Wednesday, June 4, 2025
29.5 C
Odisha

    ବାପା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ ନଜର ଆସିବେ ନାହିଁ ଇଭାଙ୍କା

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ: ରାଜନୀତିକୁ ଅଲ୍‌ବିଦା କହିଲେ ଇଭାଙ୍କା ଟ୍ରମ୍ପ । ଏବେ ସେ ତାଙ୍କ ବାପା ଡୋନାଲ୍ଡ ଟ୍ରମ୍ପଙ୍କ ନୂଆ ସରକାରରେ ନଜର ଆସିବେ ନାହିଁ। ସେ ଏବେ ତାଙ୍କ ସ୍ବାମୀଙ୍କ ସହ ଫ୍ଲୋରିଡାରେ ରହୁଛନ୍ତି । ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ବାରା ନିଆଯାଇଥିବା ନିଷ୍ପତ୍ତି ପାଇଁ ଇଭାଙ୍କାଙ୍କୁ ଅନେକ ସମୟରେ ଲଗାତର ଯାଞ୍ଚ ଓ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଏହାକୁ ନିୟନ୍ତ୍ରିତ କରିବାରେ ଇଭାଙ୍କା ଅସମର୍ଥ ହୋଇଥିଲେ । ନ୍ୟୁୟର୍କରେ କିଛି ସାଥୀ ମଧ୍ୟ ତାଙ୍କଠାରୁ ଦୂରେଇ ରହିଥିଲେ । ଏବେ ଇଭାଙ୍କା ରାଜନୀତିରୁ ଦୂରେଇ ଯିବାର ଅର୍ଥ ସେ ଆଉ ଟ୍ରମ୍ପ ସରକାରରେ ନଜର ଆସିବେ ନାହିଁ। ଇଭାଙ୍କା ଟ୍ରମ୍ପ ଏହା ପୂର୍ବରୁ ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଅନେକ କାମ କରିଛନ୍ତି । ଯେତେବେଳେ ଟ୍ରମ୍ପ ରିୟଲ ଇଷ୍ଟେଟ୍‌ରେ ଥିଲେ, ସେତେବେଳେ ଇଭାଙ୍କା ତାଙ୍କ ପାଇଁ କାମ କରୁଥିଲେ । ଟ୍ରମ୍ପ ରାଜନୀତିକୁ ଆସିବା ପରେ ମଧ୍ୟ ଇଭାଙ୍କା ତାଙ୍କ ପାଇଁ ପ୍ରଚାର କରୁଥିଲେ । ହେଲେ ଜାନୁଆରୀ ୨୦୨୧ରେ ପ୍ରଥମ ଥର ୱାଶିଂଟନ ଓ ତାଙ୍କ ବାପାଙ୍କ ସହ କାମ କରିବା ଛାଡି ଦେଇଥିଲେ । ସେବେଠାରୁ ସେ ସ୍ବାମୀଙ୍କ ସହ ଫ୍ଲୋରିଡାରେ ରହୁଛନ୍ତି ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    29.5 ° C
    29.5 °
    29.5 °
    50 %
    2.2kmh
    70 %
    Tue
    30 °
    Wed
    34 °
    Thu
    39 °
    Fri
    39 °
    Sat
    40 °

    ସମ୍ବନ୍ଧିତ