Friday, October 2, 2026
23.8 C
Odisha

    ବିଜେପିର ଟେନସନ ବଢାଇଲେ ଶିନ୍ଦେ

    ଆଗକୁ ପଢନ୍ତୁ

    ମୁମ୍ବାଇ: ଆସନ୍ତା କିଛିମାସ ମଧ୍ୟରେ ମହାରାଷ୍ଟ୍ରରେ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ଏଭଳି ପରିସ୍ଥିତିରେ ସମସ୍ତ ରାଜନୈତିକ ଦଳ ନିଜସ୍ବ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ମୁଖ୍ୟମନ୍ତ୍ରୀ ଏକନାଥ ଶିନ୍ଦେଙ୍କ ଶିବସେନା ମଧ୍ୟ ପ୍ରସ୍ତୁତ ଆରମ୍ଭ କରିଛି। ଦଳ ୧୦୦ଟି ଆସନରେ ପ୍ରାର୍ଥୀ ଦେବ ବୋଲି ମନୋବଳ ରଖିଛି। ଯଦିଓ ଆସନ ବାଣ୍ଟିବା ନେଇ ଏ ପର୍ଯ୍ୟନ୍ତ କୌଣସି ନିଷ୍ପତ୍ତି ନିଆଯାଇନଥିଲେ ମଧ୍ୟ ଶିନ୍ଦେଙ୍କ ଏହି ପଦକ୍ଷେପ ଭାଜପା ପାଇଁ ଟେନସନ ସୃଷ୍ଟି କରିପାରେ। ମହାରାଷ୍ଟ୍ରରେ ଏନଡିଏ ଏବଂ ଏମବିଏରେ ଦୁଇଟି ଗଠବନ୍ଧନ ଅଛି ଏବଂ ଉଭୟ ଗଠବନ୍ଧନରେ ସିଟ ଶେୟାରିଂକୁ ନେଇ ବିବାଦ ଲାଗି ରହିଛି। ଏନଡିଏ ମିଳିତ ମଞ୍ଚରେ ଭାଜପା, ଶିବସେନା (ଏକନାଥ ଶନ୍ଦେ) ଏବଂ ଏନସିପି (ଅଜିତ ପାୱାର) ଅଛନ୍ତି। ଏକନାଥ ଶିନ୍ଦେଙ୍କ ଶିବସେନା ୧୦୦ଟି ସିଟ ପାଇଁ ପ୍ରସ୍ତୁତ ହେଉଛି। ମହାରାଷ୍ଟ୍ରର ଶେଷ ନିର୍ବାଚନରେ ଉଦ୍ଧବ ଠାକରେ ଏବଂ ଏକନାଥ ଶିନ୍ଦେ ଏକାଠି ଥିଲେ। ଏକନାଥ ଶିନ୍ଦେ ସେହି ସମୟରେ ଜିତିଥିବା ୬୫ଟି ସିଟ ଉପରେ ନଜର ରଖିବେ। ୨୦୧୯ରେ, ଯେତେବେଳେ ଉଦ୍ଧବ ଠାକରେ ଭାଜପା ସହ ମେଣ୍ଟ କରିଥିଲେ, ସେତେବେଳେ ଶିବସେନା ୧୨୭ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲା। ଏଥିମଧ୍ୟରୁ ଏକନାଥ ଶିନ୍ଦେ ୧୦୦ ସିଟ ଉପରେ ନଜର ରଖିଛନ୍ତି।

    ଅନ୍ୟାନ୍ୟ ଖବର

    ପାଣିପାଗ

    Odisha
    broken clouds
    23.8 ° C
    23.8 °
    23.8 °
    86 %
    1.5kmh
    72 %
    Fri
    23 °
    Sat
    30 °
    Sun
    30 °
    Mon
    31 °
    Tue
    31 °

    ସମ୍ବନ୍ଧିତ