Sunday, October 4, 2026
29.6 C
Odisha

    ବିଜାପୁରରେ ସୁରକ୍ଷାକର୍ମୀଙ୍କ ଗୁଳିରେ ୨ କୁଖ୍ୟାତ ମାଓବାଦୀ ମୃତ

    ଆଗକୁ ପଢନ୍ତୁ

    ମାଲକାନଗିରି : ମାଲକାନଗିରି ଜିଲ୍ଲା ଛତିଶଗଡ ସିମାନ୍ତ ବିଜାପୁରରେ ଏନକାଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଦୁଇ କୁଖ୍ୟାତ ମାଓବାଦୀ ନିହତ ହୋଇଥିବା ସୂଚନା ମିଳିଛି। ଦକ୍ଷିଣ ବିଜାପୁର ଅଞ୍ଚଳର କାଭରଗଟ୍ଟା ଏନକାଉଣ୍ଟର ସ୍ଥଳରୁ କୁଖ୍ୟାତ ମାଓବାଦୀ ଏସିଏମ୍‌ ପ୍ରଦୀପ ଓ ଭୀମାଙ୍କ ମୃତ ଦେହ ଉଦ୍ଧାର ହୋଇଛି । ନିହତ ଦୁଇ କେଡର ମାଓବାଦୀ ବିଭିନ୍ନ ହିଂସା କାଣ୍ଡରେ ଜଡିତ ଥିଲେ । କଭରଗଟ୍ଟା ପଞ୍ଚାୟତର ପୂର୍ବତନ ସରପଞ୍ଚ ଭୀମା ମାଡକାମଙ୍କ ହତ୍ୟା ଘଟଣାରେ ସାମିଲ ଥିଲେ ଏହି ଦୁଇ ମାଓବାଦୀ । ଘଟଣା ସ୍ଥଳରୁ ଗୋଟିଏ ଏକେ-୪୭ ବନ୍ଧୁକ, ଗୋଟିଏ ୯ ଏମ୍‌ଏମ୍‌ ପିସ୍ତଲ, ଅଫୁଟା ଗୁଳି, ବିସ୍ଫୋରକ ସହ ଅନ୍ୟାନ୍ୟ ମାଓ ସାମଗ୍ରୀ ଜବତ କରାଯାଇଛି ।

    କଭରଗଟ୍ଟା ଗୁଣ୍ଡରାଜଗୁଡେମ ଜଙ୍ଗଲରେ ମାଓବାଦୀଙ୍କ ପାମେଡ ଏରିଆ କମିଟିର ସଦସ୍ୟମାନେ ଲୁଚି ରହିଥିବା ନେଇ ବିଜାପୁର ପୁଲିସକୁ ଗୁଇନ୍ଦା ବିଭାଗ ପକ୍ଷରୁ ସୂଚନା ମିଳିଥିଲା । ଯାହାକୁ ଆଧାର କରି ଡିଆରଜି ଓ ସିଆରପିଏଫ୍‌ ବାହିନୀ ପକ୍ଷରୁ ଆରମ୍ଭ ହୋଇଥିଲା ଅପରେସନ । ନିହତ ମାଓବାଦୀ ପ୍ରଦୀପ ଓରଫ ଜଗାର ମୁଣ୍ଡ ଉପରେ ପୁର୍ବରୁ ପାଞ୍ଚ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିବା ବେଳେ ଭୀମା ଭେକୋ ମୁଣ୍ଡ ଉପରେ ଦୁଇ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା ହୋଇଥିଲା।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    29.6 ° C
    29.6 °
    29.6 °
    53 %
    1.6kmh
    2 %
    Sun
    30 °
    Mon
    30 °
    Tue
    31 °
    Wed
    31 °
    Thu
    30 °

    ସମ୍ବନ୍ଧିତ