିତ୍ର ଅଭିନେତ୍ରୀ ଅପରାଜିତା ମହାନ୍ତିଙ୍କୁ ଜୀବନବ୍ୟାପୀ ସାଧନା ନିମନ୍ତେ ଚଳିତବର୍ଷ ବସନ୍ତ ନାୟକ ସ୍ମୃତି ସମ୍ମାନ ପ୍ରଦାନ କରାଯିବ। ଏନେଇ ସୋମବାର ଭୂବନେଶ୍ବର ଜୟଦେବ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି। ବସନ୍ତ ନାୟକ ଫାଉଣ୍ଡେସନ ପକ୍ଷରୁ ପ୍ରଯୋଜକ ସ୍ବର୍ଗତ ବସନ୍ତ ନାୟକଙ୍କ ୯୦ତମ ଜନ୍ମ ବାର୍ଷିକୀ ଅବସରରେ ଆସନ୍ତା ୧୬ ତାରିଖରେ ଜୟଦେବ ଭବନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।

    ଏହି ଅବସରରେ ବିବିଧ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଅପରାଜିତା ମହାନ୍ତିଙ୍କୁ ସମ୍ମାନିତ କରାଯିବ। ବସନ୍ତ ନାୟକଙ୍କ ପ୍ରଯୋଜନାରେ ଅପରାଜିତାଙ୍କ ଅଭିନୀତ ଅନେକ ଚଳଚ୍ଚିତ୍ର ଓଲିଉଡ଼କୁ ନୂଆ ଦିଗ ଦେଇଛି। ୧୯୮୪ରୁ ୨୦୦୯ ପର୍ଯ୍ୟନ୍ତ ପ୍ରାୟ ତିନି ଦଶକ ଧରି ଏହି ପ୍ରଯୋଜନା-ଅଭିନୟର ସଫଳ ଯୁଗଳବନ୍ଦୀ ଦର୍ଶକଙ୍କ ମନରେ ଅଭୂଲା ଛାପ ଛାଡ଼ିଛି।କାର୍ଯ୍ୟକ୍ରମ ଅବସରରେ ବ୍ରଜରାଜ ମୁଭିଜ୍‌ର ସଙ୍ଗୀତର ତାଳେତାଳେ କଳାକାରମାନେ ନୃତ୍ୟ ପରିବେଷଣ କରିବେ ବୋଲି ଜଣାଯାଇଛି। ସାମ୍ବାଦିକ ସମ୍ମିଳନୀରେ ସଞ୍ଜୟ କୁମାର ନାୟକ, ନାଟ୍ୟକାର ପୂର୍ଣ୍ଣଚନ୍ଦ୍ର ମଲ୍ଲିକ, ସିନେ ସମୀକ୍ଷକ ସୂର୍ଯ୍ୟ ଦେଓ, ଗୀତିକାର ପଞ୍ଚାନନ ନାୟକ ଓ ଅତୀଶ ମହାନ୍ତି, ଅଭିନେତ୍ରୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    30 %
    2.5kmh
    6 %
    Wed
    33 °
    Thu
    38 °
    Fri
    38 °
    Sat
    39 °
    Sun
    42 °

    ସମ୍ବନ୍ଧିତ