Tuesday, March 31, 2026
35.7 C
Odisha

    ବାସ୍ତୁ ଅନୁସାରେ ଘରେ ଲଗାଇ ନିଅନ୍ତୁ କଏନ ପ୍ଲାଣ୍ଟ

    ଆଗକୁ ପଢନ୍ତୁ

    ଆମେ ବାସ୍ତୁଶାସ୍ତ୍ରକୁ ବିଶ୍ୱାସ କରୁ ।ଭାରତୀୟ ବାସ୍ତୁଶାସ୍ତ୍ରରେ ଏଭଳି ଏକ ଗଛକୁ ଗୁରୁତ୍ୱ ଦିଆଯାଇଛି ଯାହାକି ଆମ ଭାଗ୍ୟ ବଦଳାଇବାରେ ସାହାଯ୍ୟ କରିଥାଏ l ସେହି ଗଛଟିର ନାମ ହେଉଛି କଏନ ପ୍ଲାଣ୍ଟ । ଏହି ଗଛଟି ହେଉଛି ସମୃଦ୍ଧିର ପ୍ରତୀକ lଏହି ଗଛଟିର ପତ୍ର ଗୁଡିକ ଗୋଲ ଗୋଲ ମୁଦ୍ରା ଆକାରର, ଏହି କାରଣରୁ ଏହାକୁ କଏନ ପ୍ଲାଣ୍ଟ ବୋଲି କୁହାଯାଇଥାଏ l କଏନ ପ୍ଲାଣ୍ଟ କିଣିବା ସମୟରେ ତାହା ଅସଲି କି ନକଲି ନିହାତି ଜାଣିବା ଜରୁରୀ l ଏହାକୁ ଆପଣ ଉଭୟ ଅଫିସ ଓ ଘରେ ରଖି ପାରିବେ l ଏହାକୁ ଉତର-ପୂର୍ବ ଦିଗରେ ରଖିବା ଜରୁରୀ l ଯଦି କଏନ ପ୍ଲାଣ୍ଟ ରଖୁଛନ୍ତି ତେବେ ଗୋଟିଏ କଥା ଧ୍ୟାନ ଦେବେ ଯେ ତାର ପତ୍ର ଯେମିତି ହଳଦିଆ ନପଡେ଼ କିମ୍ବା ଶୁଖି ନଯାଏ l ଯଦି ଏଭଳି ହେଉଛି ତେବେ ଏହା ଆର୍ଥିକ ଅନାଟନ କୁ ଟାଣି ଆଣିଥାଏ l ଘରେ ଐଶାନ୍ୟ କୋଣରେ ଏହି କଏନ ପ୍ଲାଣ୍ଟକୁ ରଖିଲେ ଘରର ମଙ୍ଗଳ ହୋଇଥାଏ l ଏହାକୁ ଆପଣ ପ୍ରବେଶ ଦ୍ୱାର ଭିତରେ ମଧ୍ୟ ରଖିପାରିବେ କିନ୍ତୁ ଘର ବାହାରେ ରଖିବେ ନାହିଁ l ବାସ୍ତୁଶାସ୍ତ୍ର ଅନୁସାରେ ଘରର ଦକ୍ଷିଣ-ପୂର୍ବ  ଦିଗରେ କଏନ ପ୍ଲାଣ୍ଟ ରଖିବା ଦ୍ୱାରା ଶୁକ୍ର ଗ୍ରହ ଓ ଶ୍ରୀଗଣେଶଙ୍କ କୃପା ମିଳିଥାଏ।ଆପଣଙ୍କ ଲିଭିଂ ଏରିଆରେ କଏନ ପ୍ଲାଣ୍ଟ ରଖିବା ଦ୍ୱାରା ନକାରାତ୍ମକ ଶକ୍ତିର ବିନାଶ ହୋଇଥାଏ lବାସ୍ତୁଶାସ୍ତ୍ର ଅନୁସାରେ ଯେଉଁ ଘରେ କଏନ ପ୍ଲାଣ୍ଟ ଲଗା ଯାଇଥାଏ ସେଠାରେ ସମସ୍ତ ବ୍ୟକ୍ତିଙ୍କୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତ ହୋଇଥାଏ ଏବଂ ଜୀବନରେ ଉନ୍ନତି ହୋଇଥାଏ l

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    35.7 ° C
    35.7 °
    35.7 °
    22 %
    4.6kmh
    69 %
    Tue
    38 °
    Wed
    39 °
    Thu
    40 °
    Fri
    39 °
    Sat
    41 °

    ସମ୍ବନ୍ଧିତ