Sunday, March 1, 2026
32.5 C
Odisha

    ବାରଙ୍ଗରେ ଫୁଟିଲା ଗୁଳି, ୮ ଦୁର୍ବୃତ୍ତଙ୍କୁ କାବୁ କଲା ପୋଲିସ

    ଆଗକୁ ପଢନ୍ତୁ

    ବାରଙ୍ଗ : ବାରଙ୍ଗରେ ଫୁଟିଲା ଗୁଳି ! ବାରଙ୍ଗ ଥାନା ତ୍ରିଶୂଳିଆ ଛକ ନିକଟ କୁସିନ୍ଦା ଗ୍ରାମରେ ଫୁଟିଛି ଗୁଳି । ଜମିଜମା ବିବାଦକୁ କେନ୍ଦ୍ରକରି ଫାଙ୍କା ଗୁଳି ଚାଳନା ହୋଇଥିବା ସୂଚନା ମିଳିଛି । ଘଟଣାସ୍ଥଳରେ ବାରଙ୍ଗ ଥାନା ପୋଲିସ । ସୂଚନା ଅନୁଯାୟୀ, ଆଜି ଅପରାହ୍ନ ୨ ରେ ତ୍ରିଶୂଳିଆ ଛକ କୁସିନ୍ଦା ଗ୍ରାମ ନିକଟରେ ଥିବା ଏକ ବିଲଡର ପ୍ରୋଜେକ୍ଟରେ କାମ ଚାଲୁଥିବା ବେଳେ ହଠାତ୍ ଏକ କଳା ରଙ୍ଗର କାରରେ କିଛି ଦୁର୍ବୃତ୍ତ ସେଠାରେ ପହଞ୍ଚିଥିଲେ ।

    ପରେ ସେଠାରେ ବନ୍ଧୁକ ଦେଖାଇ ଆତଙ୍କରାଜ ଚଳାଇଥିବା ବେଳେ ବାରଙ୍ଗ ଥାନା ଅଧିକାରୀ ଓ ଅନ୍ୟ କର୍ମଚାରୀ ପହଞ୍ଚି ଦୁର୍ବୃତ୍ତଙ୍କୁ କାବୁ କରିବାକୁ ଚେଷ୍ଟା କରୁଥିଲେ । ହେଲେ ପୋଲିସ ହାତରୁ ଖସିଯିବା ପାଇଁ ଦୁର୍ବୃତ୍ତ ଫାଙ୍କା ଗୁଳି ଚାଳନା କରିଥିବା ସୂଚନା ମିଳିଛି । ବାରଙ୍ଗ ପୋଲିସ ଘଟଣାସ୍ଥଳରୁ ୮ ଜଣ ଦୁର୍ବୃତ୍ତଙ୍କୁ କାବୁ କରିବା ସହ ଏକ ଥାର ଗାଡ଼ି ଜବତ କରିଛି ।

    ପୋଲିସ ଗାଡିରୁ କିଛି ମୋବାଇଲ ଓ ବନ୍ଧୁକ ଜବତ କରିଥିବା ସୂଚନା ମିଳିଛି । ଏଥିସହ ଘଟଣାସ୍ଥଳରୁ ଏକ ଜୀବନ୍ତ ଗୁଳି ଜବତ ହୋଇଥିବା ସୂଚନା ମିଳିଛି । ତେବେ ଦୁର୍ବୃତ୍ତଙ୍କ ଠାରୁ କେତୋଟି ବନ୍ଧୁକ ଜବତ ହୋଇଥିବା ପୋଲିସ ପକ୍ଷରୁ ସ୍ପଷ୍ଟ କରାଯାଇନଥିବା ବେଳେ ଘଟଣାର ତଦନ୍ତ ଚଳାଇଛି ବାରଙ୍ଗ ପୋଲିସ ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    32.5 ° C
    32.5 °
    32.5 °
    22 %
    1.2kmh
    5 %
    Sun
    36 °
    Mon
    36 °
    Tue
    36 °
    Wed
    38 °
    Thu
    38 °

    ସମ୍ବନ୍ଧିତ