Saturday, April 11, 2026
33.7 C
Odisha

    ବିଜେଡିରୁ ୬ ବିଧାୟକ ନିଲମ୍ବିତ, କ୍ରସ୍ ଭୋଟିଂ ପାଇଁ ନବୀନଙ୍କ ଶକ୍ତ କାର୍ଯ୍ୟାନୁଷ୍ଠାନ

    ଆଗକୁ ପଢନ୍ତୁ

    ଭୁବନେଶ୍ୱର : ବିଜେଡିରୁ ୬ ବିଧାୟକ ନିଲମ୍ବିତ ।  କ୍ରସ୍ ଭୋଟିଂ ପାଇଁ ନବୀନଙ୍କ ଶକ୍ତ କାର୍ଯ୍ୟାନୁଷ୍ଠାନ। ବିଜେଡିର ପିଏସି ବୈଠକରେ ଆଲୋଚନା ପରେ ୬ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ଦଳ। ରାଜ୍ୟସଭା ନିର୍ବାଚନରେ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ଭୋଟ୍ ଦେବା ଅଭିଯୋଗରେ ସସପେଣ୍ଡ ହେଲେ୬ ଜଣ ବିଧାୟକ ।

    ଦଳ ବିରୋଧୀ କାର୍ଯ୍ୟକଳାପ ପାଇଁ ଏହି କଠୋର ପଦକ୍ଷେପ ନିଆଯାଇଛି ।  ପୂର୍ବରୁ ଏହି ବିଧାୟକମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଦିଆଯାଇଥିଲା। ସେମାନଙ୍କ ଜବାବକୁ ତର୍ଜମା କରିବା ପରେ ଦଳର ରାଜନୈତିକ ବ୍ୟାପାର କମିଟି- ପିଏସି ଏହି ନିଷ୍ପତ୍ତି ନେଇଛି। ଅନୁଶାସନ କମିଟି ଏବଂ ମୁଖ୍ୟ ସଚେତକଙ୍କ ସୁପାରିଶ ଆଧାରରେ ଦଳର ସଭାପତି ନବୀନ ପଟ୍ଟନାୟକ ନିଲମ୍ବନ ଆଦେଶକୁ ଅନୁମୋଦନ କରିଛନ୍ତି।

    ନିଲମ୍ବିତ ହୋଇଥିବା ୬ ବିଧାୟକ ହେଲେ ଚକ୍ରମଣି କହଁର, ନବ କିଶୋର ମଲ୍ଲିକ, ସୌଭିକ ବିଶ୍ୱାଳ, ସୁବାସିନୀ ଜେନା, ରମାକାନ୍ତ ଭୋଇ ଓ ଦେବୀ ରଞ୍ଜନ ତ୍ରିପାଠୀ। ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିବା ବିଜେଡି ସମ୍ବିଧାନର ମୂଳ ନୀତିର ପରିପନ୍ଥୀ। ଦଳର ନିଷ୍ପତ୍ତି ପ୍ରତି ସମ୍ପୂର୍ଣ୍ଣ ଆନୁଗତ୍ୟ ରଖିବା ପ୍ରତ୍ୟେକ ସଦସ୍ୟଙ୍କ କର୍ତ୍ତବ୍ୟ, ଯାହାକୁ ଏହି ବିଧାୟକମାନେ ଉଲ୍ଲଂଘନ କରିଥିବା ବିଜେଡି ପକ୍ଷରୁ କୁହାଯାଇଛି। ଏହା ସହ ୬ ବିଧାୟକଙ୍କ ସଭ୍ୟପଦ୍ଦ ପାଇଁ ବିଧାନସଭା ବାଚସ୍ପତିଙ୍କୁ ଚିଠି ଲେଖାଯିବ ବୋଲି କହିଛନ୍ତି ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    33.7 ° C
    33.7 °
    33.7 °
    16 %
    2.6kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ