Sunday, October 4, 2026
30.6 C
Odisha

    ବାଂଲାଦେଶକୁ ହରାଇ ଫାଇନାଲରେ ଭାରତ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ:ବାଂଲାଦେଶକୁ ୧୦ ଉଇକେଟରେ ପରାସ୍ତ କରି ଗତଥରର ଚାମ୍ପିୟନ ଭାରତ ମହିଳା ଟି୨୦ କ୍ରିକେଟ ଏସିଆ କପ୍‌ ଟୁର୍ନାମେଣ୍ଟର ଫାଇନାଲରେ ପ୍ରବେଶ କରିଛି। ପ୍ରଥମେ ପେସ୍‌ ବୋଲର ରେଣୁକା ଠାକୁର ସିଂଙ୍କ ୩ ଉଇକେଟ ସଫଳତା ଏବଂ ପରେ ସ୍ମୃତି ମନ୍ଧାନାଙ୍କ ଦ୍ରୁତ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଭାରତ ଏହି ସହଜ ବିଜୟ ହାସଲ କରିପାରିଛି। ଭାରତ ରବିବାର ଫାଇନାଲରେ ପାକିସ୍ତାନ ଓ ଶ୍ରୀଲଙ୍କା ମଧ୍ୟରେ ଖେଳାଯାଉଥିବା ଦ୍ୱିତୀୟ ସେମିଫାଇନାଲର ବିଜେତାକୁ ଭେଟିବ। ଶୁକ୍ରବାର ଖେଳାଯାଇଥିବା ଏହି ମ୍ୟାଚରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ବାଂଲାଦେଶ ନିର୍ଦ୍ଧାରିତ ଓଭରରେ ୮ଉଇକେଟ ବିନିମୟରେ ୮୦ ରନ୍‌ କରିଥିଲା। ଦଳ ତରଫରୁ ଟପ୍‌ ସ୍କୋରର ଅଧିନାୟିକା ତଥା ଉଇକେଟକିପର ନିଗାଲ ସୁଲତାନା ୩୨ ରନ (୫୧ବଲ, ୧ ଚୌକା) ଏବଂ ସୋମା ଅକତର ୧୯ରନ କରି ଅପରାଜିତ ରହିଥିବା ବେଳେ ଅନ୍ୟ କୌଣସି ବ୍ୟାଟର ଦୁଇ ଅଙ୍କ ସ୍ପର୍ଶ କରିପାରି ନ ଥିଲେ।

    ଭାରତ ପକ୍ଷରୁ ଟପ୍‌ ଅର୍ଡରରେ ରେଣୁକା (୩/୧୦) ଓ ମିଡଲ ଅର୍ଡରରେ ବାମହାତୀ ସ୍ପିନର ରାଧା ଯାଦବ (୩/୧୪) ବାଂଲାଦେଶର ବ୍ୟାଟିଂ ବିପର୍ଯ୍ୟୟ ଘଟାଇଥିଲେ। ଜବାବରେ ଭାରତ ୧୧ ଓଭରରେ ବିନା କୌଣସି ଉଇକେଟରେ ୮୩ ରନ କରି ମ୍ୟାଚ ଜିତି ନେଇଥିଲା। ଶେଫାଳି ବର୍ମା ୨୬ରନ (୨୮ବଲ୍‌, ୨ ଚୌକା) ଓ ମନ୍ଧାନା ୫୫ ରନ(୩୯ ବଲ୍‌, ୯ଚୌକା ଓ ୧ ଛକା) କରି ଅପରାଜିତ ରହିଥିଲେ। ରେଣୁକା ଠାକୁର ସିଂ ପ୍ଲେୟର ଅଫ୍‌ ଦି ମ୍ୟାଚ ବିବେଚିତ ହୋଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    30.6 ° C
    30.6 °
    30.6 °
    51 %
    2.9kmh
    3 %
    Sun
    30 °
    Mon
    31 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ