Saturday, April 11, 2026
27.5 C
Odisha

    ବାଚସ୍ପତିଙ୍କୁ ଭେଟିଲେ ବିଜେଡି ବିଧାୟକ, ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କଲେ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ଆଜି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ସମର୍ଥନରେ ବିଜେଡି ବିଧାୟକମାନେ ବାହାରିଛନ୍ତି। ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟଙ୍କ ନେତୃତ୍ୱରେ ବିଜେଡି ବିଧାୟକମାନେ ବାଚସ୍ପତି ସୁରମା ପାଢ଼ୀଙ୍କୁ ଭେଟିବା ସହ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ନିଲମ୍ବନ ପ୍ରତ୍ୟାହାର ଦାବି କରିଛନ୍ତି।ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯ୍ୟ କହିଛନ୍ତି ଯେ ବିଜେଡି ପକ୍ଷରୁ ବାଚସ୍ପତି ସୁରମା ପାଢ଼ୀଙ୍କୁ ସାକ୍ଷାତ କରି କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଉପରେ ଲାଗୁ ହୋଇଥିବା ନିଲମ୍ବନ ନିଷ୍ପତ୍ତିକୁ ପୁନଃବିଚାର ପାଇଁ ଦାବି କରାଯାଇଛି। ଏହାସହିତ ତାରା ପ୍ରସାଦ ବାହିନୀପତିଙ୍କ ଉପରେ ଲାଗୁ ହୋଇଥିବା ନିଳମ୍ବନକୁ ପ୍ରତ୍ୟାହାର ପାଇଁ ସେମାନେ ଦାବି କରିଛନ୍ତି। ବିରୋଧୀଦଳ ଉପନେତା ପ୍ରସନ୍ନ ଆଚାର୍ଯଙ୍କ ସହିତ ପ୍ରତାପ ଦେବ ଏବଂ ଅରୁଣ ସାହୁ ବାଚସ୍ପତିଙ୍କୁ ଭେଟି ତାରାଙ୍କ ନିଲମ୍ବନ ପ୍ରତ୍ୟାହାର ପାଇଁ ଦାବି କରିଥିବା ସୂଚନା ମିଳିଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    27.5 ° C
    27.5 °
    27.5 °
    15 %
    1.5kmh
    0 %
    Sat
    28 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ