Friday, October 2, 2026
25.2 C
Odisha

    ବିଜେଡି ନେତାଙ୍କ ଘର ଉପରକୁ ବୋମାମାଡ ଘଟଣାରେ ଅଭିଯୁକ୍ତ ଗିରଫ

    ଆଗକୁ ପଢନ୍ତୁ

    ଗୋପାଳପୁର : ଗତ ଫେବୃୟାରୀ ୭ ତାରିଖରେ ବିଜେଡ ନେତା ବଣ୍ଟିଙ୍କ ଘର ଉପରକୁ ବୋମା ମାଡ ଘଟଣାରେ ପୁଲିସ ଆଜି ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ କେଲୁଆପଲ୍ଲୀ ଓଡିଆରପି କଲୋନୀର ଆଲୋକ କୁମାର ନାୟକ ବୋଲି ପୁଲିସ ସୁଚନା ଦେଇଛି।

    ଅଭିଯୋଗ ଅନୁଯାୟୀ ଗତ ୭ ତାରିଖ ସନ୍ଧ୍ୟାରେ ୩ ଜଣ ଯୁବକ ଖଣ୍ଡାରେ ତୁଳୁ ରୋଡ, ହଳଦିଆ ପଦର ଓଭରବ୍ରିଜ ସହ ହଳଦିଆପଦର ଛକରେ ଆତଙ୍କ ସୃଷ୍ଟି କରି ୫ ଜଣଙ୍କୁ ହାଣିଥିଲେ। ଏଥିରେ ବିଜେପିର ସନତ ନାୟକ, ସଲିପ ପାତ୍ର ସମେତ ଟୁକୁନା ପାତ୍ର ଓ ଫାଷ୍ଟ ଫୁଡ୍ ଦୋକାନୀ ବାବୁଲା ପାତ୍ର ଓ ଚିକେନ ଦୋକାନୀ ସୟଦ ଆରବାଜ ପ୍ରମୁଖଙ୍କୁ ହାଣି ଥିଲେ। ଏହି ଘଟଣାରେ ୩ ଅଭିଯୁକ୍ତ ସୁବାସ ଦାସ, ସଦାନନ୍ଦ ଦାସ ଓ ଆଶିଷ ଦଳାଇ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିଲେ। କିନ୍ତୁ ଉକ୍ତ ଦିନ କିଛି ଯୁବକ ରାତି ୧୧ଟା ବେଳେ ବଣ୍ଟିଙ୍କ ଘର ଉପରକୁ ବୋମା ମାଡ କରି ଆତଙ୍କ ସୃଷ୍ଟି କରିଥିବା ନେଇ ବଣ୍ଟିଙ୍କ ବାପା ସୁଶାନ୍ତ ସାହୁଙ୍କ ପକ୍ଷରୁ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗକୁ ଭିତ୍ତି କରି ପୁଲିସ ପକ୍ଷରୁ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲେ। ଘଟଣାରେ ସମ୍ପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ତୁରନ୍ତ ଗିରଫ କରାଯିବ ବୋଲିି ଆଇଆଇସି ବିବେକାନନ୍ଦ ସ୍ବାଇଁ କହିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    scattered clouds
    25.2 ° C
    25.2 °
    25.2 °
    76 %
    0.6kmh
    49 %
    Fri
    30 °
    Sat
    30 °
    Sun
    30 °
    Mon
    30 °
    Tue
    31 °

    ସମ୍ବନ୍ଧିତ