Saturday, April 11, 2026
25.2 C
Odisha

    ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣା କଲେ ନବୀନ ପଟ୍ଟନାୟକ, ଡାକ୍ତର ଦତ୍ତେଶ୍ବର ହୋତା ଏବଂ ଡ. ସଂତୃପ୍ତ ମିଶ୍ର ବିଜେଡି ପ୍ରାର୍ଥୀ

    ଆଗକୁ ପଢନ୍ତୁ

    ଭୁବନେଶ୍ବର : ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରାଜ୍ୟସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛନ୍ତି । ଡାକ୍ତର ଦତ୍ତେଶ୍ବର ହୋତା ଏବଂ ଡ. ସଂତୃପ୍ତ ମିଶ୍ରଙ୍କ ନାମ ଘୋଷଣା କରିଛନ୍ତି ନବୀନ ପଟ୍ଟନାୟକ। ଡାକ୍ତର ଦତ୍ତ୍ବେଶ୍ବର ହୋତା ଓଡ଼ିଶାର ଜଣେ ବିଶିଷ୍ଟ ଚିକିତ୍ସକ ଓ ଶିକ୍ଷାବିତ୍ ।
    ସେ ଭୁବନେଶ୍ୱର ସ୍ଥିତ ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱବିଦ୍ୟାଳୟର ପ୍ରଥମ କୁଳପତି ଭାବରେ କାର୍ଯ୍ୟରତ।

    ୨୦୨୩ ମାର୍ଚ୍ଚରେ ଓଡ଼ିଶାର ରାଜ୍ୟପାଳଙ୍କ ଦ୍ୱାରା ସେ ନୂତନ ଭାବେ ପ୍ରତିଷ୍ଠିତ OUHSର କୁଳପତି ଭାବେ ନିଯୁକ୍ତ ହୋଇଥିଲେ। ଏହା ପୂର୍ବରୁ ସେ କଟକର ଏସସିବି ମେଡିକାଲ କଲେଜ ଏବଂ ହସ୍ପିଟାଲର ଡିନ୍ ତଥା ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଛନ୍ତି। ଡାକ୍ତର ଦତ୍ତେଶ୍ବର ହୋତା ସେ SCB ମେଡିକାଲ କଲେଜର ୟୁରୋଲୋଜି ବିଭାଗର ମୁଖ୍ୟ ମଧ୍ୟ ଥିଲେ। ଡାକ୍ତର ହୋତା ଜଣେ ପ୍ରସିଦ୍ଧ ୟୁରୋଲୋଜିଷ୍ଟଓ ବୃକକ ପ୍ରତିରୋପଣ ସର୍ଜନ।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    clear sky
    25.2 ° C
    25.2 °
    25.2 °
    30 %
    1.3kmh
    0 %
    Sat
    38 °
    Sun
    40 °
    Mon
    42 °
    Tue
    43 °
    Wed
    43 °

    ସମ୍ବନ୍ଧିତ