Friday, October 2, 2026
25.2 C
Odisha

    ବିଜେଡିର ନାରୀ ଅଧିକାର ଅଭିଯାନ ଆରମ୍ଭ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ମାତୃ ଦିବସ ଅବସରରୁ ବିଜେଡିର ନାରୀ ଅଧିକାର ଅଭିଯାନ ଆରମ୍ଭ ହୋଇଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ରାଜ୍ୟର ସବୁ ନିର୍ବାଚନମଣ୍ଡଳୀରେ ଏହି ସଚେତନତା ଅଭିଯାନ ଜାରି ରହିବ। ସାରା ରାଜ୍ୟର ଅଢ଼େଇ କୋଟି ମହିଳାଙ୍କୁ ସାମିଲ କରି ସେମାନଙ୍କ ଅଧିକାର ସମ୍ପର୍କରେ ସଚେତନ କରିବାକୁ ବିଜେଡି ଲକ୍ଷ୍ୟ ରଖିଛି। ଏହି ଅବସରରେ ମହିଳା ବିଜେଡି ପକ୍ଷରୁ ଗତକାଲି ଶଙ୍ଖ ଭବନଠାରେ ନାରୀ ଅଧିକାର ଅଭିଯାନ ବିକ୍ଷୋଭ ସମାବେଶ ଶୁଭାରମ୍ଭ ହୋଇଛି। ମହିଳା ବିଜେଡି ସଭାନେତ୍ରୀ ସ୍ନେହାଙ୍ଗିନୀ ଛୁରିଆ, ସାଂସଦ ସୁଲତା ଦେଓ, ସାଧାରଣ ସମ୍ପାଦିକା ଗୀତାଞ୍ଜଳି ବସ୍ତିଆ ଏବଂ ଉପସଭାନେତ୍ରୀ ସ୍ବର୍ଣ୍ଣଲତା ସାମଲ ବିଜେପିର ନାରୀ ବିରୋଧୀ କାର୍ଯ୍ୟକଳାପକୁ ଦୃଢ଼ ନିନ୍ଦା କରିଥିଲେ।

    ଆଭାସି ମାଧ୍ୟମରେ ବିଜେଡି ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଯୋଡ଼ି ହୋଇ କହିଥିଲେ, ମହିଳାଙ୍କୁ ସଶକ୍ତ କରିବା ପାଇଁ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକ ଆରମ୍ଭ କରିଥିବା ଅଭିଯାନକୁ ଆଗକୁ ନେଉଛି ବିଜେଡି। ୨୦୨୩ରେ ମହିଳା ସଂରକ୍ଷଣ ବିଲ୍‌କୁ ବିଜେଡି ସମ୍ପୂର୍ଣ୍ଣ ସମର୍ଥନ କରିଥିଲା। ସୀମା ନିର୍ଦ୍ଧାରଣ ବିଲ୍ ସହ ମହିଳା ସଂରକ୍ଷଣ ବିଲ୍ ନ ଯୋଡ଼ି ବର୍ତ୍ତମାନ ଲୋକସଭାର ଆସନ ସଂଖ୍ୟା ଭିତ୍ତିରେ ମହିଳାଙ୍କୁ ସଂରକ୍ଷଣ ଦିଆଯାଉ। ବିଜେଡି ସବୁବେଳେ ମାଆମାନଙ୍କ ପାଇଁ ଲଢୁଛି, ଆଗକୁ ମଧ୍ୟ ଲଢ଼ିବ ବୋଲି ନବୀନ କହିଛନ୍ତି। ମହିଳାଙ୍କୁ ଲୋକସଭା ଓ ବିଧାନସଭାରେ ୩୩ ପ୍ରତିଶତ ସଂରକ୍ଷଣ ଦେବାରେ ଟାଳଟୁଳ ନୀତି ଏବଂ ମହିଳା ନିର୍ଯାତନା ରୋକିବାରେ ବିଜେପି ସରକାରର ଅସମର୍ଥତାକୁ ବିଜେଡି ଲୋକଲୋଚନକୁ ଆଣିବ। ବରିଷ୍ଠ ନେତ୍ରୀ କସ୍ତୁରୀ ମହାପାତ୍ର, ଭୁବନେଶ୍ବର ମେୟର ସୁଲୋଚନା ଦାସ, ଡ. ଲେଖାଶ୍ରୀ ସାମନ୍ତସିଂହାର, ଶର୍ମିଷ୍ଠା ସେଠୀ, ଡ. ରାଜଶ୍ରୀ ମଲ୍ଲିକ, ସୁମିତ୍ରା ଜେନା ପ୍ରମୁଖ ଏହି ସମାବେଶରେ ଯୋଗ ଦେଇଥିଲେ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ