Friday, October 2, 2026
22.2 C
Odisha

    ବାଇଗଣ ଖାଉଥିଲେ ହୋଇଯାଆନ୍ତୁ ସାବଧାନ!, ଏହିମାନଙ୍କ ପାଇଁ ହୋଇପାରେ କ୍ଷତିକାରକ

    ଆଗକୁ ପଢନ୍ତୁ

    କିଛି ଲୋକ ବାଇଗଣ ଖାଇବାକୁ ପସନ୍ଦ କରୁଥିବାବେଳେ ଆଉ କିଛି ଲୋକ ଏହାକୁ ଖାଇବାକୁ ଆଦୌ ପସନ୍ଦ କରି ନଥାଆନ୍ତି । ବାଇଗଣରେ ଅନେକ ସ୍ବାଦିଷ୍ଟ ଖାଦ୍ୟ ପ୍ରସ୍ତୁତ କରାଯାଏ । ବାଇଗଣ ଖାଇବାର ଅନେକ ଫାଇଦା ରହିଛି । ବାଇଗଣର କେତେକ କ୍ଷତିକାରଣ ଗୁଣ ମଧ୍ୟ ରହିଛି। କିଛି ଲୋକଙ୍କ ଠାରେ ବାଇଗଣ ଖାଇବା ପରେ କୁଣ୍ଡାଇ ହେବା, ନାଲି ନାଲି ଫଳିଯିବା, କିଡ୍ନୀ ପଥରୀ ଓ ଲୋ ବ୍ଲଡ ସୁଗାର ଆଦି ସମସ୍ୟା ଦେଖାଦେଇଥାଏ । ଏହା କିଛି ଲୋକଙ୍କ ପାଇଁ କ୍ଷତିକାରକ ହୋଇଥାଏ । ତେବେ ଆସନ୍ତୁ ବାଇଗଣ କେଉଁମାନେ ଖାଇବା ଉଚିତ୍ ନୁହେଁ ସେ ସମ୍ପର୍କରେ ଜାଣିବା ।

    କିଡନୀ ପାଇଁ କ୍ଷତିକାରକ : ଯେଉଁ ଲୋକମାନଙ୍କ କିଡ଼ନୀରେ ଷ୍ଟୋନ୍ ସମସ୍ୟା ରହିଛି ସେମାନଙ୍କ ପାଇଁ କ୍ଷତିକାରକ ହୋଇଥାଏ ବାଇଗଣ । ବାଇଗଣ ମଞ୍ଜି କିଡ଼ନୀ ଷ୍ଟୋନ୍ ସମସ୍ୟାକୁ ବଢାଇ ଦେଇଥାଏ । ବାଇଗଣ ଖାଇବା ଦ୍ବାରା ଏହି ସମସ୍ୟା ବିପଦ ସୃଷ୍ଟି କରିଥାଏ । ତେଣୁ କିଡ଼ନୀ ରୋଗରେ ପୀଡିତ ଥିବା ବ୍ୟକ୍ତି ବାଇଗଣ ଖାଇବା ଅନୁଚିତ୍ ।

    ହାଡ଼ ପାଇଁ କ୍ଷତିକାରକ : ବାଇଗଣରେ ଅକ୍ସାଲେଟ ନାମକ ଏକ ତତ୍ତ୍ବ ଥାଏ । ଯାହା କ୍ୟାଲସିୟମକୁ ଅବଶୋଷଣ କମ୍ କରିଥାଏ । ଏହା ହାଡ଼ ପାଇଁ କ୍ଷତିକାରକ ବୋଲି ବିବେଚନା କରାଯାଏ । ଯେଉଁମାନଙ୍କ ହାଡ଼ ଦୁର୍ବଳ ସେମାନେ ବାଇଗଣ ଖାଇବାଠାରୁ ଦୂରେଇ ରୁହନ୍ତୁ ।

    ପାଇଲ୍ସ ରୋଗୀଙ୍କ ପାଇଁ କ୍ଷତିକାରକ : ଯଦି ଆପଣ ରକ୍ତହୀନତା କିମ୍ବା ପାଇଲ୍ସ ରୋଗରେ ପୀଡ଼ିତ ତେବେ ଆପଣମାନେ ବାଇଗଣ ଆଦୌ ଖାଆନ୍ତୁ ନାହିଁ । ନଚେତ୍ ଏହା ସମସ୍ୟାକୁ ବଢାଇଦେଇଥାଏ ।

    ଆର୍ଥ୍ରାଇଟିସ୍ ରୋଗୀ ପାଇଁ କ୍ଷତିକାରକ : ଆର୍ଥ୍ରାଇଟିସ୍ ରୋଗୀମାନେ ମଧ୍ୟ ବାଇଗଣ ଖାଇବାଠାରୁ ଦୂରେଇ ରୁହନ୍ତୁ । ନଚେତ୍ ଏହା ଆପଣଙ୍କ ସ୍ବାସ୍ଥ୍ୟାବସ୍ଥାକୁ ବିଗାଡ଼ି ଦେଇପାରେ । ଏଥିସହିତ ଅତ୍ୟଧିକ ବାଇଗଣ ଖାଇବା କ୍ଷତିକାରକ ହୋଇପାରେ। ଏହା ପେଟ ଖରାପ, ପେଟ ଯନ୍ତ୍ରଣା, ବାନ୍ତି, ମୁଣ୍ଡବିନ୍ଧା ଏବଂ କୁଣ୍ଡେଇ ହେବାର କାରଣ ହୋଇପାରେ ।

    ସ୍କିନ୍ ଆଲର୍ଜି : ବାଇଗଣ ଖାଇବା ଦ୍ୱାରା ଅଧିକାଂଶ ଲୋକଙ୍କ ଠାରେ ତ୍ୱଚା ସମ୍ବନ୍ଧୀୟ ଆଲର୍ଜି ଯଥା- ନାଲି ନାଲି ଫଳିଯିବା, କୁଣ୍ଡାଇ ହେବା, ଜିଭରେ ଦାନା ଦାନା ହୋଇ ଫଳିଯିବା, ବାନ୍ତି ହେବା ଆଦି ସମସ୍ୟା ଦେଖାଦିଏ। ଯେଉଁ ଲୋକଙ୍କ ଠାରେ ଏସବୁ ସମସ୍ୟା ଦେଖାଦେଉଛି, ଡାକ୍ତର ତାଙ୍କୁ ବାଇଗଣ ଖାଇବାରୁ ବିରତ ରହିବାକୁ ପରାମର୍ଶ ଦେଇଥାନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.2 ° C
    22.2 °
    22.2 °
    79 %
    1kmh
    28 %
    Fri
    30 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ