Friday, October 2, 2026
22.9 C
Odisha

    ବାବା ଚୈତନ୍ୟାନନ୍ଦ ସରସ୍ଵତୀ ଗିରଫ

    ଆଗକୁ ପଢନ୍ତୁ

    ନୂଆଦିଲ୍ଲୀ : ୭ ଦିନ ପରେ ଉତ୍ତର ପ୍ରଦେଶ ଆଗ୍ରାରୁ ଦିଲ୍ଲୀର ବାବା ଚୈତନ୍ୟାନନ୍ଦ ସରସ୍ଵତୀଙ୍କୁ ଗିରଫ କରାଯାଇଛି। ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ବସନ୍ତ କୁଞ୍ଜ ଅଞ୍ଚଳର ଏକ ଆଶ୍ରମର ନିର୍ଦ୍ଦେଶକଙ୍କ ଉପରେ ୧୭ଜଣ ଛାତ୍ରୀଙ୍କୁ ଯୌନ ନିର୍ଯାତନା ନେଇ ଅଭିଯୋଗ ଥିଲା । ପୁଲିସ ସୂଚନା ଅନୁଯାୟୀ ଆଶ୍ରମର ନିର୍ଦ୍ଦେଶକ ଚୈତନ୍ୟାନନ୍ଦଙ୍କ ବିରୋଧରେ ୧୫ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଥିଲେ । ଅଭିଯୋଗ ଅନୁସାରେ ୱାର୍ଡେନ ଛାତ୍ରୀମାନଙ୍କୁ ଅଭିଯୁକ୍ତଙ୍କ ସହ ପରିଚୟ କରାଇଥିଲେ । ଅଭିଯୋଗ ହେବା ପରେ ପୁଲିସ ବସନ୍ତ କୁଞ୍ଜ ଉତ୍ତର ପୁଲିସ ଷ୍ଟେସନରେ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ବାବାଙ୍କୁ ଧରିବାକୁ ଛାନଭିନ ଆରମ୍ଭ କରିଥିଲା।

    ସୂଚନା ଅନୁସାରେ ଅଭିଯୁକ୍ତ ବାବାଙ୍କୁ ଧରିବାକୁ ଶେଷ ସ୍ଥାନ ଆଗ୍ରାର ଆଖାପାଖରେ ଚିହ୍ନଟ କରାଯାଇଥିଲା। ୩୨ଜଣ ଛାତ୍ରୀଙ୍କ ମଧ୍ୟରୁ ୧୭ଜଣ ଛାତ୍ରୀ ଯୌନ ନିର୍ଯାତନା ନେଇ ଅଭିଯୋଗ କରିଥିଲେ । ଛାତ୍ରୀ ମାନଙ୍କ କହିବାନୁଯାୟୀ ସେମାନଙ୍କୁ ଅପମାନଜନକ ଭାଷା, ଅଶ୍ଳୀଳ ହ୍ୱାଟସଆପ୍‍ ମେସେଜ୍‍ ଏବଂ ଶାରୀରିକ ସମ୍ପର୍କ ରଖିବାକୁ ବାଧ୍ୟ କରାଯାଉଥିଲା । ପୁଲିସ ଏହି ଘଟଣାରେ ସଂପୃକ୍ତଙ୍କ ବାବାଙ୍କ ବିଳାସପୂର୍ଣ୍ଣ କାର ଜବତ କରିଥିଲା। ଯେଉଁଥିରେ ଅଭିଯୁକ୍ତ ଅପରେଟର ଏକ ନକଲି ଜାତିସଂଘ ଦୂତାବାସ ନମ୍ବର ପ୍ଲେଟ୍‍ ଲଗାଇଥିଲେ । ୭ ଦିନ ଲୁଚକାଳି ଖେଳ ପରେ ଉତ୍ତର ପ୍ରଦେଶ ଆଗ୍ରାରୁ ବାବା ଚୈତନ୍ୟାନନ୍ଦ ସରସ୍ଵତୀଙ୍କୁ ଗିରଫ କରାଯାଇଛି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    22.9 ° C
    22.9 °
    22.9 °
    79 %
    1.3kmh
    38 %
    Thu
    23 °
    Fri
    30 °
    Sat
    30 °
    Sun
    30 °
    Mon
    31 °

    ସମ୍ବନ୍ଧିତ