Tuesday, March 31, 2026
35.4 C
Odisha

    ବାକି ଖାଇଥିଲେ ସଉଦା; ଟଙ୍କା ମାଗିବାରୁ ଆକ୍ରମଣ

    ଆଗକୁ ପଢନ୍ତୁ

    ଗଞ୍ଜାମ: ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପ୍ରଦୀପ ପାଣିଗ୍ରାହୀ ଏବଂ ତାଙ୍କ ବାପା ଟୁନା ପାଣିଗ୍ରାହୀଙ୍କୁ ଗ୍ରାମର ନିଳା ଓରଫ ନିଳାଞ୍ଚଳ ମହାରଣା କାତିରେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ପ୍ରଦୀପ ଏନେଇ ଗୁରୁବାର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏହାକୁ ଭିତ୍ତିକରି ଆଇଆଇସି ପ୍ରଶାନ୍ତ ପାତ୍ର ମାମଲା ରୁଜୁ କରି ତଦନ୍ତ ଚଳାଇଛନ୍ତି। ଅଭିଯୁକ୍ତ ନିଳା ପ୍ରଦୀପଙ୍କ ଦୋକାନରୁ କିଛିଦିନ ହେଲା ଧାରରେ ସଉଦା ନେଇଥିଲେ। ବାରମ୍ବାର ଟଙ୍କା ମାଗିବାରୁ ମଧ୍ୟ ସେ ଦେଉ ନ ଥିଲେ। ବୁଧବାର ସନ୍ଧ୍ୟା ପ୍ରାୟ ସାଢେ ୫ଟାରେ ପ୍ରଦୀପ ତାଙ୍କ ଦୋକାନରେ ବସିଥିବା ବେଳେ ନିଳା ଦୋକାନକୁ ଆସିବାରୁ ପ୍ରଦୀପ ପୂର୍ବରୁ ଥିବା ବାକି ଟଙ୍କା ମାଗିଥିଲେ। ଏଥିରେ ସେ ଉତ୍ତେଜିତ ହୋଇ ଗାଳିଗୁଲଜ କରିବା ସହ ଧମକ ଦେଇଥିଲେ। ପ୍ରତିବାଦ କରିବାରୁ ସେ ଲୁଚାଇ ଧରିଥିବା ଏକ କାତିରେ ତାଙ୍କ ବେକକୁ ଲକ୍ଷ୍ୟକରି ଚୋଟ ପକାଇବାରୁ ସେ ଘୁଞ୍ଚତ୍ ଯାଇଥିଲେ। କାତିର ଉପର ଭାଗ ତାଙ୍କ ବାମପଟ କାନ୍ଧରେ ବାଜିବାରୁ କାନ୍ଧ ଫୁଲିଯିବା ସହ ରାଞ୍ଚୁଡ଼ି ହୋଇଯାଇଥିଲା। ସେ ଘରକୁ ଦୌଡ଼ି ଯାଇ ବାପାଙ୍କୁ ଜଣାଇବାରୁ ବାପା ଘଟଣାସ୍ଥଳରେ ପହଞ୍ଚତ୍ ନିଳାଙ୍କୁ ଘଟଣା ସମ୍ପର୍କରେ ପଚାରିବାରୁ ନିଳା ତାଙ୍କୁ ମଧ୍ୟ କାତିରେ ଆକ୍ରମଣ କରିଥିଲେ। କାତି ଚୋଟରେ ତାଙ୍କ ମୁଣ୍ଡ ଓ ଡାହାଣ ହାତ ପାପୁଲିରେ ଗଭୀର ଆଘାତ ଲାଗିଛି। ବାପ ପୁଅ ଦୁହେଁ ଦିଗପହଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେବା ପରେ ଡାକ୍ତରଙ୍କ ପରାମର୍ଶକ୍ରମେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ଆମ୍ବୁଲାନ୍ସରେ ଯାଇଥିଲେ। ରାତିରେ ଅଭିଯୁକ୍ତ ନିଳା ପ୍ରଦୀପଙ୍କ ଘରକୁ ଯାଇ ପରିବାର ଲୋକଙ୍କୁ ଧମକଚମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    35.4 ° C
    35.4 °
    35.4 °
    22 %
    2.9kmh
    45 %
    Tue
    37 °
    Wed
    38 °
    Thu
    40 °
    Fri
    39 °
    Sat
    40 °

    ସମ୍ବନ୍ଧିତ