ବାଲେଶ୍ଵର : ପ୍ରଚଣ୍ଡ ଶଦ୍ଦ ଶୁଣି ଦୌଡ଼ିଲେ । ବାଲେଶ୍ଵର ଆକାଶରେ ପ୍ରଚଣ୍ଡ ଶବ୍ଦ । ପ୍ରଚଣ୍ଡ ଶବ୍ଦ ଯୋଗୁଁ ଥରିଲା ଘର ଓ ଝରକା । ପୂର୍ବରୁ ଏଭଳି ଶବ୍ଦ ଅନେକ ଥର ଦେଖିବାକୁ ମିଳିଥିଲା । ଆଜି ଦିନ ୧୦ଟା ୯ ମିନିଟ୍ ବେଳେ ଏଭଳି ପ୍ରଚଣ୍ଡ ଶବ୍ଦ ଶୁଭିଥିଲା । ଶବ୍ଦ ଏତେ ପ୍ରଚଣ୍ଡ ଥିଲା ଯେ କେଉଁଠି କଣ ହୋଇଛି ତାକୁ ନେଇ ସମସ୍ତେ ବ୍ୟସ୍ତ ହୋଇ ପଡ଼ିଥିଲେ । ଆଜି କିନ୍ତୁ ଦୁଇଟି ଦ୍ରୁତଗାମୀ ଜେଟ୍ ଆକାଶରେ ଦୃଶ୍ୟମାନ ହୋଇଥିଲା । ପୂର୍ବରୁ ଶୂନ୍ୟ ଆକାଶରେ ଦ୍ରୁତଗାମୀ ଜେଟ ସାଉଣ୍ଡ ବେରିଅର ଅତିକ୍ରମ କରିବା ବେଳେ ପ୍ରଚଣ୍ଡ ଶବ୍ଦ ହେବାର ନଜିର ରହିଛି । ଆଜି ମଧ୍ୟ ସମାନ ଘଟଣା ଘଟିଥିବ ବୋଲି ଅନୁମାନ କରାଯାଉଛି ।
ଗତ କିଛି ଦିନ ତଳେ ଭଦ୍ରକ ଜିଲ୍ଲା ବାସୁଦେବପୁର ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ସୁଭିଥିଲା । ଚୁଡାମୁଣି ମାଛଧରା ଜେଟୀ ଅଞ୍ଚଳରେ ପ୍ରଚଣ୍ଡ ଶବ୍ଦ ଶୁଣି ଭୟଭୀତ ହୋଇଯାଇଥିଲେ ଗ୍ରାମବାସୀ । ବଡ଼ ଶଦ୍ଦ କେଉଁଠୁ ଆସିଲା ଜାଣିବାକୁ ଗ୍ରାମବାସୀ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରିଥିଲେ । ପାଖରେ ଥିବା ଚିଂଗୁଡି ପ୍ଲାଣ୍ଟ ଦିଗରୁ ଶଦ୍ଦ ଆସିଥିବା ଜାଣିଥିଲେ ।
