Tuesday, September 8, 2026
24.5 C
Odisha

    ବାପ ଘର ସହ ଶାଶୁ ଘରକୁ କରନ୍ତି ଧନୀ ଏହି ଝିଅ

    ଆଗକୁ ପଢନ୍ତୁ

    ଅଙ୍କର ଜ୍ୟୋତିଷର ପ୍ରତ୍ୟେକଙ୍କ ଜୀବନରେ ଖୁବ୍‌ ମହତ୍ତ୍ୱ ରହିଛି। ଯେଭଳି ଜାତକରେ ଗ୍ରହଙ୍କ ସ୍ଥିତି ମନୁଷ୍ୟଙ୍କ ଜୀବନରେ ପ୍ରଭାବ ପକାଇଥାଏ। ସେଭଳି ଅଙ୍କ ଜ୍ୟୋତିଷ ମଧ୍ୟ ପ୍ରଭାବ ପକାଏ।ଅଙ୍କ ଶାସ୍ତ୍ର ଅନୁସାରେ ଜନ୍ମ ତିଥି ଅନୁସାରେ ମୂଲ୍ୟାଙ୍କ ନିର୍ଦ୍ଦାରଣ କରାଯାଏ। ମୂଲ୍ୟାଙ୍କ ୧ ଠାରୁ ୯ ପର୍ଯ୍ୟନ୍ତ ସଂଖ୍ୟା ରହିଛି। ଏହାକୁ ଆଧାର କରି ବିଚାର-ବ୍ୟବହାର ସହ ପ୍ରତ୍ୟେକଙ୍କ ଅତୀତ,ବର୍ତ୍ତମାନ ଓ ଭବିଷ୍ୟତ ବିଷୟରେ ଜାଣି ହୁଏ। ତେବେ ଜାଣନ୍ତୁ କେଉଁ ମୂଲ୍ୟାଙ୍କ ଯୁବତୀ ପିତା ଘର ସହ ଶାଶୁଘର ପାଇଁ ହୁଅନ୍ତି ଭାଗ୍ୟଶାଳୀ..

    ଅଙ୍କ ଜ୍ୟୋତିଷ ଅନୁସାରେ ଯେଉଁମାନଙ୍କ ଜନ୍ମ ଯେକୌଣସି ମାସର ୨,୧୧ କିମ୍ବା ୨୯ ତାରିଖରେ ହୋଇଥାଏ। ସେମାନଙ୍କ ମୂଲ୍ୟାଙ୍କ ୨।ଅଙ୍କ ଶାସ୍ତ୍ର ଅନୁଯାୟୀ, ମୂଲ୍ୟାଙ୍କ ୨ ଯୁବତୀ ଧନୀ ହୋଇ ଥାଆନ୍ତି। ଏମାନେ ସରଳ ସହ ଆକର୍ଷଣୀୟ ବ୍ୟକ୍ତିତ୍ୱ ଅଟନ୍ତି। କଠିନ ପରିଶ୍ରମ କରି ଅନେକ କ୍ଷେତ୍ରରେ ସଫଳତା ପାଇଥାନ୍ତି। ଶିକ୍ଷା କ୍ଷେତ୍ରରେ ସଫଳତା ହାସଲ କରନ୍ତି। ଜୀବନରେ ସମସ୍ୟା ଆସିଲେ ମଧ୍ୟ ଏମାନେ ସହଜରେ ସମାଧାନ କରିଥାନ୍ତି। ମାନ୍ୟତାନୁସାରେ ୨ ମୂଲ୍ୟାଙ୍କ ଯୁବତୀ ନିଜ ପାଇଁ, ପିତା ତଥା ଶାଶୁ ଘର ପାଇଁ ଭାଗ୍ୟଶାଳୀ ହୋଇଥାଆନ୍ତି।ଏମାନଙ୍କ ଉପରେ ସର୍ବଦା ମା’ଲକ୍ଷ୍ମୀଙ୍କ କୃପା ରହିଥାଏ। କଦାପି ଧନର ଅଭାବ ହୋଇନଥାଏ। ଏହି ଯୁବତୀଙ୍କ ବିବାହ ପରେ ଶାଶୁ ଘର ଲୋକେ ମଧ୍ୟ ଭାଗ୍ୟଶାଳୀ ହୋଇଥାନ୍ତି। ଘରେ ଧନ ବୃଦ୍ଧି ହୋଇଥାଏ। ଭୂମି, ଯାନ, ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    24.5 ° C
    24.5 °
    24.5 °
    91 %
    1.4kmh
    40 %
    Tue
    31 °
    Wed
    31 °
    Thu
    28 °
    Fri
    29 °
    Sat
    30 °

    ସମ୍ବନ୍ଧିତ