Tuesday, September 29, 2026
24.9 C
Odisha

    ବାଂଲାଦେଶ-ପାକିସ୍ତାନ ସାର୍କକୁ ସକ୍ରିୟ କରିବାକୁ ଚାହୁଁଛନ୍ତି

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ବାଂଲାଦେଶର ମହମ୍ମଦ ୟୁନୁସ ସରକାର ପାକିସ୍ତାନର ସହଯୋଗରେ ଦକ୍ଷିଣ ଏସୀୟ ଆଞ୍ଚଳିକ ସହଯୋଗ ଆସୋସିଏସନ (ସାର୍କ)କୁ ପୁଣି ସକ୍ରିୟ କରିବାକୁ ଚେଷ୍ଟା କରୁଛନ୍ତି। ଏହା ଏପରି ଏକ ସମୟରେ ଘଟୁଛି ଯେତେବେଳେ ଭାରତ ପକ୍ଷରୁ ଦକ୍ଷିଣ ଏସିଆ ଏବଂ ଦକ୍ଷିଣ ପୂର୍ବ ଏସିଆକୁ ସଂଯୋଗ କରୁଥିବା ବିମ୍ସଟେକ୍‌ (ବେ ଅଫ୍ ବେଙ୍ଗଲ ଇନିସିଏଟିଭ୍ ଫର୍ ମଲ୍ଟି-ସେକ୍ଟ୍ରାଲ ଟେକ୍ନିକାଲ ଆଣ୍ଡ ଇକୋନ‌ୋମିକ୍ କୋପେରେସନ)ଉପରେ ଗୁରୁତ୍ବ ପ୍ରଦାନ କରାଯାଉଛି। ମହମ୍ମଦ ୟୁନୁସ ପାକିସ୍ତାନ ପ୍ରଧାନମନ୍ତ୍ରୀ ଶାହାବାଜ ସରିଫଙ୍କ ସହ ସାକ୍ଷାତ ସମୟରେ ସାର୍କ ପ୍ରସଙ୍ଗ ବିଷୟରେ ଆଲୋଚନା କରିଥିଲେ। ଏକ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମହମ୍ମଦ ୟୁନୁସଙ୍କ ଘନିଷ୍ଠ ସହଯୋଗୀ ମହଫୁଜ ଆଲାମ ମଧ୍ୟ ସାର୍କକୁ ସକ୍ରିୟ କରିବାକୁ ସମର୍ଥନ କରୁଛନ୍ତି। ସେ ହିଜବ-ତାହିର ସହ ସମ୍ପର୍କ ରଖିଛନ୍ତି ବୋଲି ଅଭିଯୋଗ ହୋଇଛି। ନିକଟରେ ଆଲାମ ଭାରତର କିଛି ଅଂଶ ଦଖଲ କରିବାକୁ ଧମକ ଦେଇଥିଲେ, ଯାହା ଏକ ବିବାଦ ସୃଷ୍ଟି କରିଥିଲା। ଏହାକୁ ଭାରତ ବିରୋଧ କରିଥିଲା। ପାକିସ୍ତାନ ୟୁନୁସ ସରକାରଙ୍କ ସଦସ୍ୟ ତଥା ବାଂଲାଦେଶୀ ଅବସରପ୍ରାପ୍ତ ସୈନ୍ୟ ଅଧିକାରୀଙ୍କ ଏକ ଗୋଷ୍ଠୀ ସହାୟତାରେ ସାର୍କକୁ ପୁନର୍ଜୀବିତ କରିବାକୁ ଚେଷ୍ଟା କରୁଛି।
    ସୂଚନାଯୋଗ୍ୟ, ନଭେମ୍ବର ୨୦୧୪ରେ କାଠମାଣ୍ଡୁରେ ଆଠଟି ରାଷ୍ଟ୍ର ଗୋଷ୍ଠୀର ୧୮ତମ ଶିଖର ସମ୍ମିଳନୀରେ ସାର୍କ ଦୁଇଟି ଚୁକ୍ତିନାମା ଆଞ୍ଚଳିକ ରେଳ ଚୁକ୍ତି ତଥା ଯାତ୍ରୀ ଏବଂ ସାମଗ୍ରୀ ପରିବହନ ପାଇଁ ମୋଟର ଯାନ ଚୁକ୍ତି ଶେଷ କରିବାକୁ ଯାଉଥିଲା। ପାକିସ୍ତାନର ତତ୍କାଳୀନ ନୱାଜ ସରିଫ ସରକାର ସେନା ଚାପରେ ଆସି ଏହି ପ୍ରସ୍ତାବକୁ ବନ୍ଦ କରିଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    few clouds
    24.9 ° C
    24.9 °
    24.9 °
    83 %
    1.1kmh
    11 %
    Tue
    25 °
    Wed
    30 °
    Thu
    31 °
    Fri
    31 °
    Sat
    31 °

    ସମ୍ବନ୍ଧିତ